ଭୁବନେଶ୍ୱର ତା ୧୮. ୦୯, ଏକାକାର ହେଇଗଲେ ପରସ୍ପର ବିରୋଧି ବୟସ୍କ ସଂଗଠନ ସବୁ ll ନା ଥିଲା ଅହଂକାର, ନା ଥିଲା ହମବଡ଼ା ଭାବ ll ଜୀବନକୁ ଅଲଗା ଢଙ୍ଗରେ ଜିଇଁବାକୁ କାନ୍ଧରେ କାନ୍ଧ ଲଗେଇଦେଲେ, ପାଦରେ ପାଦ ଛନ୍ଦିଦେଲେ ll ମୋହ ବି ଭୁଲିଗଲେ ll କିଏ ଜାଣେ ଜୀବନ କେତେଦିନ ଆଉ..??ରାଜ୍ୟ ବୟସ୍କ ସଂଗଠନଙ୍କ ଏକନିଷ୍ଠ ସହଯୋଗରେ ରାଜଧାନୀ ଭୁବନେଶ୍ୱର କୁ ବୟସ୍କ-ମିତ୍ର ସହର ଭାବେ ପରିଚୟ ସ୍ବପ୍ନ ଦେଖୁଥିବା ବୋଉ ଫାଉଣ୍ଡେସନର ରାହା ପ୍ରକଳ୍ପ ଆନୁକୂଲ୍ୟରେ ଆରମ୍ଭ ହେଲା ଦେଶର ପ୍ରଥମ ବୟୋଜ୍ୟେଷ୍ଠ ଉତ୍ସବ ll ଉତ୍ସବ ର ଉଦଘାଟନ ସମାରୋହ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ସମ୍ପନ୍ନ ହେଇଚି II ଭୁବନେଶ୍ୱର ସହରକୁ ବୟସ୍କ ମନସ୍କ କରିବାପାଇଁ ବୋଉ ଫାଉଣ୍ଡେସନ ପ୍ରୋଜେକ୍ଟ “ରାହା”ର ଏହା ଏକ ସୁଚିନ୍ତିତ, ବଳିଷ୍ଠ ଯୋଜନା ଚଳିତ ବର୍ଷ ଠାରୁ ll ବୟୋଜ୍ୟେଷ୍ଠ ଉତ୍ସବ ରାହା ପ୍ରକଳ୍ପର ଏକ ବଳିଷ୍ଠ ଅଂଶ ll
ଉତ୍ସବର ମୂଳ ଲକ୍ଷ୍ୟ ହେଉଛି ସମସ୍ତ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ସଂଗଠନକୁ ଏକ ସାଧାରଣ, ମର୍ଯ୍ୟାଦାପୂର୍ଣ୍ଣ ଓ ଆନନ୍ଦମୟ ମଞ୍ଚରେ ଏକତ୍ରିତ କରିବା। ଗତ ଦୁଇ ବର୍ଷ ଧରି ଅନ୍ତର୍ରାଷ୍ଟ୍ରୀୟ ବୟସ୍କ ଦିବସ (୧ ଅକ୍ଟୋବର) ଉପଲକ୍ଷେ ଆୟୋଜିତ ସରକାରୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଦୁର୍ଭାଗ୍ୟଜନକ ଓ ଅଶୋଭନୀୟ ଘଟଣାର ଅନୁଭୂତି ବୟସ୍କ ନାଗରିକ ସମାଜକୁ ଗଭୀର ଭାବେ ବିଚଳିତ କରିଥିଲା ଏବଂ ଏକ ସୁପରିକଳ୍ପିତ, ସମ୍ମାନଜନକ, ସମାବେଶୀ ଓ ଉତ୍ସବମୁଖୀ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଅପେକ୍ଷା ରଖିଥିଲା
ନିଜେ ସକ୍ରିୟ ବୋଲି ଅନୁଭୂତି ସାଉଁଟୁଛନ୍ତି ll ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ। ଏହା ଏକ ମାନସିକ ଓ ସାମାଜିକ ରୂପାନ୍ତର ll ଯେଉଁ ବୟୋଜ୍ୟେଷ୍ଠମାନେ ବର୍ଷ ବର୍ଷ ଧରି ନିଷ୍କ୍ରିୟ ଦର୍ଶକ ଭାବେ ରହିଥିଲେ, ସେମାନେ ଆଜି ମଞ୍ଚରେ ସୃଷ୍ଟିକର୍ତ୍ତା ଭାବେ ଠିଆ ହେଇଛନ୍ତି ଆଜି ll ଆଜି ସମ୍ପନ୍ନ ହେଇଥିବା ଉଦଘାଟନ ସମାରୋହରେ ୬୦ ବର୍ଷ ତଳର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୁରୁଣା କ୍ଲାସିକ ଓଡ଼ିଆ ଚଳଚ୍ଚିତ୍ର ‘କା’ ପ୍ରଦର୍ଶନ ହେଇଥିଲା, କେବଳ ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ଦର୍ଶକଙ୍କ ପାଇଁ ll ଆଜି ବୟୋଜ୍ୟେଷ୍ଠ ଉତ୍ସବ ୨୦୨୬ର ଭବ୍ୟ ଉଦଘାଟନ ସମାରୋହ ପରେ ପ୍ରତିଭାବାନ ବୟୋଜ୍ୟେଷ୍ଠମାନେ, ୧୯ ତାରିଖରେ କ୍ଷୁଦ୍ରଗଳ୍ପ, ୨୦ ତାରିଖରେ ନୃତ୍ୟ, ୨୧ ତାରିଖରେ ସଙ୍ଗୀତ, ୨୨ ତାରିଖରେ କବିତା ଏବଂ ୨୩ ତାରିଖରେ ଅଭିନୟଉତ୍ସବ ରେ ସେମାନଙ୍କ ନିପୁଣତା ପ୍ରଦର୍ଶନ କରିବେ ବିଭିନ୍ନ ପ୍ରେକ୍ଷାଳୟ ରେ ଏବଂ ବୟୋଜ୍ୟେଷ୍ଠ ଉତ୍ସବର ବିଜେତା ଘୋଷଣା ଓ ସମ୍ମାନ ପ୍ରଦାନ ଆସନ୍ତା ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ଦିବସ (୧ ଅକ୍ଟୋବର ୨୦୨୬) ଦିନ ଏକ ଆକର୍ଷଣୀୟ ଉଦଯାପନ ସମାରୋହରେ ପ୍ରଦାନ କରାଯିବ ଉତ୍ସବମୁଖ୍ୟ ବିଧାୟକ ବାବୁ ସିଂ ସହିତ ଆଜିର ଉତ୍ସବରେ ନିମନ୍ତ୍ରିତ ଅତିବିଶେଷ ଅତିଥିବୃନ୍ଦ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସମ୍ବାଦ ଗ୍ରୁପ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରମେୟ ସମ୍ପାଦକ ଶ୍ରୀ ଗୋପାଳ ମହାପାତ୍ର, ପ୍ରଗତିବାଦୀ ସମ୍ପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ, କଥାଚିତ୍ର ‘କା’ ପ୍ରଯୋଜିକା ସ୍ବର୍ଗୀୟା ପାର୍ବତୀ ଘୋଷ ଙ୍କ ଭଉଣୀ ଶ୍ରୀମତୀ କ୍ଷୀରୋଦା ନାୟକ ll ବୋଉ ଫାଉଣ୍ଡେସନ ଦ୍ୱାରା ପରିକଳ୍ପିତ ଉତ୍ସବକୁ ପରିଚାଳନା କରିଥିଲେ ବିଭିନ୍ନ ରାଜ୍ୟ ବରିଷ୍ଠ ସଂଗଠନ ମୁଖ୍ୟ ଡାକ୍ତର ପ୍ରସନ୍ନ ଦାସ, ଶ୍ରୀ ସୂର୍ଯ୍ୟମଣି ତ୍ରିପାଠୀ, ଶ୍ରୀ ମଧୁମାଧବ ଜେନା, ଶ୍ରୀ ନିରଞ୍ଜନ ପଣ୍ଡା, ଶ୍ରୀମତୀ ସଂଯୁକ୍ତା ଦାଶ ଏବଂ ବୋଉ ଫାଉଣ୍ଡେସନ ସହ ପ୍ରତିଷ୍ଠାତା ଶ୍ରୀମତୀ ସସ୍ମିତା ଦାଶ ll ବୋଉ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ରାଜ୍ୟ ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଶ୍ରୀ ଅତିଶ ମହାନ୍ତି l