ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ


ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ “ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ ” ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମିଶନର ସଭାପତି ପ୍ରଦୋଷ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ତଥା ସ°ପାଦକ ସଞ୍ଜୟ କୁମାର ବେହେରା ଙ୍କ ସ°ଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସ°ସ୍କୃତି ଗବେଷକ, ବିଶିଷ୍ଟ ପ୍ରଵଚକ ତଥା ପୁରୀ ଜିଲ୍ଲାର କଣାସ ଡିଗ୍ରୀ କଲେଜର ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପକ ଡ଼ଃ ଗୁରୁ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡଃ ମହାପାତ୍ର ଙ୍କ ସହିତ ଏଥିରେ ମୁଖ୍ୟ ବକ୍ତା ଭାବେ ବାଲୁଗାଁ ର କାଳିଜାଇ କଲେଜର ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ନାଚୁଣୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ, ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଅବସରପ୍ରାପ୍ତ ଗୃହ ବିଭାଗ ସଚିବ ବିଦ୍ୟାଧର ଗୁରୁ ଯୋଗ ଦେଇ ସମାଜସେବା ଓ ଏଥିରେ ମିଶନର ମହାନ ଲକ୍ଷ୍ୟ ଉପରେ ଆତ୍ମୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। କାର୍ଯ୍ୟ କ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ ଧୁପପୁଷ୍ପ ପ୍ରଦାନ କରାଯିବା ଅବସରରେ ବରିଷ୍ଠ ଶିକ୍ଷକ ସତ୍ୟ ପ୍ରିୟ ପଣ୍ଡା ବେଦ ପାଠ କରିଥିଲେ। ପ୍ରମୋଦ କୁମାର ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ସଞ୍ଜୟ କୁମାର ବେହେରା ସ°ପାଦକୀୟ ବିବରଣୀ ପ୍ରଦାନ କରି ମିଶନର ସମାଜସେବା ନିମନ୍ତେ ଆଗାମୀ ଲକ୍ଷ୍ୟ ଉପରେ ଆଧାରିତ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଡଃ ଗୁରୁ ପ୍ରସାଦ ମହାପାତ୍ରଙ୍କୁ ଆଧ୍ୟାତ୍ମିକ ସମୃଦ୍ଧି ଶ୍ରୀ ସମ୍ମାନ, ପ୍ରଫେସର ଗଙ୍ଗାଧର ପ୍ରଧାନଙ୍କୁ ଶିକ୍ଷା ସମୃଦ୍ଧି ସମ୍ମାନ, ଡଃ ବିଦ୍ୟାଧର ଗୁରୁଙ୍କୁ ମିଶନ ଆଦର୍ଶ ସମ୍ମାନ, ଯୁବ ଉଦ୍ୟୋଗୀ ସରୋଜ କୁମାର ମହାନ୍ତି,ଯୁବ ସମାଜସେବୀ ବିଜୟ କୁମାର ବେହେରା, ଗୋ ସେବକ ପ୍ରବାସ କୁମାର ସୁନ୍ଦରାୟ, ପୋଲିସ ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଓ ଅଭିମନ୍ୟୁ ବଳବନ୍ତରାୟଙ୍କୁ ମିଶନ ଶ୍ରୀ ସମ୍ମାନରେ ସମ୍ମାନିତ କରି ମାନପତ୍ର ସହିତ ଉପଢ଼ୌକନ ସହିିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥି ସହିତ ଉପସ୍ଥିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ମିଶନ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ଏହି ଅବସରରେ ସଭ୍ୟ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଙ୍କ ଲିଖିତ ତଥା ମିଶନ ସଭାପତି ପ୍ରଦୋଷ କୁମାର ଦାସଙ୍କ ନିର୍ଦ୍ଦେଶନାରେ ମିଶନ ନିବେଦିତ ନିଶା ନିବାରଣ ସଚେତନତା ଧର୍ମୀ ନାଟକ ” ଗୋଟିଏ ପେଗ୍ ର କାହାଣୀ” ମଞ୍ଚସ୍ଥ ହୋଇଥିଲା । ଏଥିରେ ନାଟକର କାହାଣୀ ଲେଖକ ଶ୍ରୀ ପ୍ରଧାନ ଓ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଦାସ ଙ୍କ ସହିତ ମିଶନର ସଭ୍ୟମାନେ ଯଥା ଦେଵୀ ପ୍ରସାଦ ପଟ୍ଟନାୟକ, ସୁଶାନ୍ତ କୁମାର ରେଡି,ଲିଟନ ପ୍ରଧାନ, ମିଥୁନୁ ସାହୁ, ସ°ଜୟ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ବେହେରା, ଅଭିମନ୍ୟୁ ବଳବନ୍ତରାୟ, ଶିଶୁ କଳାକାର ବୁଦ୍ଧିଆ ସ୍ବାଇଁ ଓ ଆଦିତ୍ୟ ବଳବନ୍ତରାୟ ବିଭିନ୍ନ ଭୁମିକାରେ ଅବତୀର୍ଣ୍ଣ ହୋଇଥିଲେ। ଶେଷରେ ଡଃ ଗୁରୁ ପ୍ରସାଦ ମହାପାତ୍ର “ସାର୍ଥକ ଜୀବନ ପାଇଁ ଶ୍ରୀ ଜଗନ୍ନାଥ ସ°ସ୍କୃତିର ଅବଦାନ” ଶୀର୍ଷକ ଵିଷୟ ଉପରେ ଆଧାରିତ ପ୍ରଵଚନ ପ୍ରଦାନ କରିଥିଲେ। ଏଥିରେ ସ°ଗୀତକାର ଗୈାରାଙ୍ଗ ଚରଣ ମୁଦୁଲି, ଅଜିତ କୁମାର ମିଶ୍ର,ଲକ୍ଷ୍ମୀଧର ମୁଦୁଲି, ସହଯୋଗୀ ଲଳିତ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସ°ପାଦନରେ ଦୁଷ୍ମନ୍ତ କୁମାର ପରିଡ଼ା, ପ୍ରତାପ କୁମାର ବଳବନ୍ତରାୟ, ଅନନ୍ତ ମହାପାତ୍ର, ପ୍ରତାପ କୁମାର ହରିଚନ୍ଦନ, ପ୍ରଦୀପ କୁମାର ବଳବନ୍ତରାୟ ଜଗନ୍ନାଥ ମହାରଣା, ମାନସ ଗୁରୁ, ପ୍ରଦୀପ କୁମାର ସାହୁଙ୍କ ସହିତ ମିଶନର ସମସ୍ତ ସହଯୋଗୀ ସଭ୍ୟ ସହଯୋଗ ପ୍ରଦାନ କରିଥିଲେ।


ଦିଲ୍ଲୀପ କୁମାର ଶତପଥୀ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page