କୌଶଲ୍ୟାଗଙ୍ଗ ଫାଣ୍ଡିରେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ।

ଆଣ୍ଠୁଏ ପାଣିରେ ପଶିଲେ ଦେବେ ଫାଣ୍ଡିରେ ଏତଲା।

ବାଲିଅନ୍ତା ୧୬/୦୯ (ଗୋବର୍ଦ୍ଧନ ଦାସ):– ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଛକ ମୁଖ୍ୟରାସ୍ତାରୁ ମାତ୍ର ୨/୩ ଶହ ମିଟର ଦୂରରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅବସ୍ଥାପିତା। ଫାଣ୍ଡି ଆଗରେ ଅସରାଏ ବର୍ଷା ହେଲେ ପାଣି ଲହଡ଼ି ଭାଙ୍ଗୁଛି ।ଏହି ବର୍ଷା ଜଳ ଦୀର୍ଘ ଦିନ ଧରି ଜମିରହି ଦୁର୍ଗନ୍ଧ ବାହାରୁଛି। ମେଲେରିଆ ମଶା , ବିଷାକ୍ତ ସାପ ଭୟ ମଧ୍ୟ ଥିବାବେଳେ ନିଷ୍କାସନ ହୋଇପାରୁନଥିବାରୁ ଅନେକ ସମସ୍ୟା ଦେଖିବାକୁ ମିଳିଛି। ପାଣି ଘେରରେ ରହିବା ଦ୍ଵାରା ଫାଣ୍ଡି କର୍ମଚାରୀ ଭୟରେ ଜୀବନ କାଟୁଛନ୍ତି। ଲଗାଣ ବର୍ଷା ଯୋଗୁଁ ଅଭିଯୋଗକାରୀ ମାନେ ଆଣ୍ଠୁଏ ପାଣିରେ ପଶି ଥାନାରେ ଏତଲା ଦେବାର ନଜର ରହିଛି । ଏହି ସମସ୍ୟା ବର୍ଷ ବର୍ଷ ଧରି ଦେଖାଯାଇଛି। ଏ ସମ୍ପର୍କ କେହି କର୍ଣ୍ଣପାତ କରୁନାହାନ୍ତି। ଫାଣ୍ଡି ପୁଲିସ ପକ୍ଷରୁ ଏହି ପାଣିରେ ୮ ରୁ ୧୦ ଇଟା ପକାଇ ଯାତାୟାତ କରୁଥିବାବେଳେ ଅଧିକ ପାଣି ହେଲେ ଯାତାୟାତ କରିବା ଅସମ୍ଭବ ହେଉଛି।

କୌଣସି ଘଟଣାର ଆପୋସ ସମାଧାନ ନିମନ୍ତେ ୨ ପକ୍ଷ ବସି ଆଲୋଚନା କରିବା ମଧ୍ୟ ସମ୍ଭବ ନୁହେଁ ଫାଣ୍ଡି ଚାରିପଟେ କିଛି ଜମି ବ୍ୟବସାୟୀ ପ୍ଲଟିଂ କରି ବ୍ୟବସାୟ ଚଳାଇଥିବାରୁ ଜଳ ନିଷ୍କାସନ ପଥ ଅବରୋଧ ହୋଇଛି I ଏଭଳି ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି । ପ୍ରକାଶଥାଉକି ଉକ୍ତ ଫାଣ୍ଡି ଅଧୀନରେ ପୁରୀ ଜିଲ୍ଲା ପ୍ରବେଶପଥ ଉତ୍ତରାଛକ, ପୂବାଶାସନ, ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର ପଞ୍ଚାୟତର କିଛି ଅଞ୍ଚଳ ଥିବାବେଳେ ବିଭିନ୍ନ ସରକାରୀ ଓ ଘରୋଇ କଲେଜ, ବିଦ୍ୟାଳୟ ଏବଂ ବିଭିନ୍ନ ସେଣ୍ଟ୍ରାଲ ବ୍ୟାଙ୍କ ରହିଛି। ଏପରିକି କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା କେନ୍ଦ୍ର (ସିଫା) ଏବଂ ଘରୋଇ ଇଞ୍ଜିନିୟରିଂ କଲେଜ ଏହି ଫାଣ୍ଡି ଅଧୀନରେ ରହିଛି । ଦୀର୍ଘ ଦିନ ଧରି ଉକ୍ତ ଫାଣ୍ଡି ଭଡ଼ା ଘରେ ଚାଲିଆସୁଥିବା ସୂଚନା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page