ଭୁବନେଶ୍ୱର(ବ୍ୟୁରୋ): ପୃଥିବୀର କୋଣ ଅନୁକୋଣରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ଲୋକମାନଙ୍କ ପାଖରେ ପହଚାାଇ ସେମାନଙ୍କୁ ସଚେତନ ଓ ସତର୍କ କରିବାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଭୂମିକା ଅଗ୍ରଗଣ୍ୟ। ବିଶ୍ୱର ସଙ୍କଟ ଓ ଜରୁରୀ ସମୟରେ ଲୋକଙ୍କ ସାହାଭରଷା ହୋଇ ଛିଡ଼ା ହୋଇଥାଏ ଗଣମାଧ୍ୟମ ଓ ସାମ୍ବାଦିକମାନେ ବହୁ କଷ୍ଟ ସ୍ୱୀକାର କରି ରାଷ୍ଟ୍ର ଓ ବିଶ୍ୱର ପ୍ରଗତି ପାଇଁ ଅଣ୍ଟା ଭିଡ଼ି ଛିଡ଼ା ହେଉଛନ୍ତି। ଯୁଦ୍ଧ, ବନ୍ୟା, ବାତ୍ୟା ଭଳି ଭୟଙ୍କର ସମୟରେ ଟିକିନିଖି ଖବର ଲୋକଙ୍କ ପାଖରେ ପହଚାାଇବାରେ ସାମ୍ବାଦିକମାନେ ଦିନରାତି ଏକ କରିଦିଅନ୍ତି। ସର୍ବସାଧାରଣ ଓ ସରକାର ମଧ୍ୟରେ ଗଣମାଧ୍ୟମ ଏକ ଶଙ୍ଖ ଭଳି। ଲୋକଙ୍କର ଅସୁବିଧା ସରକାରଙ୍କ ପାଖରେ ପହଚାାଇବା ଓ ସରକାର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିବାରେ ସାମ୍ବାଦିକଙ୍କ ଉଦ୍ୟମ ପ୍ରଶଂସନୀୟ। ସାମ୍ବାଦିକମାନେ ସତ୍ୟର ଅନୁସନ୍ଧାନ କରି ନିରପେକ୍ଷ ଖବର ପରିବେଷଣ କଲେ ସମାଜର ପ୍ରଗତି ପ୍ରଶସ୍ତ ହେବ। ତେଣୁ ସେମାନଙ୍କର ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱ ଦେବା ଉପରେ ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧି ଅପରାଧ ଦଣ୍ଡମୁକ୍ତ ଅନ୍ତ ଦିବସ-୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡଃ ବିପିନ୍ ବିହାରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଜୀବନକୁ ବାଜି ଲଗାଇ ଯୁଦ୍ଧଭୂମି ହେଉ କି ବନ୍ୟାବାତ୍ୟା ସ୍ଥାନରୁ ହେଉ, ସମସ୍ତ ଘଟଣାକୁ ସରକାର ଓ ଲୋକଙ୍କ ପାଖରେ ପହଚାାଇ ସାମ୍ବାଦିକ ତାର ଆଶୁ ସମାଧାନର ରାସ୍ତା ସୁଗମ କରିଥାଏ। କିନ୍ତୁ ତା’ର ସୁରକ୍ଷାକୁ ନେଇ କେହି ଚିନ୍ତିତ ନୁହଁନ୍ତି। ସାରା ବିଶ୍ୱରେ ସେମାନଙ୍କ ଉପରେ ହେଉଥିବା ଅପରାଧରନ୍ୟାୟିକ ତଦନ୍ତ ଠିକ୍ ରୂପେ ହେଉନାହିଁ। ସେମାନଙ୍କ ଭବିଷ୍ୟତର ସୁରକ୍ଷିତ ଜୀବନ ପାଇଁ ସରକାରୀସ୍ତରରେ ଅବହେଳା ହେଉଛି। ସରକାର ସମସ୍ତଙ୍କର ଗଣତି କରୁଥିବା ବେଳେ ସାମ୍ବାଦିକଙ୍କ ଗଣତି କରିାରୁ ନାହାନ୍ତି ଏବଂ ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକ ଏଥିପ୍ରତି ବିଧିବଦ୍ଧ ଭାବରେ ଧ୍ୟାନ ନଦେବା ମୁଖ୍ୟବକ୍ତା ବରିଷ୍ଠ ସ୍ତମ୍ଭକାର, ସାମ୍ବାଦିକ ତଥା ଆଲୋଚକ ଡ. ସାରଦା ପ୍ରସାଦ କର ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍, ସମାଜସେବୀ ତଥା ସାହିତ୍ୟ ସଂଗଠକ ଶଶଧର ପଣ୍ଡା ବନ୍ୟା ବାତ୍ୟା ସମୟରେ ତୃଣମଳସ୍ତରରେ ପହଚାନ୍ତି ସାମ୍ବାଦିକମାନେ ଯେଉଁ ସାହସ ଓ ନିର୍ଭିକତା ସହ ଖବର ପ୍ରେରଣ କରନ୍ତି ସେଥି ପ୍ରତି ସମସ୍ତେ ଧ୍ୟାନ ଦେବା ସହସେମାନଙ୍କର ସୁରକ୍ଷା ଉପରେ ସରକାରୀ ଓ ବେସରକାରୀସ୍ତରରେ ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ରାଜନୈତିକ ବ୍ୟକ୍ତିବିଶେଷଙ୍କ ଠାରୁ ଦୂରେଇ ରହି ସାଲିସ ବିହୀନ ସମ୍ବାଦ ପ୍ରକାଶ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ସମାଜସେବୀକା, ସୁସାହିତ୍ୟିକା ତଥା ଅରଭାନୀ ସମୟର ଉପଦେଷ୍ଟା ଇନ୍ଦିରା ମିଶ୍ର ସାମ୍ବାଦିକମାନଙ୍କ କାର୍ଯ୍ୟ, ଧୈର୍ଯ୍ୟ ଓ ସାହସକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ନିଜ ଅଭିଜ୍ଞତା ଆଧାରରେ ସାମ୍ବାଦିକଙ୍କ ନକରାତ୍ମକ ଓ ସକରାତ୍ମକ କାର୍ଯ୍ୟଶୈଳୀକୁ ବିଶ୍ଲେଷଣ କରି ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ଉପରେ ପ୍ରାଧାନ୍ୟ ଦେଇଥିଲେ। ଅନ୍ୟତମ ଅତିଥି ସମାଜସେବୀକା ଜ୍ୟୋକ୍ଟରା ପରିଡ଼ା ଖବରକାଗଜର ଗୁରତ୍ୱକୁ ଅନୁଧ୍ୟାନ କରି ଗଣମାଧ୍ୟମ ଲୋକଙ୍କ ପାଇଁ ଏବଂ ଲୋକେ ଗଣମାଧ୍ୟମ ସୁରକ୍ଷା ପାଇଁ କାମ କରିବା ଉପରେ ଆଲୋକପାତ କରିଥିଲେ। ଅଷ୍ଟିନ୍ ନ୍ୟୁଜର ସମ୍ପଙ୍କଦକ ଅଜୟ ଅନୁରାଗ ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ। ସଙ୍କଟ ଓ ଜରୁରୀକାଳୀନ ପରିସ୍ଥିତିରେ ସାମ୍ବାଦିକଙ୍କ ସୁରକ୍ଷା ବିଷୟରେ ଏହି ଆଲୋଚନାଚକ୍ରରେ ସମାଜସେବୀ ମନୋରନ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସମ୍ପଙ୍କଦକ ରମେଶ କୁମାର ମହାପାତ୍ର ଏହିଭଳି ଏକ ପବିତ୍ର ବୃଚାିରେ ଥିବା ବ୍ୟକ୍ତିବିଶେଷ ବିଶ୍ୱର ମଙ୍ଗଳ ସାଧନରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅରବିନ୍ଦ ତ୍ରିାଠୀ,ମହେନ୍ଦ୍ର କୁମାର ଚୌଧୁରୀ, ବାଳକୃଷ୍ଣ ରାଉତ, ଶ୍ରୀକା ରାଉତ, ମଳୟ କୁମାର ସାମଲ, କୈଳାସ ଚନ୍ଦ୍ର ବେହେରା, ଜୟଶେଖର ଦାଶ, ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ, ସାମ୍ବାଦିକ ରୀନା ମହାନ୍ତି, ଫଟୋ ସାମ୍ବାଦିକ ସଦାନନ୍ଦ ରଣା, କୃଷ୍ଣଚନ୍ଦ୍ର ବାରିକ ଓ ଫିଠା ଗବେଷିକା ସୁକ୍ତା ସ୍ୱାଇଁଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧି ଅପରାଧ ଦଣ୍ଡମୁକ୍ତ ଅନ୍ତ ଦିବସ-୨୦୨୪ ପାଳନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ ମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି। ଏଠାରେ ପ୍ରକାଶ ଯେ ମ.ରାମପୁର ସରପଞ୍ଚ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନ କର୍ମଚାରୀ ମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା' ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା'ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଜନତା ମଇଦାନରେ ଚାଲିଛି ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର