ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବାଣପୁର ବ୍ଲକ ବିରଜା ମଣ୍ଡଳ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ ଏବଂ ଡାକ୍ତର ଶ୍ରୀ କୃତାର୍ଥ କିଶୋର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରତିକୂଳ ପାଗ ସତ୍ତ୍ୱେ ରକ୍ତଦାତାମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଶିବିରରେ ସମୁଦାୟ ୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା

। ଶ୍ରୀ ଭୋଳ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରକ୍ତଭଣ୍ଡାରର ଡାକ୍ତର ଶ୍ରୀ ସୌରଭ ସୁନ୍ଦର ରାୟ, ଶ୍ରୀ ଅରୁଣ କୁମାର ସାହୁ, ଶ୍ରୀ ଅନିରୁଦ୍ଧ ସ୍ୱାଇଁ ଓ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କ ସହଯୋଗରେ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଶିବିରରେ ସଂଗ୍ରାମ ଦାସ, ମାମଲି ବାରିକ, କାର୍ତ୍ତିକେଶ୍ୱର ସ୍ୱାଇଁ, ରଶ୍ମିତା ଦାସ, କଳ୍ପନା ଦାସ, ଲିଙ୍ଗରାଜ ମହାରଣା, ମମତା ଆଚାର୍ଯ୍ୟ, ସସ୍ମିତା, ଚିତ୍ତରଞ୍ଜନ ପାଇକରାୟ, ଅନିଲ କୁମାର ସୁବୁଦ୍ଧି, ଗିରିଜା ଶଙ୍କର ସେନାପତି,ସଞ୍ଜୀବ କୁମାର ନାୟକ, ମମତା ମହାନ୍ତି, ନିରଞ୍ଜନ ମୁଦୁଲି, ସୁଧାଂଶୁ ଶେଖର ପ୍ରଧାନ, ଉମାଶଙ୍କର ସାମନ୍ତରାୟ, ସୌରଭ ମହାନ୍ତି ଓ ଶ୍ରୀ ଜିତେନ୍ଦ୍ର କୁମାର ଭୋଳ ପ୍ରମୁଖ ରକ୍ତଦାନ କରିଥିଲେ।ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ସମାଜରେ ମାନବିକତା ଓ ସେବାର ବାର୍ତ୍ତା ପହଞ୍ଚାଇବା ପାଇଁ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୁବ ସମାଜକୁ ଆହ୍ୱାନ ଦେଇଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page