​ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଲାଶାଙ୍କୁ ସ୍ୱର୍ଣ୍ଣ ପଦକ

ସୀଆଈଏସସୀଇ ନେଶନlଲ ଜିବେ ଅଭିଳାଷl

​ ଟିଟଲାଗଡ଼ସ୍ଥିତ ସେଣ୍ଟ ଆନ୍ ସ୍କୁଲ ପରିସରରେ ସୀଆଈଏସସୀଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଲାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।​ଅଭିଲାଶା ଅଣ୍ଡର-୧୪ ବର୍ଷ ୩୪ ରୁ ୩୮ କେଜି କୁମିତେ (ଫାଇଟିଂ) ବିଭାଗରେ ଭାଗନେଇ ଏହି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତା ଶେଷରେ ମୁଖ୍ୟ ଅତିଥି ଡବ୍ଲୁକେଏଫ ରେଫରୀ ରାଜିବ ସିଂ ଓ ସେଣ୍ଟ ଆନ୍ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର୍ ବିନା ଅଭିଲାଶାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ। ଏହି ପ୍ରତିଯୋଗିତାରେ ଜାତୀୟ ସ୍ତରୀୟ ରେଫରୀ​ ଅସିମ କୁମାର ଭୋଇ ରେଫରୀ ଓ ଜଜ୍ ଦାୟିତ୍ୱ ନିର୍ବାହ କରିବା ସହ ଛାତ୍ର ଛାତ୍ରୀଙ୍କୁ ମେଡାଲ୍ ସହ ପୁରସ୍କୃତ କରିଥିଲେ l ​ଅଭିଲାଶା ବଲାଙ୍ଗୀର ରେଲୱେ ଷ୍ଟେସନ୍ ଛକସ୍ଥିତ ‘ଅସୀମ କରାଟେ ଏକାଡେମୀ’ ରେ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅସିମ ଭୋଇଙ୍କ ଠାରୁ ନିୟମିତ କରାଟେ ପ୍ରଶିକ୍ଷଣ ନେଉଛନ୍ତି। ସେ ବଲାଙ୍ଗୀର ‘ଲିଟିଲ ଫ୍ଲାୱାର ସ୍କୁଲ’ରେ ଅଧ୍ୟୟନରତ।​ଏହି ସଫଳତା ପରେ ଅଭିଲାଶା ଅକ୍ଟୋବର୍ ମାସରେ ତାମିଲନାଡୁର ତିରୁପୁର ଠାରେ ହେବାକୁ ଥିବା ସୀଆଈଏସସୀଇ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ମିଳିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page