ଚିଲିକା,୧୬ I୬:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ମଙ୍ଗରାଜପୁର ଠାରେ ପ୍ରତି ସଂକ୍ରାନ୍ତୀରେ ଅନୁଷ୍ଠିତ ହେଉଥିବା ଭାଗବତ ପ୍ରବଚନ କାର୍ଯ୍ୟକ୍ରମର ଅଂଶ ସ୍ଵରୂପ ଚ଼ଳିତ ମାସ ରଜସଂକ୍ରାନ୍ତୀ ଦିନ ଅନୁଷ୍ଠିତ ହୋଇଯାଇଅଛି । ସଂନ୍ଧ୍ୟା ସମୟରେ ଭାଗବତ ପାଠ ଓ ନାମ ସଂକୀର୍ତ୍ତନ କରାଯିବା ପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁମାଣ୍ଡଳ ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତିଙ୍କ ପୌରୋହିତରେ ଅନୁଷ୍ଠିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ମଞ୍ଚାସିନ ବକ୍ତାମାନଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାଗବତ ପ୍ରବଚକ ତଥା ଗାୟକ ଦକ୍ଷୀଣ କେଶରୀ ରାମଚ଼ନ୍ଦ୍ର କର, ସମ୍ମାନୀତ ଅତିଥି ଚିଲିକା ପୂଜ୍ୟପୂଜା ସଂସଦ ସଭାପତି ଦିଲ୍ଲୀପ କୁମାର ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ପ୍ରସାଦ ନାୟକ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ଯୋଗ ଦେଇ “ଭାଗବତ ଏକ ପୁରାଣ ଗ୍ରନ୍ଥ ହେଲେ ହେଁ, ଏହାର ବାଣୀ ନିତ୍ୟ ନୂତନ”। ଆଜିର ସଂଘର୍ଷମୟ ଓ ସ୍ଵାର୍ଥନ୍ଧ ଜଗତକୁ ଭାଗବତର ଉଦାର ମାନବବାଦ କେବଳ ପ୍ରକୃଷ୍ଟ ବାଟ ଦେଖାଇ ପାରିବ ବୋଲି କହିବା ସହ ଦୀର୍ଘ ବର୍ଷ ଧରି ଏଠାରେ ସୁଚାରୁରୂପେ ଭାଗବତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ତାହାର ଭୃୟଂଶୀ ପ୍ରଶଂସା କରିଥିଲେ । ଏ କାର୍ଯ୍ୟକ୍ରମକୁ ସୁବାସ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ନିରଞ୍ଜନ ମହାରଣା ଓ ବୃନ୍ଦାବନ ମହାରଣା | ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଭକ୍ତମାନଙ୍କୁ ପ୍ରସାଦ ସେବନରେ ଆପ୍ୟାହିତ କରାଯାଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି