ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି । ଉକ୍ତ ବିୟୋଗ ଖବର ପାଇ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷ, ସଂଗଠନ ପ୍ରମୁଖ ତାଙ୍କ ଖାରବେଳ ନଗର ବାସଭବନ ଯାଇ ଅନ୍ତିମ ଦର୍ଶନ କରିଥିଲେ । ପୂଜ୍ୟ ପୂଜା ସଂସ୍କୃତି

ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାମଂଚ, ବହୁ ସାମ୍ବାଦିକ ସଂଗଠନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଇନ୍ଦିରାଙ୍କ ସାମାଜିକ କାର୍ଯ୍ୟ, ପୂଜ୍ୟପୂଜା, ଭାଷା, ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନେବା ଇତ୍ୟାଦିର ସ୍ମୃତି ରୋମନ୍ଥନ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଠ ଭାଷୀ ବ୍ୟକ୍ତିତ୍ୱର ଅଧିକାରିଣୀ ବୋଲି ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତି ଚାରଣ ପୂର୍ବକ ଗଣମାଧ୍ୟମକୁ କହିବା ସହିତ ସମଗ୍ର ମାନବ ଜାତିର କଲ୍ୟାଣ ସହିତ ଅସହାୟ, ଦୁସ୍ଥ ବ୍ୟକ୍ତିବିଶେଷଙ୍କ ବହୁ କଲ୍ୟାଣ ପାଇଁ ସେ ଚିର ସ୍ମରଣୀୟା ହୋଇ ରହିବେ ବୋଲି ଉଲ୍ଲେଖ କରିଥିଲେ । ସମାଜର ନିଷ୍ପେସିତ, ଅବହେଳିତ ମହିଳା ଓ ବ୍ୟକ୍ତିମାନଙ୍କ ପାଇଁ ତାଙ୍କର ନୀରବ କାର୍ଯ୍ୟକ୍ରମ ଥିଲା ଅତୁଳନୀୟ । ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ, ବିଭୁତି ଭୂଷଣ କର, ସିନେ ସମୀକ୍ଷକ ଦିଲୀପ ହାଲି, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସାହିତ୍ୟ ସମ୍ପାଦକ ଦୁର୍ଗା ସାମନ୍ତରାୟ, ସିନେ ପ୍ରଯୋଜକ ଶ୍ରୀଧର ମାର୍ଥା, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ସାମ୍ବାଦିକ ପ୍ରସନ୍ନ ପତି, ପ୍ରଭୁ କଲ୍ୟାଣ ମହାପାତ୍ର, ବରିଷ୍ଠ ସାମାଜିକ କର୍ମୀ କ୍ରାନ୍ତି କୁମାର ସାକ୍ସେନା, ଶ୍ରୀଧର ମାର୍ଥା, ଚଳଚ୍ଚିତ୍ର ନିଦେ୍ର୍ଦଶକ ହିମାଂଶୁ ଖଟୁଆ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂ,ରବୀନ୍ଦ୍ର ବିଶ୍ୱାଳ,ପ୍ରସନ୍ନ କୁମାର ବିଶୋଇ,ଭାଷା ପ୍ରାଣ ଯତୀନ୍ଦ୍ର ମୋହନ ଛୋଟରାୟ, ସରୋଜ ପଟନାୟକ, ସାହିତି୍ୟକା ଜୟଶ୍ରୀ ଦାସ, ସମିତା ମହାରଣାଙ୍କ ସହିତ ବହୁ ବ୍ୟକ୍ତିବିଶେଷ, ସଂଗଠନ ଏହି ଅବସରରେ ଉପସ୍ଥିତ ରହିଥିଲେ । ତାଙ୍କର ଏକମାତ୍ର ପୁତ୍ର ପରାଗ ପଟ୍ଟନାୟକଙ୍କ ଉପସ୍ଥିତରେ ପୁରୀ ସ୍ୱର୍ଗଦ୍ୱାର ଠାରେ ମୁଖାଗ୍ନି ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।