ବାଲୁଗାଁରେ ଧୁମଧାମରେ ପାଳିତ ହେଉଛି ଖୁଦୁରୁକୁଣୀ ଓଷା

    ଚିଲିକା, ୩ଠା ୮: ଚଳିତ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା | ବାଲୁଗାଁରେ ପ୍ରତ୍ୟେକ ଗାଁ ମୁଣ୍ଡରେ ଝିଅ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।ଆଜି ଭାଦ୍ରବ ମାସ ପ୍ରଥମ ରବିବାରରୁ ସାରା ଓଡ଼ିଶା ସହ ବାଲୁଗାଁ ଅଞ୍ଚଳର ସବୁ ଗାଁ ଗହଳିରେ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି ।ଏହା କୁଆଁରୀ ଝିଅମାନଙ୍କର ପ୍ରିୟ ଓଷା ।ଏହି ଓଷାରେ ମା’ ଦୁର୍ଗାଙ୍କ ଅବତାର ମା’ ଖୁଦୁରୁକୁଣୀ ପୂଜା ପାଆନ୍ତି ।କୁହାଯାଏ, ଖୁଦ ଭଜାରେ ସନ୍ତୁଷ୍ଟ ହେଉଥିବାରୁ ତାଙ୍କ ନାମ ଖୁଦୁରୁକୁଣୀ ସାତ ଭାଇଙ୍କ ଗୋଟିଏ ଭଉଣୀ ତପୋଇକୁ ତାର ସାତ ଭାଉଜ ଦେଇଥିବା କଷ୍ଟ ଓ ଶେଷରେ ମା’ଙ୍କ କୃପାରୁ ଉଦ୍ଧାର ପାଇବା କାହାଣୀ ହିଁ ଏହି ଓଷା ବହିରେ ବର୍ଣ୍ଣିତ ।ଗାଁର ସବୁ ସାହି ସାହି ମାନଙ୍କରେ କୁଆଁରୀ ଝିଅ ମାନେ ଦଳ ବାନ୍ଧି ହାତରେ ଫୁଲ ଥାଳି ଧରି ପୂଜା କରୁଥିବାର ଦୃଶ୍ୟ ଗାଁକୁ ଆହୁରି ସୁନ୍ଦର କରିଛି ।

    ପ୍ରତ୍ୟେକ ଭାଦ୍ରବ ମାସର ପ୍ରତି ରବିବାର ଦିନ କୁଆଁରୀ କନ୍ୟାମାନେ ମା’ ଖୁଦୁରୁକୁଣୀଙ୍କୁ ପୂଜା କରିଥାନ୍ତି।ଭାଇ ମାନଙ୍କର ମଙ୍ଗଳ କାମନା ଓ ପରିବାରର ସୁଖ ଶାନ୍ତି ପାଇଁ ଏହି ଓଷା କରାଯାଏ । ପୁରାଣ ଅନୁସାରେ ସାଧବ ପୁଅ ଓ ବୋହୂ ମାନଙ୍କ ଦ୍ୱାରା ନିର୍ଯାତିତ ତାପୋଇର କାହାଣୀ ଏହି ଓଷାର ମୂଳ ଆଧାର |ତଅପୋଇ ହିଁ ମା’ ଖୁଦୁରୁକୁଣୀଙ୍କୁ ପୂଜା କରି ନିଜ ଦୁଃଖରୁ ମୁକ୍ତି ପାଇଥିଲା ବୋଲି ବିଶ୍ୱାସ ରହିଛି ।ଆଜି ସକାଳୁ ବାଲୁଗାଁ ତଥା ଆଖପାଖ ଗାଁର ଝିଅମାନେ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ଖୁଦ ଚାଉଳ, ଫୁଲ, ସିନ୍ଦୂର ଓ ମାଟିର ମୂର୍ତ୍ତି ତିଆରି କରି ପୂଜା କରୁଛନ୍ତି ।ଓଷା ବହି ପଢ଼ି ଓ ବ୍ରତ କଥା ଶୁଣି ସମସ୍ତେ ଭକ୍ତିରେ ମଗ୍ନ ହୋଇଛନ୍ତି ।

    ଦିଲ୍ଲୀପ କୁମାର ଶତପଥୀ
    ଚିଲିକା ପ୍ରତିନିଧି

    Social Share On:

    Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

    Social Share On:

    Related News

    You cannot copy content of this page