ବାଲୁଗାଁ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଆଲୋଚନାଚକ୍ର |

ଚିଲିକା, ୭। ୮: ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଛାତ୍ରୀମାନଙ୍କ ସୁରକ୍ଷା, ଶୃଙ୍ଖଳା ଓ ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ,ଅଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ସଭାପତି ଡକ୍ଟର ମୋନାଲିସା ମାନସିଂହ,ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପ୍ରବୀଣ କୁମାର ଜେନା,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ,ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହିଳା ଓ ଛାତ୍ରୀମାନଙ୍କ ପ୍ରତି ଘଟୁଥିବା ହିଂସା ଓ ଅଶୋଭନୀୟ ଆଚରଣର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିବା ସହ ମହିଳା ସଶକ୍ତକରଣର ଆବଶ୍ୟକତା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ଏହିଅବସରରେ ମହାବିଦ୍ୟାଳୟରେ ଆୟୋଜିତ ବର୍ଷବ୍ୟାପି ସହ ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ନେତୃତ୍ୱ ନେବାପାଇଁ ଅଧ୍ୟକ୍ଷ ଓ ଅତିଥିମାନେ ଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ।ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡକ୍ଟର ମନସ୍ବିନୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଡକ୍ଟର ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page