ଭୁବନେଶ୍ୱର[10:20 pm, 21/3/2026] Priyabrata Barik: ବିଶ୍ବ କବିତା ଦିବସ ରେ ନବୀନ ସୂତ୍ରଧର କବିତା ସମ୍ମାନ ରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ବରେଣ୍ୟ କବି ଓ ଗୀତିକାର ଭୁବନେଶ୍ୱର:ସ୍ଥାନୀୟ ଗୀତଗୋବିନ୍ଦ ସଦନ ରେ ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର (ନବୀନ ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ଵ କବିତା ଦିବସ ମହା ସମାରୋହ ରେ ପାଳନ କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇ ବରେଣ୍ୟ କବି ଓ ଗୀତିକାର ଯଥାକ୍ରମେ ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ଓ ଗୁରୁପ୍ରସାଦ ଶତପଥୀ ଙ୍କୁ ଅନୁଷ୍ଠାନ ର ଶ୍ରେଷ୍ଠ ସମ୍ମାନ ନବୀନ ସୂତ୍ରଧର କବିତା ସମ୍ମାନ ପ୍ରଦାନ କରାଯାଇଛି।ଏହା ସହିତ ୯ ଜଣ ଯୁବ ଓ ପ୍ରବୀଣ ଓଡ଼ିଆ ଜାତିର ବର୍ତାବହଙ୍କୁ ନବୀନ ସୁତଧର କବିତା ଆଶିର୍ବାଦ ସମ୍ମାନ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ କି ଅନୁଷ୍ଠାନ ପକ୍ଷରୁ ଗତ ବର୍ଷ ଠାରୁ ଓଡ଼ିଆ ଭାଷା,ସହିତ ,ସଙ୍ଗୀତ ଓ ସଂସ୍କୃତି କୁ ଆଗାମୀ ଭବିଷ୍ୟତ ପିଢ଼ିଙ୍କ ମାଧ୍ୟମରେ ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ବିଶ୍ବ କବିତା ଦିବସ ପାଳନ କରାଯାଉଛି। ଆଜି ପ୍ରଥମ ପର୍ଯ୍ୟାୟର ଆୟୋଜିତ ହୋଇଥିବା ସଭାକୁ ଉଦ୍ଘାଟନ କରି ବିଶିଷ୍ଟ କବି ତଥା ସାହିତ୍ୟିକ ଏବଂ ଓଡ଼ିଆ ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ଅଶ୍ଵିନୀ ମିଶ୍ର କବିତା ର ଭାଷା ସର୍ବଦା ଜନମାନସ ର ବୁଝିବା ର ଭାଷା ହୋଇ ସମାଜ କୁ ସଠିକ୍ ପଥରେ ଯିବା ପାଇଁ ମାର୍ଗ ଦର୍ଶନ କରିବା ଉଚିତ୍ ବୋଲି ମତ ପୋଷଣ କରିଥିଲେ ।ସେହି ଭଳି ଅନ୍ୟତମ ଅତିଥି ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ସଂଘମିତ୍ରା ମିଶ୍ର,ଶ୍ରୀଯୁକ୍ତ ହୃଷୀକେଶ ମଲ୍ଲିକ,ଶ୍ରୀଯୁକ୍ତ ସୂର୍ଯ୍ୟ ମିଶ୍ର ପ୍ରମୁଖ ଭାଷା ସାହିତ୍ୟ ର ବିଭିନ୍ନ ଅନାଲୋଚିତ ଦିଗ ଯାହା ସମାଜ କୁ ପ୍ରେରିତ କରିବ,ସେ ବିଷୟରେ ଆଲୋକପାତ କରିଥିଲେ।ପରେ ପରେ ସାରା ରାଜ୍ୟରୁ ଏପରିକି ରାଜ୍ୟ ବାହାରିଥିବା ୮୦ ରୁ ଉର୍ଦ୍ଧ ଓଡ଼ିଆ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ।ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୯ଜଣଙ୍କୁ (ନବୀନ ସୁତଧର କବିତା ଆଶିର୍ବାଦ ସମ୍ମାନ ପ୍ରଦାନ କରାଯାଇଥିଲା।ପରବର୍ତ୍ତୀ ସୋପାନ ରେ ଚଳିତ ବର୍ଷ ର ଶୀର୍ଷକ କବିତା: ଶାନ୍ତି ଓ ଅନ୍ତର୍ଭୁକ୍ତ ର ସେତୁ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ରାଜ୍ୟର ବହୁ ପ୍ରବୀଣ କବି ଓ ସାହିତ୍ୟିକ ଯଥା ଡ଼ଃ ଦେବାଶିଷ ମହାପାତ୍ର, ଡ଼ଃ ରମେଶ ପାଣି ,ଶୁଭଶ୍ରୀ ଲେଙ୍କା,ସରୋଜିନୀ ପାଣି, ଡ଼ଃ ଏନ ଲକ୍ଷ୍ମୀ ଜଗଦେବ ପ୍ରମୁଖ ଆଲୋକପାତ କରିଥିଲେ ।

ଉଦଯାପନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ସମ୍ମାନ ପ୍ରଦାନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ଶ୍ରୀଯୁକ୍ତ ଶରତ ଦାଶ,କାଦମ୍ବିନୀ ର ସମ୍ପାଦିକା ଶ୍ରୀମତୀ ଇତି ସାମନ୍ତ,ବରିଷ୍ଠ କବି ରକ୍ଷକ ନାୟକ,ସୁନାମଧନ୍ୟ ଗାୟିକା ତଥା ସ୍ତମ୍ଭକାର ଶ୍ରୀମତୀ ଛନ୍ଦା ମିଶ୍ର,ଦର୍ଶନ ଖବର କାଗଜ ର ସମ୍ପାଦକ ଇଞ୍ଜିନିୟର ବିଭୂତି ଭୂଷଣ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ସରକାରୀ ସ୍ତରରେ ଯେଉଁଭଳି ଭାବେ ଅନ୍ତରିକ୍ତା ପ୍ରଦର୍ଶନ କରିବା କଥା ତାହା ହେଉ ନଥିବା ପ୍ରକାଶ କରିଥିଲେ।ଦିବସ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଯଥାକ୍ରମେ ଚମକ୍ ଚାନ୍ଦିନୀ ଦାଶ,ସୁଷମା ସ୍ୱାଇଁ ଓ ଦେବଦତ୍ତ ପତି ସଞ୍ଚାଳନ କରିଥିଲେ।ଶେଷ ରେ ଅନୁଷ୍ଠାନ ର ମୁଖ୍ୟ ତଥା ଅଧକ୍ଷ ଶ୍ରୀମାନ ଲକ୍ଷ୍ମୀକାନ୍ତ ନବୀନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ
ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ