ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ

ବାଲିଅନ୍ତା ୨୨/୦୬ (ଗୋବର୍ଦ୍ଧନ ଦାସ)ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ ଆଜି ତା -୨୨.୦୬.୨୦୨୬ ରିଖରେ ଆୟୋଜିତ ହୋଇଅଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରଶ୍ମିତା ନାଥ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାଲିଅନ୍ତା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ | ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରା, DSDEO, ଖୋର୍ଦ୍ଧା Skill Development କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ସଫଳ କୁଶଳୀ ଉଦ୍ୟୋଗୀଙ୍କୁ ପୁରସ୍କୃତ କରିଥିଲେ |

ଶ୍ରୀ ସୁରେନ୍ଦ୍ର କୁମାର ଦାସ, ସହକାରୀ ଶିଳ୍ପ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଭୁବନେଶ୍ୱର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧୀନ ରେ ଚାଲୁଥିବା (୧) ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (PMEGP), (୨) ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟା କରଣ ଯୋଜନା (PMFME), (୩) ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା (୪) CM-SRIM, (୫) Start -up Odisha ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିଭିନ୍ନ ରିହାତି ବିଷୟରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମରେ ୧୭୫ ହିତାଧିକାରୀ ଉପସ୍ଥିତ ଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ବିଜୟ କୁମାର ମହାରଣା, (ସାଂସଦଙ୍କ ପ୍ରତିନିଧି), ଶ୍ରୀଯୁକ୍ତ ମହେଶ୍ଵର ଦାସ, ଜିଲ୍ଲା ପରିଷଦ ସଭ୍ୟ, ଜୋନ ନଂ-୧୬, ଅପରାଜିତା ସ୍ୱାଇଁ, ଏବିଡିଓ, ବାଲିଅନ୍ତା, Govt.ITI, ଭୁବନେଶ୍ୱର ର ପ୍ରତିନିଧି ଯୋଗଦାନ କରି ଉପସ୍ଥିତ ହିତାଧିକାରୀଙ୍କୁ ସଫଳ ଶିଳ୍ପୋଦ୍ୟୋଗୀ ହେବା ପାଇଁ ଉତ୍ସାହିତ କରିଥିଲେ । ସର୍ବଶେଷରେ ଶ୍ରୀ ସୁରେନ୍ଦ୍ର କୁମାର ଦାସ, ସହକାରୀ ଶିଳ୍ପ ଅଧିକାରୀ ଅତିଥି ତଥା ହିତାଧିକାରୀ ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page