ଯୌତୁକ ପ୍ରଥା ବିରୋଧରେ ସଚେତନତା ତାଲିମମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ

ଭବାନୀପାଟଣା, ୯/୯/୨୦୨୬ (ଜନ୍ମେଜୟ ନାଏକ):
ସମାଜରୁ ଯୌତୁକ ପ୍ରଥା ଭଳି ଏକ ଗୁରୁତର ସାମାଜିକ କୁପ୍ରଥାର ମୂଳୋତ୍ପାଟନ ସହିତ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଆଇନଗତ ଅଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଷ୍ଟାଟିଷ୍ଟିକାଲ୍ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍‌ର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୂଜ୍ଜିବିନ ନିଶା, ସମାଜ କଲ୍ୟାଣ ଅଧିକାରୀ ନିୟତି ବାଳା ସୋରେନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟ ବିଶ୍ୱନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ତାଲିମଦାତା ଲକ୍ଷ୍ମୀପ୍ରିୟା ସାହୁ ଯୌତୁକ ନିଷେଧ ଆଇନର ବିଭିନ୍ନ ବ୍ୟବସ୍ଥା ଓ ଏହାର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯୌତୁକ ଦାବି କରିବା, ଦେବା କିମ୍ବା ଗ୍ରହଣ କରିବାର ଆଇନଗତ ପରିଣାମ, ଯୌତୁକ ନିର୍ଯାତନାର ଶିକାର ମହିଳାଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା ଓ ଅଧିକାର ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା।

ଯୌତୁକ ପ୍ରଥା କେବଳ ଏକ ଆଇନଗତ ଅପରାଧ ନୁହେଁ, ଏହା ସମାଜର ଏକ ଗଭୀର ସାମାଜିକ ସମସ୍ୟା ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ଏହାର ନିରାକରଣ ପାଇଁ କେବଳ ଆଇନର କଡ଼ା ପ୍ରୟୋଗ ନୁହେଁ, ପରିବାର, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କ ମଧ୍ୟରେ ମାନସିକତାର ପରିବର୍ତ୍ତନ ଆବଶ୍ୟକ ବୋଲି ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ସମସ୍ତ ସିଡିପିଓ, ୱାନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର କର୍ମଚାରୀ, ବିଭିନ୍ନ ଏନ୍‌ଜିଓର ପ୍ରତିନିଧି, ଏସ୍‌ଏଚ୍‌ଜି ସଦସ୍ୟ, କାର୍ଯ୍ୟାଳୟ କର୍ମଚାରୀ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ। ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ, ନିର୍ଯାତନା ଓ ଯୌତୁକ ଦାବି ବିରୋଧରେ ସମସ୍ତେ ଏକଜୁଟ ହୋଇ ସ୍ୱର ଉଠାଇବା ସହିତ ଯୌତୁକମୁକ୍ତ ସମାଜ ଗଠନ ପାଇଁ ସମନ୍ୱିତ ଉଦ୍ୟମ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page