ଚିଲିକା, ୯।୯:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଚଳିତ ବର୍ଷ ଶ୍ରୀ ସତ୍ୟସାଇ ଭଜନ କେନ୍ଦ୍ରର ଦ୍ୱିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ଓ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଇ ଆଶ୍ରିତ ମାନଙ୍କ ଦ୍ଵାରା ବାବାଙ୍କ ଉଦ୍ଦେଶ୍ୟରେ ଭଜନ ଗାନ କରାଯାଇଥିଲା । ଏହାପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସାଇ ଜିଲ୍ଲା ସଂଗଠନର ସଭାପତି ଶ୍ରୀଯୁକ୍ତ ବ୍ରଜସୁନ୍ଦର ମିଶ୍ର, ଅବିଭକ୍ତ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସ୍ଥାୟୀ ସଭାପତି ଦକ୍ଷୀଣ କେଶରୀ ରାମଚନ୍ଦ୍ର କର, ବାଣପୁର ସମିତି ଆବାହକ ବିଭୁତି ଭୂଷଣ ଘଡେଇ ଓ ନାଚୁଣୀ ଭଜନ ମଣ୍ଡଳୀର ଆବାହକ ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଜୀବନୀ ଓ ମାନବ ସମାଜ ପାଇଁ ବାର୍ତ୍ତା ଉପରେ ଆଲୋକପାତ କରିବା ସହ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଜୀବନ ଗଠନ, ମାନବ ସେବା ହିଁ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ବୋଲି ସତ୍ୟସାଇ ବାବା ତାଙ୍କ ଜୀବନରେ ଏସବୁ କିଭଳି ସୁନ୍ଦର ଦୃଷ୍ଟାନ୍ତ ଭାବେ ପାଳନ କରିଛନ୍ତି ସେ ଉପରେ ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଂଯୋଜକ ସଂଗ୍ରାମ କେଶରୀ ସେଠୀ , ରାଜ୍ୟ ସାଇ ସିମ୍ଫୋନୀ ଗାୟକ ସୁନୀଲ କୁମାର ପ୍ରଧାନ, ବାଣପୁର ସମିତି ଅଧ୍ୟାତ୍ମିକ ସଂଯୋଜକ ଜୟକୃଷ୍ଣ ପ୍ରଧାନ, ବାଲୁଗାଁ ଭଜନ ମଣ୍ଡଳୀ ଯୁବ ସଂଯୋଜକ ଆଦିତ୍ୟ ନାରାୟଣ ପଣ୍ଡା, ପଦ୍ମଚରଣ ମୁଦୁଲି,ବାପୁ ମୁଦୁଲି, ନଟବର ସେଣ, ବାଣପୁର ସମିତି ଶିକ୍ଷା ସଂଯୋଜିକା ସୁପ୍ରଭା ମିଶ୍ର, ଆଧ୍ୟାତ୍ମିକ ସଂଯୋଜିକା ଗୀତାଞ୍ଜଳୀ ପ୍ରଧାନ, ବାଲୁଗାଁ ଭଜନ ମଣ୍ଡଳୀର ଆଧ୍ୟାତ୍ମିକା ସଂଯୋଜିକା, ନମିତା ସ୍ୱାଇଁ, ସୁବାଷିନୀ ପଣ୍ଡା, ସଞ୍ଜନା ପଣ୍ଡା, ସୁଷମା ସ୍ୱାଇଁ, ଜୟନ୍ତୀ ବେହେରା ଓ ଚିତ୍ର କଳା ସାହୁ ପ୍ରମୁଖ ଭଜନରେ ଅଂଶ ଗ୍ରହଣ କରିଥିଲେ ।

ବଉଳାବନ୍ଧ ଭଜନ କେନ୍ଦ୍ରର ଆବାହକ ଏ.ମୋହନ ରାଓ ଆଚାରୀଙ୍କ ସମେତ ଶରତ ଚନ୍ଦ୍ର ବେହେରା, ନବକିଶୋର ମହାରଣା, ଡମ୍ବରୁଧର ବାରିକ, ବ୍ରଜସାହୁ, ଚରଣ ସାହୁ, ଗୁରୁ ବେହେରା, ଏ. ଗୌରୀ ଆଚାରୀ, ନିଳେଦ୍ରୀ ମହାରଣା, କୁମାରୀ ବେହେରା, ସୁନୀତା ସାହୁ, କୁନ୍ତୀ ମହାରଣା ଓ ରୀନା ସାହୁ ପ୍ରମୁଖ ସମସ୍ତ ଅପାଭାଇ ସହଯୋଗ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି