ରଜ ଉପଲକ୍ଷେ ବିଦ୍ୟାଳୟ ପରିସର ସଫେଇ

ଭୁବନ: ଓଡ଼ିଶାର ଗଣପର୍ବ ତଥା କୃଷିର ପର୍ବ ରଜ ଅବସରରେ ସାରା ଓଡ଼ିଶା ଉତ୍ସବ ମୁଖର। ଏହି ରଜ ଉତ୍ସବ ଉପଲକ୍ଷେ ଢ଼େଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଦେଖିବାକୁ ମିଳିଛି ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ କାର୍ଯ୍ୟକ୍ରମକୁ ଉକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ପକ୍ଷରୁ କରାଯାଇଥିବା ଦେଖିବାକୁ ମିଳିଛି। ପହିଲି ରଜରେ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ଏହି ସଫେଇ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି। ସକାଳୁ ଏକତ୍ରିତ ହୋଇ ସମସ୍ତ ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ

ପରିସରକୁ ସଂପୂର୍ଣ୍ଣ ସଫେଇ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ଟ୍ରଷ୍ଟ୍‌ର ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା, ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା, ସ୍ୱେଚ୍ଛାସେବୀ ବିକ୍ରମ ରଣା, ବଳରାମ ସେନାପତି, ଭାଗବତ ସେଠୀ, ପଂଚାନନ ସେନାପତି, ରଂଜନ କୁମାର ସେଠୀ, ଲିଙ୍ଗରାଜ ସେଠୀ, ଶ୍ରୀଜିତ୍ ସେନାପତି, ସୌଭାଗ୍ୟ ସେନାପତି, କୈଳାସ ବେହେରା ଓ ବଂଟି ସେଠୀ ଏବଂ ଅନ୍ୟ ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page