ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚାମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନରେ ଭଜନ ସମାରୋହ ଓ ନୃତ୍ୟରେ ବିଭୋର ଶ୍ରଦ୍ଧାଳୁ

ଭୁବନେଶ୍ୱର ତା 23 ରିଖ l ଆସନ୍ତା କାଲି ବାହୁଡା଼ ଯାତ୍ରା l ମାଉସୀ ମା ଘର ଛାଡି ଚାଲି ଯିବେ ରତ୍ନବେଦୀକୁ l ରଥ ଦକ୍ଷିଣ ମୋଡ଼ ହୋଇ ସାରିଛି l ମହାପ୍ରଭୁଙ୍କ ରଥଯାତ୍ରା ମହାପର୍ବର ଆଜି ଥିଲା ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ l ଏହି ଉପଲକ୍ଷେ ବିଭିନ୍ନ ନୀତି ସମ୍ପୂର୍ଣ ହୋଇଛି l ସନ୍ଧ୍ୟା ଆଳତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇ ଯାଇଛି l ଆଜି ସନ୍ଧ୍ୟାରେ ଗୋକୁଳ ଚନ୍ଦ୍ର ସଂଗୀତ ସଦନ, ଯାୟୀପୁରା କେନ୍ଦ୍ରାପଡ଼ା ଅନୁଷ୍ଠାନର ଶିଳ୍ପୀ ମାନେ ମହାପ୍ରଭୁଙ୍କ ଅତିପ୍ରିୟ ଓଡିଶୀ, ଭକ୍ତି ନୃତ୍ୟ ଓ଼ ମlହାରୀ ନୃତ୍ୟ ପରିବେଷଣ କରିଥିଲେ l ସଭାପତି ଅମ୍ବିକା ପ୍ରସାଦ ଦlଶ ଭଜନ ଗାଈ ଶ୍ରଦ୍ଧାଳୁଙ୍କୁ ଭକ୍ତି ରସରେ ସମର୍ପିତ କରିଥିଲେ l ଉଭୟ ୟୁନିଟ 5 ଜଗନ୍ନାଥ ମନ୍ଦିର ଓ଼ ରାଧାକୃଷ୍ଣ ମନ୍ଦିର ମିଳିତ ଉଦ୍ୟମ ରେ ପ୍ରାୟ 500 ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ୟୁନିଟ 5 ଜଗନ୍ନାଥ ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ମାନେ ରଥ ରେ ବିରାଜ ମାନ ହୋଇ ଘୋଷଯାତ୍ରା ରେ ଆସିଥିଲେ l ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିର ରେ ଆସି ଆଡପ ମଣ୍ଡପ ରେ ବିରାଜ ମାନ କରିଛନ୍ତି l ଆସନ୍ତା କାଲି ବାହୁଡା଼ ଯାତ୍ରା ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତ୍ୟାବର୍ତନ ଯାତ୍ରା ଅନୁଷ୍ଠିତ ହେବ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page