ଶିକ୍ଷାବିତ ସୁଧାଂଶୁବାଳାଙ୍କ ଏକାଦଶାହ ଓ ସ୍ମୃତିଚାରଣ ଅନୁଷ୍ଠିତ

ଭୁବନେଶ୍ୱର ତା 16/08/26 ଶିକ୍ଷାବିତ, ସମାଜସେବିକା ତଥା ବ୍ରହ୍ମେସ୍ଵର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ବର୍ଗତ ସୁଧାଂଶୁ ବାଳା ଦେଇଙ୍କ ଏକାଦଶାହ ଓ ସ୍ମୃତିଚାରଣ ସ୍ଥାନୀୟ ଶିଶୁପାଳ ସ୍ଥିତ ଆରସି ଭନଭେନସନ ଠାରେ ପୂର୍ବତନ ବିଦ୍ୟାର୍ଥୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ପ୍ରାକ୍ତନ ବିଦ୍ୟାର୍ଥୀ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ରେ ଅନୁଷ୍ଠିତ ସ୍ମୃତିସଭାରେ ବିଦ୍ୟାର୍ଥୀ ରବି ନାରାୟଣ ସାହୁ, ଶୁଚିସ୍ମିତା ସାମଲ, ଭାଗ୍ୟଲତା ପାତ୍ର, ତୃପ୍ତି ମହାପାତ୍ର, ବିନୋଦ ନନ୍ଦ, ପ୍ରତାପ ବରାଳ ଉପସ୍ଥିତ ରହିବା ଶହ ତାଙ୍କ ଶିକ୍ଷାଦାନ,ସରଳ ଜୀବନ, ସମାଜସେବା ସହିତ ଜଣେ ମିଷ୍ଠଭାଷୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ l ଆଜିର ଯୁବସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା l ସ୍ମୃତି ସଭାକୁ ନିରୁପମା ରାଉତରାୟ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page