ବାଲିଅନ୍ତା:୦୮/୦୭-ମହାପ୍ରଭୁ ଲିଙ୍ଗରାଜଙ୍କ ଅସୁବିଧାର ସୁଧାର ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟାଳୟ, ହିନ୍ଦୁ ଦେବୋତ୍ତର କମିଶନର, ଡଃ ନନ୍ଦକିଶୋର ସ୍ଵାଇଁ ଅଧ୍ୟକ୍ଷ, ଭାରତୀୟ ପ୍ରଶ୍ନ ତତ୍ତ୍ଵ ସର୍ବେକ୍ଷଣ, ଭୁବନେଶ୍ଵର। ମହାପ୍ରଭୁ ଲିଙ୍ଗରାଜଙ୍କ ଯେଉଁ କାର୍ଯ୍ୟାଳୟ ଅଛି, ସେଥିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଧିକାରୀ ନାହାନ୍ତି। ତେଣୁ ମନ୍ଦିରର କୌଣସି ସମସ୍ୟା ସୃଷ୍ଟି ହେଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଠାକୁର। ଲିଙ୍ଗରାଜ ମହାପ୍ରଭୁ ଉପବାସରେ ରହୁଛନ୍ତି। ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଯେଉଁ ପୋଲିସମାନେ ଅଛନ୍ତି, ସେମାନେ ସୁରକ୍ଷିତ ନୁହଁନ୍ତି। ସେମାନଙ୍କର ସ୍ଵତନ୍ତ୍ର ଅଫିସ୍ ଗୃହ ନଥିବାରୁ ବର୍ଷା, ଖରା, କାକର, ମଶା ଡାଉଁଶ ଇତ୍ୟାଦିରେ ଦିନ ବିତାଉଛନ୍ତି। ମହାପ୍ରଭୁଙ୍କର ସୂଚନା କେନ୍ଦ୍ର ନଥିବାରୁ ଭକ୍ତମାନେ କୌଣସି ନୀତି ନିୟମ ଜାଣିବାର ସୁଯୋଗ ପାଉନାହାନ୍ତି। ଲୋକଙ୍କ ମନରେ ଭକ୍ତିଭାବ ଜାଗ୍ରତ କରାଉଥିବା ଜଣାଣ ଭଜନ ଦୀର୍ଘ ଦିନ ଧରି ମନ୍ଦିରରେ ଆଉ ବାଜୁ ନାହିଁ । ଅନେକ ମନ୍ଦିରରୁ ପାଣି ଗଳୁଛି।ରୋଷଘର ପାଖରେ ଥିବା ନୃସିଂହଙ୍କ ମନ୍ଦିରରେ ଯେଉଁ ଟିଣ ଛପର ଥିଲା ସେଥିରୁ ପାଣି ଗଳୁଛି।ଆସନ୍ତା ଅଗଷ୍ଟ ୩ ତାରିଖରୁ ବୋଲବମ୍ କାର୍ଯ୍ୟ ଆରମ୍ଭ।ଭଜନ ମଣ୍ଡପ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା କାଉଡ଼ିଆ ସେଥିରେ ବିଶ୍ରାମ ନେଉଥିଲେ। ବର୍ତ୍ତମାନ ମନ୍ଦିର ପାଖରେ ସେପରି ସ୍ଥାୟୀ ବିଶ୍ରାମ ଗୃହ ନାହିଁ। ଲିଙ୍ଗରାଜ ମନ୍ଦିରରେ ଥିବା ୪୨ ଗୋଟି ସି ସି କ୍ୟାମେରା ରୁ ୩୨ ଟି ଅଚଳ।ରୋଷଘର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଗଲା ନାହିଁ। ଲିଙ୍ଗରାଜ ମନ୍ଦିର ଚଟାଣରେ ଯେଉଁ ଧଳା ରଙ୍ଗ ଦିଆଯାଇଥିଲା, ବର୍ତ୍ତମାନ ବର୍ଷା ଦ୍ବାରା ଗୋଡ ଖସି ଭକ୍ତ ପଡ଼ୁଛନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କ ସମସ୍ୟାର ସମାଧାନ ନିମନ୍ତେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଥରକୁ ଥର ଅବଗତ କରାଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ।ସେଥି ନିମନ୍ତେ ମନ୍ଦିର କାର୍ଯ୍ୟାଳୟ ଏବଂ ହିନ୍ଦୁ ଦେବୋତ୍ତର ବିଭାଗର ସହକାରୀ ହିନ୍ଦୁ ଦେବୋତ୍ତର ଅଧିକାରୀଙ୍କ ସହିତ ଶ୍ରୀ ମିଶ୍ର ଓ ଅଶୋକ କୁମାର ମହାରଣା, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ କୁମାର ରାୟ, ହୃଷୀକେଶ ବେହେରା, ସୌଦାମିନୀ ସାମଲ, ବିପିନି ବିହାରୀ ରାଉତରାୟ, ସତ୍ୟନାରାୟଣ ମିଶ୍ର ତଥା ଉଲ୍ଲାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ। ସହକାରୀ ହିନ୍ଦୁ ଦେବୋତ୍ତର କମିଶନର ଏହାର ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ଓ ଡଃ ନନ୍ଦକିଶୋର ସ୍ଵାଇଁ ନୃସିଂହ ମନ୍ଦିର ଛପରର ପରିବର୍ତ୍ତନ, ଲିଙ୍ଗରାଜଙ୍କ ଗର୍ଭଗୃହରେ ନୂତନ ପଥର(ଲୋକଙ୍କ ଗୋଡ ଖସୁଥିବାରୁ) ସ୍ଥାପନ କରିବା କଥା କହିଥିଲେ।
ଶ୍ରୀ ଲିଙ୍ଗରାଜଙ୍କ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ସମାଧାନ ନିମନ୍ତେ ଦିଆଗଲା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
କେଜି ରୁ ପିଜି ମାଗଣା ଶିକ୍ଷା ଯୋଜନାରେ ସ୍ପଷ୍ଟ ନିର୍ଦେଶନାମା ପାଇଁ ଦାବୀ ଜଣାଇଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 9 ରିଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା "ଜ୍ଞାନୋଦୟ ଶିକ୍ଷା ରୁ ସମୃଦ୍ଧି ଯୋଜନା" ବା କେଜି ରୁ ପିଜି ମାଗଣା ଶିକ୍ଷା ବର୍ତମାନ ଏକ ଦ୍ୱନ୍ଦ୍ୱlତ୍ମକ ଓ ହାସ୍ୟାସ୍ପଦ ଯୋଜନାରେ ପରିଣତ ହୋଇଛି l କାରଣ ଉଚ
ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଭୁବନେଶ୍ୱର ତା 09/07/26 ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ l ମାତ୍ର ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଗଜପତିଙ୍କ ଚିଠି ଓ ଅନୁରୋଧକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି
ଶ୍ରୀ ଲିଙ୍ଗରାଜଙ୍କ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ସମାଧାନ ନିମନ୍ତେ ଦିଆଗଲା
ବାଲିଅନ୍ତା:୦୮/୦୭-ମହାପ୍ରଭୁ ଲିଙ୍ଗରାଜଙ୍କ ଅସୁବିଧାର ସୁଧାର ନିମନ୍ତେ ମହାପ୍ରଭୁ ଲିଙ୍ଗରାଜଙ୍କ କାର୍ଯ୍ୟାଳୟ, ହିନ୍ଦୁ ଦେବୋତ୍ତର କମିଶନର, ଡଃ ନନ୍ଦକିଶୋର ସ୍ଵାଇଁ ଅଧ୍ୟକ୍ଷ, ଭାରତୀୟ ପ୍ରଶ୍ନ ତତ୍ତ୍ଵ ସର୍ବେକ୍ଷଣ, ଭୁବନେଶ୍ଵର। ମହାପ୍ରଭୁ ଲିଙ୍ଗରାଜଙ୍କ ଯେଉଁ କାର୍ଯ୍ୟାଳୟ ଅଛି, ସେଥିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟାଧିକାରୀ
୧୨୩ ବର୍ଷର ପୁରାତନ ବିଗ୍ରହ ଓ ନୂତନ ବିଗ୍ରହ ସ୍ଥାପନ ସହିତ ଶ୍ରୀ ରାଧାକୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା
ବାଲିଅନ୍ତା ୦୮/୦୭:-ଭୁବନେଶ୍ୱର ଓ୍ଵାର୍ଡ ନମ୍ବର ୬୭, ସୁନ୍ଦରପଦା ଓ କପିଳପ୍ରସାଦ ଅବସ୍ଥିତ।କପିଳପ୍ରସାଦ ଉପର ସାହିର ପୁରାତନ ଭଗବତ ମନ୍ଦିର ଗୃହ ଅଗ୍ନିକାଣ୍ଡ ଯୋଗୁଁ ପୋଡ଼ି ଛାରଖାର ହୋଇଯାଇଥିଲା। ସେଠାରେ ଥିବା ଭଗବତ ପୋଥିକୁ ସୁନ୍ଦରପଦା ତଳ ସାହିର ଭଗବତ ଗୃହକୁ ଦିଆଯାଇଥିଲା।
କାଉତରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳନ।
ଚିଲିକା, ୭।୭: ବୋଲଗଡ଼ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କାଉତରା ରେ ସସ୍ମିତା ସାହୁଙ୍କ ତତ୍ୱାବଧାନରେ ସୋମବାର ଦିନ ବନମହୋତ୍ସବ ପାଳନ କରାଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ
କେଜି ରୁ ପିଜି ମାଗଣା ଶିକ୍ଷା” ଘୋଷଣା ଧୂଆଁବାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦସହ ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଙ୍ଘ
ଭୁବନେଶ୍ୱର ତା 6 ରିଖ l ମାନ୍ୟବର ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ମାଗଣା ଶିକ୍ଷା ବୋଲି ଘୋଷଣା କରିବା ପରେ ସାରା ଓଡିଶାର ଅଭିଭାବକ ମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ସମସ୍ତେ ଭାବି ଥିଲେ କି ଯେହେତୁ
ପ୍ରତାପଶାସନ ପଞ୍ଚାୟତ ଜଳମଗ୍ନ ଅଞ୍ଚଳ ଦେଖିଲେ ତହସିଲ ପ୍ରଶାସନ ଏବଂ ଡ୍ରେନେଜ ବିଭାଗ
ବାଲିଅନ୍ତା,୬|୭(ଗୋବର୍ଦ୍ଧନ ଦାସ):ଲଗାଣ ବର୍ଷାର ପ୍ରଭାବରେ ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୪0 ରୁ ଅଧିକ ପରିବାର ଜଳବନ୍ଦୀ ହୋଇରହିଛନ୍ତି l ଲୋକେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯାତାୟାତ କରି କଲବଲ ହେଉଥିବା ଦେଖାଯାଇଛି
କପିଳେଶ୍ଵର ଜମିର ପୁନଉଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ସେବାୟତଙ୍କ ଦାବିପତ୍ର
ବାଲିଅନ୍ତା୦୬/୦୭:- ଶ୍ରୀ କପିଳେଶ୍ଵର ମହାଦେବ ଜମିର ପୁନଉଦ୍ଧାର ପାଇଁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଭୁବନେଶ୍ଵର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜନ ଜାଗରଣ ମଞ୍ଚର ସମସ୍ତ ସଦସ୍ୟ
ବରିଷ୍ଠ ଓକିଲ ମାନସ ମହାପାତ୍ର ଓ ସମାଜସେବୀ ଶିଶିର ନାୟକ ପାଇବେ, ଚଳିତବର୍ଷର ଗଙ୍ଗାଧର ମହାପାତ୍ର ସମ୍ମାନ
ଭୁବନେଶ୍ୱର, ୬.୭ : ଓଡ଼ିଶାର ପ୍ରଖ୍ୟାତ ଆଇନଜ୍ଞ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବରିଷ୍ଠ ଓକିଲ ମାନସ
ପାଞ୍ଚ ବର୍ଷ ଏକ ମାସର ଶାନ୍ତି ପୂର୍ଣ୍ଣ ଧାରଣାରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ
ବାଲିଅନ୍ତା ୦୫/୦୭ ଦିନେ ଦୁଇ ଦିନ ନୁହେଁ, ପାଞ୍ଚ ବର୍ଷ ଏକ ମାସ ଶାନ୍ତି ପୂର୍ଣ୍ଣ ଧାରଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚ ବର୍ଷ ଏକ ମାସ ଧରି ଲିଙ୍ଗରାଜ
ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ,ପୂଜା ପାଉଛନ୍ତି ପଟବ୍ରହ୍ମ
ବାଲିଅନ୍ତା୦୫/୦୭(ଗୋବର୍ଦ୍ଧନ ଦାସ):-ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠରେ ପୁରୀ ଜଗନ୍ନାଥ ମନ୍ଦିରର ନିତିକନ୍ତି ଅନୁସାରେ ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ପୂଜିତ ନୂତନ ବିଗ୍ରହ ମାନଙ୍କର ସ୍ନାନ ପୂର୍ଣ୍ଣିମା ଯାତ୍ରା ପାଳିତ ରେ ୧୦୮
ନିଶା ମୁକ୍ତ ଓଡିଶା ,ଉଜୁଡା ସଂସାର ସଜଡ଼ା ଚିନ୍ତାରେ ସେବା ପ୍ରତିନିଧି
ବାଲିଅନ୍ତା / ଭୁବନେଶ୍ୱର ୦୪/୦୭(ଗୋବର୍ଦ୍ଧନ ଦାସ) :- ଯୁବ ପିଢ଼ି ବର୍ତ୍ତମାନ ନିଶାଦ୍ରବ୍ୟ ମାତ୍ରାଧିକ ଭାବେ ସେବନ କରି ଅଳ୍ପ ଦିନରେ ନିଶାଡ଼ିଆ ହୋଇ ବିଭିନ୍ନ ଚୋରି, ରାହାଜାନୀ ଆଦି ଅନେକ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଏପରି
ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତି·ରଣ
ଭୁବନେଶ୍ୱର, ୪.୭ : ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସାମନ୍ତ ନଟବର ସିଂହଙ୍କ ପୂଣ୍ୟତିଥିରେ ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ବୃକ୍ଷପୂଜା ଓ ସ୍ମୃତି·ରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ବନ ବିଭାଗ
ବିଦ୍ୟାଳୟରେ ବନଉତ୍ସବ ପାଳିତ
ବାଲିଅନ୍ତା,୪|୭(ଗୋବର୍ଦ୍ଧନ ଦାସ):ବନ ସପ୍ତାହ ଦିବସ ଉପଲକ୍ଷେ ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ ବନଉତ୍ସବ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କ୍ୟାପିଟାଲ ନର୍ସରୀର ସୁପରିଣ୍ଟେଣ୍ଡେଣ୍ଟ ଜୟନ୍ତ କୁମାର ଜେନା, ବାଲିପାଟଣା
ଅସରଳା ବିଦ୍ୟାଳୟ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଚିଲିକା,୪।୭:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ମାସ ୩୦ତାରିଖ ରେ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ସୁବାସ ଚନ୍ଦ୍ର ଖଣ୍ଡାଇଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଶାନ୍ତ ବେହେରାଙ୍କ
ଚିକିତ୍ସକ ଡ଼ଃକାଳିନ୍ଦୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର ତା 04/07/26 ଓଡିଶାର ସୁନାମଧନ୍ୟ ଚିକିତ୍ସକ, ସମାଜସେବୀ ଡ଼ଃ କାଳିନ୍ଦୀ ଚରଣ ସେଠିଙ୍କୁ ସାମାଜିକ ସଂଗଠନ "ନାରାୟଣ ସେବା ଫାଉଣ୍ଡେସନ "ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଡ଼ଃସେଠି ରାଜ୍ୟର ଜଣେ ସଫଳ ହୋମିଓପାଥି ଡାକ୍ତର ଭାବେ ସୁନାମ ଅର୍ଜନ
ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା, ୩/୬/୨୬(ଗୋବର୍ଦ୍ଧନ ଦାସ) : ବାଲିଅନ୍ତା ପଞ୍ଚାୟତ ତଳଗଡ଼ସ୍ଥିତ ପତିତପାବନ ଯୁବକ ସଂଘ ପ୍ରାଙ୍ଗଣରେ ଆଜି ବାଲିଅନ୍ତା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର
ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପିନେବା ଘଟଣା ; ଲୁଟିଆ ଗିରଫ
ବାଲିଅନ୍ତା,୩|୭ (ଗୋବର୍ଦ୍ଧନ ଦାସ ):ଗତମାସ ୨୩ ତାରିଖରେ ବାଳକାଟି ଫାଣ୍ଡି ଅଧିନ ପୁରୁଣା ଜଗନ୍ନାଥ ସଡ଼କ ମା'ଭାଗବତୀ ମନ୍ଦିର ନିକଟ ଏକ ହୋଟେଲ ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଦୁର୍ବୁତ୍ତ ଭ୍ୟାନିଟ ଝାମ୍ପି ନେବା ଘଟଣାରେ ବାଲିଅନ୍ତା ଥାନା ପୁଲିସ ଜଣେ
ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ସି.ଏ. ରମେଶ କେଜ୍ରିୱାଲ ଙ୍କୁ ସମ୍ଭର୍ଦ୍ଧନା
ବାଲିଅନ୍ତା, ୩|୭(ଗୋବର୍ଦ୍ଧନ ଦାସ):ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଓ ସିଏ ଦେବାଶିଷ ମିଶ୍ର ଙ୍କୁ ଚାଟାର୍ଡ଼ ଆକାଉଣ୍ଟ ଦିବସ ରେ ରୋଟାରି କ୍ଳବ ତରଫରୁ ଡିଜି ଶ୍ରୀ ଅନିଲ କୁମାର ସାମଲ (IAS) ଓ ଫାଷ୍ଟ
କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନରେ ରଜ ମହୋତ୍ସବ ପାଳିତ
ବାଲିଅନ୍ତା ୩/୭/୨୬ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଖମଙ୍ଗ ଶାସନ ଶ୍ରୀ ଶ୍ରୀ ଭାଗବତ ବାସୁଦେବ କମିଟିର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ରଜ ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ