ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |

ଚିଲିକା, ୧୮।୯:ନାଚୁଣୀର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ”ଜାଗୃତିକା” ତରଫରୁ ମୁକ୍ତି ଚିନ୍ତନ ପରିଷଦର ବରିଷ୍ଠ ଉପଦେଷ୍ଟା, ଗାୟକ ରତ୍ନ ଲୋକନାଥ କର ଜୟନ୍ତୀ କମିଟିର ସଦସ୍ୟ ତଥା ସମାଜସେବୀ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇ ଅଛି । ସଭାର ପ୍ରାରମ୍ଭରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ଵର୍ଗତ ଉମାକାନ୍ତ ମହାପାତ୍ରଙ୍କ ତୈଳଚିତ୍ରରେ ଧୂପପୁଷ୍ପ ଅର୍ପଣ କରିବା ପରେ ଆତ୍ମାର ସଦଗତି ନିମିତ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ଜାଗୃତିକାର ଉପଦେଷ୍ଟା ଗାୟକ ଦକ୍ଷୀଣ କେଶରୀ ରାମଚନ୍ଦ୍ର କରଙ୍କ ସଭାପତିତ୍ଵରେ ଓ ସଂପାଦକ ବିରଞ୍ଚି ନାରାୟଣ ପ୍ରସାଦ

ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଚଳୀ ସଭାରେ କାଳିଜାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଜାଗୃତିକାର ସଭାପତି ଗଙ୍ଗାଧର ପ୍ରଧାନ, ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାଜକିଶୋର ସାହୁ, ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ପଣ୍ଡିତ ନୀରୋଦ ମହାପାତ୍ର,ଭାଗବତ କୋକିଳ ଶ୍ରୀମତୀ ବାସନ୍ତୀ ସାହୁ,କବି ଶିବ ପ୍ରସାଦ ତ୍ରିପାଠୀ, ପୁରୁଷୋତ୍ତମ ମିଶ୍ର, ନାଚୁଣୀ ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ନୀଳକଣ୍ଠ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ଓ ବେଣୁଧର ସାହୁ ପ୍ରମୁଖ ଯୋଗ ଦେଇ ତାଙ୍କୁ ଜଣେ ସ୍ନେହିଁ,ବନ୍ଧୁବତ୍ସଳ, ପରୋପକାରୀ ଓ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ବର୍ଣ୍ଣନା କରିବା ସହ ତାଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page