ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା,୭|୮:ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ , ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ।

ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।