ଆତ୍ମହତ୍ୟା କରୁଥିବା ଯୁବକକୁ ଦେବ ଦୂତ ସାଜି ଜୀବନ ବଞ୍ଚାଇଲେ ଥାନା ଅଧିକାରୀ।

ବାଲିଅନ୍ତା, ୦୫/୦୮(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ପରେ ପୁଲିସ ଅଧିକାରୀ ମାନେ ଏବେ ଦାୟିତ୍ଵବାନ ହେବାସହ ବିଭିନ୍ନ ଘଟଣାର ତତକ୍ଷଣାତ୍ ଅଭିଯୋଗ ପାଇବା ମାତ୍ରେ ତଦନ୍ତ ଆରମ୍ଭ କରୁଛି ପୁଲିସ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଧଉଳି ଥାନାରେ।୦୪.୦୮.୨୦୨୬ ତାରିଖ ରାତି ପ୍ରାୟ ୦୮:୫୦ ସମୟରେ ଜଣେ ଅଭିଯୋଗକାରୀ ବାଦଲ କୁମାର ଜେନା, ବୟସ ପ୍ରାୟ ୫୦ ବର୍ଷ, ସେ ଉତ୍ତରା କେନାଲ ରୋଡ, ନିକଟରେ ରହୁଥିବାବେଳେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଧଉଳି ଥାନାକୁ ଆସିଲେ ଏବଂ ମୌଖିକ ଭାବରେ ଜଣାଇଲେ ଯେ ତାଙ୍କ ୨୫ ବର୍ଷ ବୟସ ପୁଅ ଆକାଶ କୁମାର ଜେନା, ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ହିନ୍ଦୀ ଭାଷାରେ ଆତ୍ମହତ୍ୟା କରିବାକୁ ବୟାନ ଦେଉଛନ୍ତି କାରଣ ସେ ମାନସିକ ଚାପରେ ଅଛନ୍ତି ଏବଂ ବଞ୍ଚିବାକୁ ଚାହାଁନ୍ତି ନାହିଁ।ଅଭିଯୋଗ ଶୁଣିବା ମାତ୍ରେ ଉକ୍ତ ଥାନାର ଅଧିକାରୀ ସ୍ମୃତିରଞ୍ଜନ ମହାନ୍ତି ତତ୍ କ୍ଷଣାତ ନିଜର ଏକ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଫେସବୁକ୍ ରେ ଭିଡିଓ ପ୍ରଘଟ କରିବା ପରେ ଯୁବକ ଜଣକ ମୋବାଇଲକୁ ବନ୍ଦ କରିଦେଇଥିଲେ । କାନ୍ଦି କାନ୍ଦିମା’ କହୁଥାଏ ମୋ ପୁଅକୁ ବଞ୍ଚାଇ ଦିଅ ।ପରିବାର ଲୋକଙ୍କ ସହ ସାହି ସମ୍ପର୍କୀୟ ଚାରିଆଡ଼େ ଖୋଜି ଶେଷରେ ହତାଶ ହୋଇଥିଲେ । ପୁଲିସ ମୋବାଇଲ ଫୋନ୍‌କୁ ଟ୍ରାକ କରିବାକୁ ଚେଷ୍ଟା କରିଥିଲା ମଧ୍ଯ ମୋବାଇଲ ବନ୍ଦ ଥିବାରୁ ସମ୍ଭବ ଟ୍ରାକ କରିବା ସମ୍ଭବ ହୋଇନଥିଲା । ଶେଷ ଲୋକେସନ ଭୁବନେଶ୍ବରର ଥିଲା । ଥାନା ଅଧୂକାରୀ ସ୍ମୃତିରଞ୍ଜନ ମହାନ୍ତି, ଏସ ଆଇ ରାଧାବଲ୍ଲଭ ବେହେରା, ଏଏସ୍‌ଆଇ ପ୍ରବୀର କୁମାର ଲେଙ୍କା ଶେଷ ଲୋକେଶନ ର ଆଖପାଖ ଖୋଜାଖୋଜି କରିଥିଲେ । ଶେଷରେ ବିଭିନ୍ନ ହୋଟେଲ ତଲାସି କରିଥିଲେ । ପରେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ମନ୍ଦିର ନିକଟରେ ଥିବା ଏକ ହୋଟେଲ ରୁମରେ ରକ୍ତ ଜୁଡୁବୁଡୁ ଏବଂ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ସେତବେଳକୁ ପ୍ରାୟ ୨ ଘଣ୍ଟା ପରେ ହୋଇଯାଇଥିଲା।ପରେ ପୁଲିସ ଆକାଶକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ ।। ମ ବ୍ୟାପାରକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଇଛି । ଯୁବକର ସଠିକ୍ ତଦନ୍ତ କରି ଯୁବକଙ୍କ ଜୀବନ ବଞ୍ଚାଇ ଥିବାରୁ ପୁଲିସ୍ କମିଶନରଙ୍କ ତରଫ ରୁ ଆଜି ଧଉଳି ଥାନା ଅଧିକାରୀ ଙ୍କୁ ସ୍ଵତନ୍ତ୍ର ସମ୍ମାନ ପତ୍ର ଦିଆଯାଇଛି। ଏ ନେଇ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page