ସୌମ୍ୟରଞନ ମୃତ୍ୟୁ ଘଟଣା, ଓମ୍ କରିଥିଲା କି? ହତ୍ୟା ର ବ୍ଲୁ-ପ୍ରିଣ୍ଟ୍ ?

ଭୂବନେଶ୍ୱର/ବାଲିଅନ୍ତା, ୨୩/୫: ବାଲିଅନ୍ତା GRP କନେଷ୍ଟବଳ ସୌମ୍ୟରଞନ ସ୍ଵାଇଁ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପ୍ରକୃତ ଘଟଣା ଆଜି ପର୍ଯ୍ୟନ୍ତ ହତ୍ୟାର ମୁଖ୍ୟ ଆସାମୀ କିଏ ଜଣା ପଡ଼ୁନାହିଁ । ସତରେ କଣ ସୌମ୍ୟ ଙ୍କୁ ଯୋଜନା ଦ୍ଭାବରେ ହତ୍ୟା କରାଯାଇଛି ?ଏବେ ମଧ୍ୟ ସନ୍ଦେହ ଘେରରେ ଅଛି । କ୍ରାଇମ ବ୍ରାଞ୍ଚ କୁ କେସ୍‌ ହସ୍ତାନ୍ତର ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ମା କୁ ଆସୁଛି ।ଏହା ରି ମଧ୍ଯରେ ୨୫ରୁ ୩୦ ଜଣ ଙ୍କୁ ଗିରଫ କରାଯାଇସାରିଲାଣି । କିଏ କହୁଛନ୍ତି ପୋଲିସ ର ହାତ ଅଛି ତ ? ଆଉ କିଏ କହୁଛନ୍ତି ଯୋଜନା ଭାବରେ ହତ୍ୟା କରାଯାଇଛି ।ଏହାରି ଭିତରେ କ୍ରାଇମ ବ୍ରାଞ୍ଚ୍ ହତ୍ୟାର ଷଡ଼ଯନ୍ତ୍ର ଗନ୍ଧ ବାରି ସାରିଲାଣି । ସୌମ୍ୟ ମୃତ୍ୟୁର ରହସ୍ୟର କାରଣ । କ୍ରାଇମ ବ୍ରାଞ୍ଚ୍, ସୌମ୍ୟ ଙ୍କ ସାଙ୍ଗ ଓମ୍ ଏବଂ ଦୁଇ ଯୁବତୀ ଙ୍କ ପଲିଗ୍ରାଫ୍ ଟେଷ୍ଟ କରେଇ ଥିଲା । ଏଥିରେ କାହାର ମଧ୍ୟ କଥାରେ ସଠିକ୍ ଉତ୍ତର ଆସୁନାହିଁ । ଅଧିକାଂଶ ପ୍ରଶ୍ନର ଉତ୍ତର ମିଛ କହିଛନ୍ତି । ପାଲିଗ୍ରାଫ୍ ମେସିନ ସମସ୍ତଙ୍କ ପୋଲ ଖୋଲିଦେଇଛି । ଏହାରି ମଧ୍ୟରେ ପଲିଗ୍ରାଫ୍ ଟେଷ୍ଟରୁ ମିଛ ଧରାପଡିଲାଣି । ସନ୍ଦେହ ଘେରରେ ସୌମ୍ୟ ଙ୍କ ସାଙ୍ଗ ଓମ୍ ନାଁ ଆସିଗଲାଣି । ସତରେ କଣ ଓମ୍ ରଚିଥିଲା ସୌମ୍ୟ ହତ୍ୟାର ଷଡଯନ୍ତ୍ର? ସୌମ୍ୟ ଙ୍କୁ ମାରି ପ୍ରତିଶୋଧ ନେଲା କି ଓମ୍ ? କାରଣ ଭୁବନେଶ୍ଵରରେ ଏକ ଜିମ୍ ସେଣ୍ଟେରରେ ଦୁହେଁ ମିଶି କାମ କରୁଥିଲେ I

ଓମ୍ ଭଲ ଟ୍ରେନର ଥିଲେ, ତାଙ୍କର ଟ୍ରେନିଙ୍ଗ୍ ଭଲ ଥିଲା । ସୌମ୍ୟ ଆଉ ଏକ ଜିମ୍ ସେଣ୍ଟର ଅଡଶପୁର ଠାରେ ନୂଆ ଖୋଲିଥିଲେ, ସେହି ସେଣ୍ଟର କୁ ସୌମ୍ୟ ଓମ୍ ଙ୍କୁ ପଠାଇବାକୁ ଚାହୁଁଥିଲେ କିନ୍ତୁ ଓମ୍ ଯିବାକୁ ରାଜି ନ ଥିଲେ । ଓମ୍‌ ମନାକରିବାରୁ ସେ ତାଙ୍କୁ ଜିମ୍ ସେଣ୍ଟରରୁ ବାହାର କରିଦେଲେ ।ଗଣମାଧ୍ଯମ ଆଗରେ ସୌମ୍ୟ ଙ୍କ ମାଆ ଅଭିଯୋଗ କରିଛନ୍ତି । ସୌମ୍ୟ ଙ୍କ ପରିବାର ତରଫରୁ ଅଭିଯୋଗ ହେଉଛି ଯେ,ଓମ୍ ଉଦ୍ଦେଶ୍ୟମୂଳକ ଦ୍ଭାବରେ ସେହି ସ୍ଥାନକୁ ଡାକି ନେଇଥିଲେ ଯେଉଁ ସ୍ଥାନରେ ସୌମ୍ୟ ଙ୍କୁ ପିଟିପିଟି ହତ୍ୟା କରିଦିଆଯାଇଥିଲା । ତେବେ ସୌମ୍ୟ ଙ୍କୁ ମାରି ପ୍ରତିଶୋଧ ନେଇଛନ୍ତି କି ଓମ୍‌ ? ପୋଲ ଖୋଲିଦେଲା ପାଲି ଗ୍ରାଫ୍ ରିପୋର୍ଟ । କ୍ରାଇମ୍ ବ୍ରାଞ୍ଚ ପଚାରି ଥିବା ପ୍ରଶ୍ନ ଅଧାରୁ ଅଧିକ ମିଛ କହିଛନ୍ତି ଓମ୍ ଏବଂ ଦୁଇ ଜଣ ଯୁବତୀ ।ଓମ୍ ଲୁଚାଇ ଥିଲେ ପ୍ରକୃତ ସତ୍ୟ କଣ ? ସୌମ୍ୟ ଙ୍କ ପରିବାରକୁ ଫୋନ୍‌ କରିନଥିଲେ ଓମ୍, ପାଖରେ ଫୋନ୍‌ ନଂମ୍ଵର ଥାଇ ମଧ୍ଯ ?ଜାଣି ଶୁଣି ଆମ୍ବୁଲାନ୍ସ ବଦଳରେ ଡକାଇଥିଲେ ଡାଲା ଗାଡି କି ?ମିଳୁନ ସୌମ୍ୟ ଙ୍କ ମୋବାଇଲ ଫୋନ୍‌ କି ସୌମ୍ୟ ପିନ୍ଧିଥିବା ଏକ ରୁଦ୍ରାକ୍ଷ । ଓମ୍ ଉପରେ ସନ୍ଦେହ ବଢିଛି, ସୌମ୍ୟ ଙ୍କ ମାଙ୍କର । ଦେଖାଯାଉ ସୌମ୍ୟ ହତ୍ୟାର ପ୍ରକୃତ ହତ୍ୟା ଓ ଷଡଯନ୍ତ୍ର କାରୀ କିଏ ? କ୍ରାଇମ୍ ବ୍ରାଞ୍ଚ ଏହି ସତ୍ୟର କେବେ କରୁଚି ପର୍ଦ୍ଦାଫାସ୍‌ । ପ୍ରିୟବ୍ରତ ବାରିକ (ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page