ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତତ୍କାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଅସମ୍ପୁର୍ଣ୍ଣ ମେଡିକାଲ କଲେଜକୁ ତତ୍କାଳିନ ସରକାର ଉଦ୍ଘାଟନ କରିଥିଲେ । ମୁଁ ନିଜେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ମଂଚ ତ୍ୟାଗ କରିଥିଲି । ପରେ ସରକାର ବଦଳିଲା । ଆଶା ଥିଲା ମାସେ ଦୁଇ ମାସ ଭିତରେ ନୂଆ ସରକାର ମେଡିକାଲ କଲେଜକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବେ କିନ୍ତୁ ଦୁଃଖର ବିଷୟ ସରକାର ପରିବର୍ତ୍ତନ ଏକ ବର୍ଷ ପରେ ବିଜେପି ନେତୃତ୍ୱାଧିନ ରାଜ୍ୟ ସରକାର ଚାରି ଆଡେ ବର୍ଷ ପୁର୍ତ୍ତି ମହୋତ୍ସବ ପାଳନ କରୁଛନ୍ତି କିନ୍ତୁ ଆମ ଦିର୍ଘ ଦିନର ସ୍ୱପ୍ନ ଭୀମଭୋଇ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାରେ କୌଣସି ପ୍ରକାର ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ ଭୀମଭୋଇ ମେଡିକାଲ କଲେଜର ନିର୍ମାଣ ଓ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ସେ ଅନେକ ଲଢେଇ କରିଛନ୍ତି । ବହୁ କଷ୍ଟରେ ଏହାର ନିର୍ମାଣ କାମ ସମାପ୍ତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବା ବେଳେ ଜିଲ୍ଲା ର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଭୂଷୁଡି ପଡିଛି । ମେଡିକାଲ କଲେଜ କେବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ମେଡିକାଲ କଲେଜର ସମସ୍ତ ବିଭାଗ ନୁଆଁ କୋଠାକୁ କେବେ ସ୍ଥାନାନ୍ତରିତ ହେବ, ଲୋକେ କେବେ ମେଡିକାଲ କଲେଜର ପ୍ରକୃତ ଲାଭ ପାଇବେ ସେ ଦିଗରେ ସନ୍ଦେହରେ ଅଛନ୍ତି । ଆହୁରି ମଧ୍ୟ ଦେଓଗାଁ, ଚୁଡାପାଲି ଭଳିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ମଞ୍ଜୁରି ମୁତାବକ ଦରକାର ହେଉଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ନର୍ସିଂ ଷ୍ଟାଫ୍ ର ୮୦% ପଦବି ଖାଲି ରହୁଛି । ମୋର ଦାବି ନୁଆ ସରକାର କେବଳ ଭାଷଣ ଓ ପ୍ରତିଶୃତିରେ ସିମିତ ନ ରହି ଆମ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଗୁଡିକ ସହିତ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ସୁପର ସ୍ପେସାଲିଟି ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ନିଯୁକ୍ତି ଯଥାଶିଘ୍ର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ । ଏଥିରେ ଯଦି କୌଣସି ପ୍ରକାର ଧନଜିବନ ହାନି ହୁଏ ତେବେ ସରକାର ଦାୟି ରହିବେ ବୋଲି ଶ୍ରୀ ମିଶ୍ର ଚେତାବନି ଦେଇଥିଲେ । ବ୍ଲକ ଓ ମ୍ୟୁନିସିପାଲିଟିର ଦୁର୍ନିତିକୁ ସାମ୍ବାଦିକ ଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ମନହିରା ପଂଚାୟତର ଏକ ବିଧାୟକ ଉନ୍ନୟନ ପାଣ୍ଠି କିଭଳି ଆତ୍ମସାତ କରାଯାଇଛି ସୂଚନା ଅଧିକାର ଆଇନ ବଳରେ ଆଜି ତାର ପର୍ଦ୍ଦାଫାସ କରାଯାଇଛି । ଦେଢ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ପୋଖରୀର ପାହାଚ ର କାର୍ଯ୍ୟାଦେଶ ଜନୈକ ବ୍ୟକ୍ତିଙ୍କୁ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ବ୍ଲକ କର୍ତ୍ତୃପକ୍ଷ ଙ୍କ ଅସହଯୋଗ ଯୋଗୁଁ କାମ ହୋଇ ପାରିନଥିଲା । ପରେ କିଛି ମାସ ପରେ ସେହି ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପାଇଲେ ଯେ ସେ କାମ ସମ୍ପୁର୍ଣ୍ଣ ହୋଇଯାଇଛି କିନ୍ତୁ ଦୁଃଖର ବିଷୟ ସେ କାମ ର କାର୍ଯ୍ୟାଦେଶ ବାତିଲ ନ ହୋଇ କାମ କିପରି ହେଲା , ପରେ କ୍ଷେତ୍ର ପରିଦର୍ଶନରେ ଜଣାପଡିଲା ଯେ ସେ ନିର୍ଦ୍ଦିଷ୍ଟ ବାଘପଡା ବନ୍ଧରେ କୌଣସି ପାହାଚ ନିର୍ମାଣ ହୋଇନାହିଁ କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ଚଂଚକତା କରି ବିଲ ହଡପ କରିଛନ୍ତି । ତେଣୁ ମୁଁ ନିଜେ ଏହାର ଏକ ଭିଜିଲେନ୍ସ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ବ୍ଲକ ଚେୟାରମେନ, ଗୋଷ୍ଠି ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ବୋଲି କହିଥିଲେ । ଠିକ୍ ସେହି ପରି ମହାରାଣୀ ସାଗରର ଉନ୍ନତି କାମରେ ହୋଇଥିବା ଦୁର୍ନିତି ର ପ୍ରଶ୍ନରେ ଶ୍ରୀ ମିଶ୍ର ସାମ୍ବାଦିକମାନେ ଏହି ଦୁର୍ନିତିକୁ ନେଇ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଐତିହ ସମ୍ପନ୍ନ ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଆସିଥିଲା । ତତ୍କାଳିନ ବିଜେଡି ସରକାର ର ନେତାମାନେ ଚଂଚକତା କରି ଏସ୍ଏଚ୍ଜିମାନଙ୍କୁ ଏହା ଦାୟିତ୍ୱ ଦେଇଥିଲେ । ବର୍ତ୍ତମାନ ମହାରାଣୀ ସାଗର କେଉଁ ଅବସ୍ଥାରେ ଅଛି ଲୋକେ ଦେଖୁଛନ୍ତି । ଏହି ଦୁର୍ନିତିର ପର୍ଦ୍ଦାଫାସ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଦରକାର ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ମଂଚାସିନ ଥିବା ବେଳେ ବୁଲୁ ଦାନି, କୈଳାସ ମିଶ୍ର, ଯୁବ ସଭାପତି ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, କଂଗ୍ରେସ ନେତା ବିରେନ ମିଶ୍ର, ଅନ୍ତ ବେହେରା, ମାନସ ମହାନ୍ତି, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା କୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ପରମ୍ପରା ପାଲଟିବ ଭୁବନେଶ୍ୱର ବୟୋଜ୍ୟେଷ୍ଠ ଉତ୍ସବ
ଭୁବନେଶ୍ୱର ତା ୧୮. ୦୯, ଏକାକାର ହେଇଗଲେ ପରସ୍ପର ବିରୋଧି ବୟସ୍କ ସଂଗଠନ ସବୁ ll ନା ଥିଲା ଅହଂକାର, ନା ଥିଲା ହମବଡ଼ା ଭାବ ll ଜୀବନକୁ ଅଲଗା ଢଙ୍ଗରେ ଜିଇଁବାକୁ କାନ୍ଧରେ କାନ୍ଧ ଲଗେଇଦେଲେ, ପାଦରେ ପାଦ ଛନ୍ଦିଦେଲେ
ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |
ଚିଲିକା, ୧୮।୯:ନାଚୁଣୀର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ"ଜାଗୃତିକା" ତରଫରୁ ମୁକ୍ତି ଚିନ୍ତନ ପରିଷଦର ବରିଷ୍ଠ ଉପଦେଷ୍ଟା, ଗାୟକ ରତ୍ନ ଲୋକନାଥ କର ଜୟନ୍ତୀ କମିଟିର ସଦସ୍ୟ ତଥା ସମାଜସେବୀ ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ
ନାଚୁଣୀସ୍ଥ ବିଶ୍ଵକର୍ମା ଆଞ୍ଚଳିକ ସଂଘ ତରଫରୁ ଦେଵଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ
ଚିଲିକା, ୧୭।୯: ଆଜି ପବିତ୍ର ବିଶ୍ଵକର୍ମା ପୂଜା । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠାରେ ଧୂମ୍ ଧାମରେ ପାଳିତ ହୋଇଯାଇଅଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ନାଚୁଣୀ ୟୁକୋ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା
ଗାନ୍ଧୀ ମଣିଷ ଦୋଳେଗାବିନ୍ଦସ୍ୱାଧୀନତା ସଂଗ୍ରାମୀ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧ ପାଳନ
ଭୁବେନଶ୍ୱର, ୧୬.୯ : ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟୋର ଭୁବେନଶ୍ୱର ବୁଦ୍ଧମନ୍ଦିର ସଭାଗୃହେର ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞୋନନ୍ଦ୍ରଙ୍କ ପୌରହିତ୍ୟେର ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ, ପୂବର୍ତନ ମନ୍ତ୍ରୀ ସ୍ୱଗର୍ତ ଦୋଳେଗାବିନ୍ଦ ପ୍ରଧାନଙ୍କ ଅଷ୍ଟମ ପୂଣ୍ୟତିଥି
ଫିଲ୍ମ ଷ୍ଟାଇଲରେ ଲୁଟ୍ ଉଦ୍ୟମ; ବ୍ୟାଙ୍କ କର୍ମଚାରୀଙ୍କ ସାହସରେ ଫେଲ୍ ମାରିଲା ଲୁଟେରାଙ୍କ ଯୋଜନା!
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିକଟରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବ୍ୟାଙ୍କ କର୍ମଚାରୀଙ୍କ ସାହସ ଓ ପ୍ରତିରୋଧ ଯୋଗୁଁ ଲୁଟେରାଙ୍କ ଯୋଜନା
କୌଶଲ୍ୟାଗଙ୍ଗ ଫାଣ୍ଡିରେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ।
ଆଣ୍ଠୁଏ ପାଣିରେ ପଶିଲେ ଦେବେ ଫାଣ୍ଡିରେ ଏତଲା। ବାଲିଅନ୍ତା ୧୬/୦୯ (ଗୋବର୍ଦ୍ଧନ ଦାସ):- ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ଛକ ମୁଖ୍ୟରାସ୍ତାରୁ ମାତ୍ର ୨/୩ ଶହ ମିଟର ଦୂରରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅବସ୍ଥାପିତା। ଫାଣ୍ଡି ଆଗରେ ଅସରାଏ ବର୍ଷା ହେଲେ ପାଣି
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ।
ଚିଲିକା,୧୬ I୯: ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ଉପଲକ୍ଷେ ବାଣପୁର ସତସଙ୍ଗ ବିହାର ଠାରେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଦୀଘ୍ର ଏକ ମାସ ଧରି ଚାଲିଥିବା ସତସଙ୍ଗ ପରିକ୍ରମାର ଉଦ୍ ଯାପନୀ ଦିବସରେ ବହୁ ଭକ୍ତଙ୍କର
ଦାରୁଠେଙ୍ଗ ସତ୍ୟମହିମାରେ ନବାନ୍ନ
ଭୁବନେଶ୍ୱର ତା 16/09/26 ଆଶ୍ରମ ଗୋବିନ୍ଦ ବାବା ଙ୍କ ଗାଦି ପୀଠ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନବାନ୍ନ ମହୋତ୍ସବ ପାଳିତ ହୋଇ ଯାଇଅଛିବ୍ରହ୍ମଲୀନ ବ୍ରହ୍ମ ଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ଵ ଆଦେଶ ଅନୁସାରେ
ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନର ଅଷ୍ଟମ ବାର୍ଷିକ ସମାରୋହ
ଚିଲିକା,୧୫I ୯:ଚିଲିକା ବ୍ଲକର ଅଗ୍ରଣୀ ସମାଜସେବା ଅନୁଷ୍ଠାନ "ମିଶନ ଜୟଶ୍ରୀ ଜଗନ୍ନାଥ ସ°ଗଠନ " ର ୮ମ ବାର୍ଷିକ ପ୍ରତିଷ୍ଠା ସମାରୋହ ସ୍ଥାନୀୟ ନାଚୁଣୀ ସ୍ଥିତ ସୁଚିତ୍ରା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମିଶନର ସଭାପତି ପ୍ରଦୋଷ କୁମାର ଦାସ
ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ
ଚିଲିକା,୧୫।୯:ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ଓଡିଶା,ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଏବଂ ପ୍ରଗତିଶୀଳ ସାହିତ୍ୟ ସି ନ୍ଦରା ର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ବିଧାରପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ
ବାଣପୁରରେ ମହାଆଡମ୍ବରରେ ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଣପୁର,: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬, ଦାସଘର ସାହି ଠାରେ ଓଁ ଶ୍ରୀ ଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ଏକ ଭବ୍ୟ
ବାଲୁଗାଁ ଥାନାରେ ନୂତନ SI ଭାବେ ଯୋଗ ଦେଲେ ଜଗନ୍ନାଥ ସେଠୀ
(*ବାଲୁଗାଁ)ବାଲୁଗାଁ ଥାନାରେ ନୂତନ ସବ୍-ଇନ୍ସପେକ୍ଟର ଭାବେ ଜଗନ୍ନାଥ ସେଠୀ ଆଜି ଯୋଗ ଦେଇଛନ୍ତି। ସୂଚନନୁଯାୟୀ, ଜଗନ୍ନାଥ ସେଠୀ ଜଣେ ଅଭିଜ୍ଞ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ ବେଶ୍ ପରିଚିତ।ପୂର୍ବରୁ କାର୍ଯ୍ୟରତ ଥିବା SI ଙ୍କ ବଦଳି ପରେ ଶୂନ୍ୟ ପଡିଥିବା
ବିକାଶଶୀଳ ଓଡ଼ିଶା ଗଠନ ପାଇଁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ୨୦୩୬ର ଉପାଦାନ ହେଉ।
ଭୁବନେଶ୍ୱର / ପାରାଳାଖେମୁଣ୍ଡି - ୧୪ /୨୬ ବିଶ୍ୱନାଥ ଫଙ୍କସନ ହଲ,ରାଜଦାଣ୍ଡ ସାହି,ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାରେ ଗଜପତି
ବାଳକାଟିର ୬୦ ଟି ମଣ୍ଡପରେ ଶ୍ରୀ ଗଜାନନଙ୍କ ଆବାହନ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ । ଚିତାକର୍ଷକ ତୋରଣ ସାଙ୍ଗଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି l ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛନ୍ତି ପୂଜା ମଣ୍ଡପ l ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ,
ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତୁ – ବାଲୁଗାଁ ପୋଲିସର ଫ୍ଲାଗ୍ ମାର୍ଚ ଜରିଆରେ ଜନସଚେତନତା
ବାଲୁଗାଁ: ଆସନ୍ନ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନେଇ ଆଜି ବାଲୁଗାଁ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା, ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସାଧାରଣ
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରଲୋକ
ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ):ବାଳକାଟି ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ବିବେକାନନ୍ଦ ମହାନ୍ତିଙ୍କ ଗତକାଲି ସିରିଆଦେଇ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା l ସେ ଓଡ଼ଶା ସରକାରଙ୍କ ସ୍ୱାସ୍ଥ୍ୟବିଭାଗରେ ଚାକିରୀ କରିଥିବା ବେଳେ
ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ:ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ
ଚିଲିକା, ୧୪ ।୯: ତାରିଣୀପୀଠ, ଝିଣ୍ଟିକାପଲ୍ଲୀଠାରେ ବାଣପୁର ଏନ.ଏ.ସି. ଅଞ୍ଚଳର ଶତାଧିକ କୃଷକ ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ଆତ୍ମୀୟତାପୂର୍ଣ୍ଣ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବାଣପୁର ଏନ.ଏ.ସି .ର ବିଜେପି ଯୁବ ସଂଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅତିଥି ଭାବେ
କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ
ନାଚୁଣୀ, ୧୩ । ୯:ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,କଳାଙ୍ଗ ସମ୍ମିଳନୀ କକ୍ଷରେ ସାଧନ କେନ୍ଦ୍ର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଉଲ୍ଲାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ସରକାରୀ ମାଧ୍ୟମିକ,ଉଚ୍ଚ ପ୍ରାଥମିକ
ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଅଦଳବଦଳ, ବାଲୁଗାଁ ଥାନାରେ ନୂଆ ଏସ୍ଆଇ ଭାବେ ଜଗନ୍ନାଥ ସେଠୀ ଓ ଏସ୍ଆଇ ଭାବେ ଭଗବାନ ନାୟକଙ୍କ ଯୋଗଦାନ
ବାଲୁଗାଁ -* ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି କରାଯାଇଛି। ଏହି କ୍ରମରେ ବାଲୁଗାଁ ଥାନାରେ ନୂଆ ଭାବେ ଜଣେ
ଗଣେଶ ସମ୍ମାନ ୨୦୨୬ ର ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା ୧୩/୦୯:- ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ,ଶାନ୍ତିସ୍ତୁପ ଖବରକାଗଜ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ 'ଶ୍ରୀ ଗଣେଶ ସମ୍ମାନ' ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ପରମ୍ପରା ପାଲଟିବ ଭୁବନେଶ୍ୱର ବୟୋଜ୍ୟେଷ୍ଠ ଉତ୍ସବ
ସମାଜସେବୀ ଉମାକାନ୍ତ ମହାପାତ୍ରଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଚଳୀ ସଭା |