ଓଡ଼ିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଏବଂ ଓଡିଶା ଶିକ୍ଷାରତ୍ନ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ l

105 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାବିତ ସମ୍ମାନିତ

ଭୁବନେଶ୍ୱର ତା 18 ରିଖ l ଓଡିଶା ଅଭିଭାବକ ମହାସଂଘର ସ୍ମାର୍ଟ ପ୍ୟାରେଣ୍ଟିଙ୍ଗ ଓ ଶିକ୍ଷରତ୍ନ ସମ୍ମାନ କାର୍ଯ୍ୟକ୍ରମ 2026 ଆଜି ବୁଧମନ୍ଦିର ଠାରେ ଆୟୋଜିତ ହୋଇ ଯାଇଛି l ନୂତନ ଜାତୀୟ ଶିକ୍ଷାନୀତିରେ ଆର୍ଥିକ ପରିଚାଳନା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ସହ ବିନା ଋଣରେ ଉଚ୍ଚ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଉପରେ ପ୍ରାଧାନ୍ୟତା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ୟେଶ୍ୟ l ଶିକ୍ଷା ବର୍ତମାନ ବ୍ୟୟ ବହୁଳ ଓ ବ୍ୟବସାୟିକରଣ ତଥା ଘରୋଇକରଣର ସମସ୍ୟା ଭିତରେ ଜର୍ଜରିତ l ଅଭିଭାବକ ମାନଙ୍କ ଆର୍ଥିକ ସମନ୍ୱୟତା ସଂକ୍ରାନ୍ତରେ ବ୍ୟାପକ ଆଲୋଚନା ହୋଇଥିଲା l ଏଥି ସହିତ 100 ରୁ ଉର୍ଦ୍ଧ କୃତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାବିତଙ୍କୁ ଶିକ୍ଷlରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଆଇପିଏସ ଅରୂପ ପଟ୍ଟନାୟକ, ପୂର୍ବତନ ଆଇଏ ଏସ ରବି ନାରାୟଣ ନନ୍ଦ, ବରିଷ୍ଠ ସାମ୍ବାଦିକ ରବି ଦାସ, ଅଭିନେତା ପ୍ରୀତିରଜ ଶତପଥୀ,ଶିକ୍ଷା ବିକାଶ ସଂସ୍ଥାନର ସମ୍ପାଦକ ଡ଼ଃ କରୁଣାକର ପ୍ରଧାନ, ମହାବୋଧି ସୋସାଇଟି ର ସମ୍ପାଦକ ସୌରେନ୍ଦ୍ର ମହାପାତ୍ର,ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପସନ୍ନ ବିଷୋୟୀ, ଆର୍ଥିକ ବିନିଯୋଗ ବିଶେଷଜ୍ଞ ଅଭିସେକ ମିତ୍ର, ଛାତ୍ର ନେତା ତନ୍ମୟ ସ୍ୱାଇଁ ଆଦି ଅତିଥି ରୂପେ ଯୋଗ ଦେଇ ଶିକ୍ଷା,ଶିକ୍ଷକ, ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page