ଭୁବନେଶ୍ୱର: ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ “ଶିକ୍ଷା ଅଧିକାର ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ସରକାରୀ ବ୍ୟବସ୍ଥା ଉପଲବ୍ଧ କରିବା l ଏହା ସରକାରଙ୍କ ମୌଳିକ ଦାୟିତ୍ୱ l ଦେଶର ପ୍ରତ୍ୟେକ ଶିଶୁକୁ ତାର ନିକଟରେ ଅର୍ଥାତ ତା ହାତ ପାହାନ୍ତlରେ ଶିକ୍ଷାଦାନ ଉପଲବ୍ଧ କରାଇବା l ଏଥିରେ 6 ରୁ 14 ବର୍ଷ ପର୍ଯ୍ୟନ୍ତ ଦେଶର ସବୁ ପିଲା ଯେମିତି ପାଠ ପଢି ପାରିବେ l ଏହି କ୍ଷେତ୍ରରେ ବିଭିନ୍ନ ସମୟରେ ନିରନ୍ତର କାର୍ଯ୍ୟ କରି ଓଡିଶା ଅଭିଭାବକ ମହାସଂଘ ସମସ୍ୟା ସମାଧାନ ପାଇଁ 2016 ମସିହାରୁ ନିରବଛିନ୍ନ ଉଦ୍ୟମ ଜାରି ରଖିଛି l ଏହି ପ୍ରୟାସର ଏକ ପଦକ୍ଷେପ ସ୍ୱରୂପ ଆଜି ଶିକ୍ଷା ଅଧିକାର ସମ୍ମେଳନର ଆୟୋଜନ କରାଯାଉଛି l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମେଳନରେ ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ନ୍ୟାୟମୂର୍ତ୍ତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ର ସରକାରଙ୍କ ସଚିବ ଅମୁଲ୍ୟ ରତ୍ନ ନନ୍ଦ ଏହି ସମ୍ମେଳନରେ ଅତିଥି ଭାବେ ଯୋଗଦେଇଥିଲେ l ନ୍ୟାୟମୂର୍ତ୍ତି ଷଡ଼ଙ୍ଗୀ ଏହି ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ କି ସରକାରୀ ସ୍କୁଲକୁ ସରକାର ବନ୍ଦ କରିଦେବା ଏକ ଭୁଲ ନିଷ୍ପତି ଥିଲା l ଏହା ଏବେ ଲୋକମାନଙ୍କ ସାମ୍ବିଧାନିକ ଅଧିକାର l ସରକାର ସରକାରୀ ବିଦ୍ୟାଳୟକୁ ବନ୍ଦ କରିପାରିବ ନାହିଁ l ସରକାରୀ ଓ ବେସରକାରୀ ସ୍କୁଲ ସମାନ ଭାଗେ ଆଗକୁ ବଢିବା କୁ ଡଃ ଷଡ଼ଙ୍ଗୀ ଗୁରୁତ୍ୱ ଦେଇଥିଲେ l ଅସମାନତା କେବଳ ସରକାର ହି ସୃଷ୍ଟି କରିଛନ୍ତି l ପିଲାକୁ ତାର ଘର ପାଖରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର l ଅଭିଭାବକ ମାନେ ପିଲାଙ୍କୁ ସ୍କୁଲକୁ ପାଠ ପଢାଇବାକୁ ଛାଡ଼ୁଛନ୍ତି ମାଗଣାରେ ଖାଦ୍ୟ, ପୋଷାକ କି ସାଇକେଲ ପାଇଁ ନୁହେଁ ତେଣୁ ସରକାରୀ ସ୍କୁଲ ରେ ପାଠ ପଢାକୁ ପ୍ରାଥମିକତା ଦେଇ ପ୍ରଥମେ ଭିତିଭୂମି ଓ ଆବଶ୍ୟକ ଶିକ୍ଷକ ଓ ଶିକ୍ଷା ଉପକରଣ ଯୋଗାଣ ସହ ଗୁଣାତ୍ମକ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବା ଉଚିତ l ପ୍ରକଳ୍ପ ଭିତିକ ଶିକ୍ଷକ ନିଯୁକ୍ତି ଏକ ଘୃଣ୍ୟ ବ୍ୟବସ୍ଥା l ଆମର ପୂର୍ବ ଆଦର୍ଶ ଯୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରଣାଳୀକୁ ଗୁରୁତ୍ୱ ଦିଅନ୍ତୁ ଆମେ ବିଦେଶୀ ଢାଞ୍ଚାରେ କେବଳ ନକଲିରେ ପଡି ମାଗି ଆଣିଲା ବୁଦ୍ଧି ରେ ହାସ୍ୟାସ୍ପଦ ହୋଇ ମହାନ ଗୁରୁକୁଳ ପଦ୍ଧତିର ଶିକ୍ଷା ବ୍ୟବସ୍ତାକୁ ମାରି ସାରିଛେ l ଆଦର୍ଶବୋଧ ଶିକ୍ଷା ବ୍ୟବସ୍ଥା ନିହାତି ରହିବା ଉଚିତ l ପୂର୍ବତନ ଆଇ ଏ ଏସ ଓ କେନ୍ଦ୍ର ସରକାରଙ୍କ ସଚିବ ଅମୁଲ୍ୟରତ୍ନ ନନ୍ଦ କହିଲେ କି ଗଣଶିକ୍ଷା ବିଭାଗ, ଓଡିଶା ଅଭିଭାବକ ମହାସଂଘ, ବେସରକାରୀ ସ୍କୁଲ ଅଧିକାରୀ, ଶିକ୍ଷକ ନେତା ସମସ୍ତଙ୍କୁ ନେଇ ଏକ ସ୍ୱତନ୍ତ୍ର ଉଚ୍ଚ ସ୍ତରୀୟ କମିଟି କରି ସମୟ ଅନୁପାତରେ ପ୍ରତି ମାସରେ ବୈଠକ କରି ଅଭିଯୋଗ ଶୁଣାଣି ସହ ସମାଧାନ ପାଇଁ ପ୍ରୟାସ ଆରମ୍ଭ ହେଉ l ଆଜି ଗୀତ ଗିବିନ୍ଦ ଭବନ ଠାରେ ଆୟୋଜିତ ଏହି ଶିକ୍ଷା ଅଧିକାର ସମ୍ମେଳନ ପ୍ରାରମ୍ଭରେ ଶିକ୍ଷା ଅଧିକାର ଅଭିଭାବକ ସଂଘ ଉପଦେଷ୍ଟା ଆଦିଶା ମହାନ୍ତି ସମ୍ମେଳନ ର ଲକ୍ଷ୍ୟ ଉପରେ କହିବା ସହ ଓଡିଶା ଅଭିଭାବକ ମହାସଂଘ ଭବିଷ୍ୟତରେ ପ୍ରତି ବର୍ଷ ପ୍ରାୟ ପଚାଶ ହଜାର ପିଲାଙ୍କୁ ପାରଦର୍ଶୀ ପୋର୍ଟାଲରେ ନାମ ଲେଖେଇବା ସହ ସେମାନଂକୁ ମାଗଣା ବହି, ସ୍କୁଲ ୟୁନିଫର୍ମ, ଜୋତା ଯୋଗେଇଦେବାକୁ ଲକ୍ଷ୍ୟ ଥିବା କହିଥିଲେ l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ 2018 ମସିହାରୁ ବିଭିର୍ଣ୍ଣ ସ୍ତରରେ ଆନ୍ଦୋଳନ କରୁଥିଲେ ମଧ୍ୟ ତାହା ହୋଇନାହିଁ l 2024 ମସିହାରେ କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହାକୁ କଡାକଡି ମାନି ଏକ କୋଚି ସେଣ୍ଟର ରେଗୁଲେସନ ପାଇଁ ଆଇନ ଆଣିବାକୁ ଏକ ପିଟିସନ ଜାତୀୟ ମାନବିକ ଅଧିକାର ଆୟୋଗକୁ ପ୍ରଦାନ କରିଥିଲେ l ଆକାଶ, ଆଲେନ ପରି କୋଚି ସେଣ୍ଟର ବିରୁଦ୍ଧରେ ପିଲାମାନଙ୍କୁ କିପରି ବିପଦ ଅବସ୍ଥାରେ ପଢ଼ାଉଛନ୍ତି ତା ଉପରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ l ଅନ୍ୟ ଅତିଥି ଏନ ଏଚ ଆର ସି କୋର କମିଟି ସଦଶ୍ୟ ମନୋଜ ଜେନା କାହିଁକି 3 ଲକ୍ଷ୍ୟ ପିଲା ପାଠ ପ୍ରାଥମିକ ସ୍ତରରେ ଛାଡ଼ୁଛନ୍ତି ତାହାକୁ ଗୁରୁତର ସହ ବିଚାର କରି ବନ୍ଦ କରିବା ଦରକାର l ଆର ଟି ଇ ଫୋରମ ର ଅଧକ୍ଷ ଅନିଲ ପ୍ରଧାନ ସରକାରୀ ସ୍କୁଲ ବନ୍ଦ ଦ୍ୱାରା ପ୍ରାୟ ପିଲା ପାଠ ପଢ଼ା ଛାଡିଥିବା ନିଜର ଅନୁଭୂତି ବର୍ଣନା କରିଥିଲେ l ଓଡିଶା ଅଭିଭାବକ ମହାସଂଘ ମହାସଚିବ ଅଶୋକ ପାଇକରାୟ ସ୍କୁଲ ବନ୍ଦ ଓ ମିଶ୍ରଣ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ପାରଦର୍ଶୀ ପୋର୍ଟାଲରେ ଥିବା ସ୍କୁଲର ପଞ୍ଜିକରଣ ସମସ୍ୟା, ସତ୍ୟବ୍ରତ ପରିଜା ସ୍କୁଲ ବ୍ୟାଗ ଓଜନ, ଭୁବନେଶ୍ୱର ସଭାପତି ପଦ୍ମନାଭ ସାହୁ ଡମି ସ୍କୁଲ କିପରି ବ୍ୟାପକ ଲୁଟ କରୁଛନ୍ତି, ଓଡିଶା ଶିକ୍ଷା ବିକାଶ ସଂସ୍ଥାନର ସାଧାରଣ ସମ୍ପାଦକ ଡଃ କରୁଣାକର ପ୍ରଧାନ, ମହାବୋଧି ସୋସାଇଟି ସମ୍ପାଦକ ସୌରେନ୍ଦ୍ର ମହାପାତ୍ର, ବରଗଡ଼ ଜିଲ୍ଲା ଓଡିଶା ଅଭିଭାବକ ମହାସଂଘ ସଭାପତି ବିମଲ ଦାସ, ଜଗତସିଂପୁର ସଭାପତି ସୁରେଶ ସ୍ୱାଇଁ, ପ୍ରାଇଭେଟ ସ୍କୁଲ ସଙ୍ଘ ସମ୍ପାଦକ ଅବନ୍ତୀ ସୁତାର, ସୁରେଶ ସାମନ୍ତରାୟ, ବିଷ୍ଣୁ ଆଚାର୍ଯ୍ୟ, ଓଏମ ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ସୁବ୍ରତ ସାହୁ, ମିଲ୍ଲୀ ସାହୁ, ଏସକେ କାମୁଲ୍ଲୀଉଁଦିନ, ପୂର୍ଣ୍ଣ ମହାପାତ୍ର, ରାଜ୍ୟରେ ପ୍ରlୟ 7600 ସ୍କୁଲ ସରକାର ବନ୍ଦ କରି ତାକୁ l 1=ଅନ୍ୟ ସ୍କୁଲ ରେ ମିଶ୍ରଣ କରିବା ଦ୍ୱାରା ଅନେକ ପିଲା ପାଠ ପଢ଼ାରୁ ବଂଚିତ ହେଲେ l ପ୍ରକୃତିକ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ଏହା ଦ୍ୱାରl ଅନେକ ପିଲା ପାଠ ଛାଡି ଶିଶୁ ଶ୍ରମିକ ହେଲେ l ଏହା ରାଜ୍ୟରେ ଏକ ପ୍ରମୁଖ ସମସ୍ୟା, 2= ବେଆଇନ ଭାବେ ଡମି ସ୍କୁଲ ବର୍ତମାନ ଏକ ଶିକ୍ଷା କଳାବଜାରୀ ଭଳି ମାଡି ଚାଲିଛି l ଏଥିରେ ଅଭିଭାବକ ଶୋଷଣ ସହ ଛାତ୍ର ଛାତ୍ରୀଙ୍କ ସରବାଙ୍ଗୀନା ବିକାଶ ଓ ସାମାଜିକ ସନ୍ତୁଳନ ତଥା ସାମାଜିକ ଦାୟିତ୍ୱ ବୋଧ ନଷ୍ଟ ହେବାକୁ ବସିଛି l 3=ବେଆଇନ କୋଚିଂ ସେଣ୍ଟର ଏକ ବ୍ୟାଧି ଭଳି ମାଡି ଚାଲିଛି l କେନ୍ଦ୍ର ସରକାର ଏକ ଗାଇଡ଼ ଲାଇନ ଆଣିଲେ ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ସ୍ୱତନ୍ତ୍ର ଆଇନ କିମ୍ବା କେନ୍ଦ୍ର ଆଇନ ଲାଗୁ ହୋଇପାରିଲା ନାହିଁ l ମାଳ ମାଳ କୋଚିଂ ସେଣ୍ଟର ଜାଲି ଫଟୋ ଓ ସୁନେଲି ସ୍ବପ୍ନ ଦେଖାଇ କେବଳ ପଇସା ଲୁଟିବା ଆଳରେ ପିଲାଙ୍କ ପାଠକୁ ଶିକ୍ଷା ପସରl ମେଲାଇ ହାଟ ବଜାର ରେ ପରିବା ବିକିଲା ଭଳି ପାଠ ବିକୁଛନ୍ତି l ଏହି ମାୟାରେ ପଡି ଅନେକ ପିଲା ଆତ୍ମହତ୍ୟା କରିବା ସହିତ ଅନେକ ପରିବାର ମଧ୍ୟ ଛାର ଖlର ହେଇ ଯାଉଛି l ରାଜ୍ୟରେ ଶିକ୍ଷା ଅଧିକାର ଆଇନ ତଃ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପିଲାଙ୍କୁ ପାଠ ପଢ଼ାଇବା ଉଦ୍ୟେଶରେ ପାରଦର୍ଶୀ ପୋର୍ଟାଲ ଖୋଲି ଆଡ଼ମିସନ ପ୍ରକ୍ରିୟା ଚାଲିଛି l ହେଲେ ରାଜ୍ୟରେ ପ୍ରାୟ 8700ପ୍ରାଇଭେଟ ସ୍କୁଲ ରହିଛି l ସେଥିରେ ଅତି କମରେ 60 ହଜାର ରୁ ଉର୍ଦ୍ଧ ପିଲା ଏହି ଯୋଜନାରେ ମାଗଣାରେ ପଢି ପରିବା କଥା l ହେଲେ ଏହି ପୋର୍ଟାଲ ରେ ପଞ୍ଜିକରଣ ଆରମ୍ଭ ଦିନ ମାତ୍ର 2400 ସ୍କୁଲ ଉପଲବ୍ଧ ଥିଲା l ଆଜି ତାରିକ ରେ 3800 ସ୍କୁଲ ଅଛି l ଯେଉଁ ପିଲା ଆବେଦନ କରିବ ସେ ଯଦି ତାର ଇଛା, ଆବଶ୍ୟକ, ଓ ସୁବିଧା ପାଇଁ ସ୍କୁଲ ଏଥିରେ ନଥିବ ତେବେ ତାର ଅଧିକାର କ୍ଷୁର୍ଣ ହେଲl l ଗତବର୍ଷ ପ୍ରାୟ 4500 ସ୍କୁଲ ଏହି ଯୋଜନାରେ ପାଠ ପଢ଼ାଉଥିଲେ l ସେମାନେ ଏବର୍ଷ କୁଆଡେ ଗଲେ l ସେମାନେ ଯଦି ଏବର୍ଷ ଏହି ଯୋଜନାରେ ପାଠ ନପଢ଼ାଇବେ ଓ ସରକାରୀ ଅନୁଦାନ ନପାଇବେ ସେମାନେ ପୂର୍ବରୁ ପଢ଼ାଉଥିବା ପିଲାଙ୍କୁ ମଧ୍ୟ ସ୍କୁଲ ରୁ ବାହାର କରିଦେବେ l ଏହା ଆହୁରି ଜଟିଳ ସମସ୍ୟା ସୃଷ୍ଟି କରିବ l ଏଥି ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସମାଧାନ ଏବଂ ସରକାରଙ୍କୁ ପ୍ରସ୍ତାବ ଓ ସୁପାରିଶ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା l ନ୍ୟାୟାମୁର୍ତ୍ତି ଡ଼ଃ ଷଡ଼ଙ୍ଗୀ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ଏନ ଏଚ ଆର ସି ର ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ କରି ବିଭିନ୍ନ ସମସ୍ୟାର ଶୁଣାଣି ସହ ତୁରନ୍ତ ଓ ତ୍ୱରିତ ସୁପାରିଶ କରି ସରକାରଙ୍କୁ ଏ ସଂକ୍ରାନ୍ତରେ କଠୋର ପଦକ୍ଷେପ ପାଇଁ ନିର୍ଦେଶ ଦେବାକୁ ପ୍ରତିଶୃତି ଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ତିନି ଶହରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ l
ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସିଆଇଏସ୍ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ
ବଲାଙ୍ଗିର: ବଲାଙ୍ଗିର ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲରେ ସିଆଇଏସ୍ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର
ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଆୟୋଜିତ
ବାଲିଅନ୍ତା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଳବ ଭୁବନେଶ୍ଵର ୟୁନିକର ମିଳିତ ଉଦ୍ୟମରେ ବାଲିଅନ୍ତା ବ୍ଳକ ସତ୍ୟଭାମପୁର ପଞ୍ଚାୟତର ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟ, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତର
ଧର୍ମପରାୟଣା ମହିଳାଙ୍କ ସାପକାମୁଡ଼ାରେ ମୃତ୍ୟୁ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶାନ୍ତିଲତା ନନ୍ଦ ନାମକ ୭୦ବର୍ଷୀୟା ଧର୍ମପରାୟଣା ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ଚାରି ଦିନ ହେଲା ଉକ୍ତ ମହିଳା ଜଣଙ୍କ କଟକ ବଡ଼
ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ "ପରାଗ "ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା
ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗିର: ବଲାଙ୍ଗିର ସାମ୍ବାଦିକ ସୁରକ୍ଷା ଆଇନ ତଥା ବିଭିନ୍ନ ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ
କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ "ପ୍ରେମାର୍ଦ୍ଧଶତ" କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି
ଗୋବିନ୍ଦ ସେବାଦଳର କାଉଡିଆ ସେବା
କଲରଙ୍ଗୀଅତା: ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଶଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ସାରା ଦେଶରେ କାଉଡ଼ିଆ ମାନେ ଧାଡ଼ିରେ ଯାଇ ଶିବ ମନ୍ଦିର ଅଭିମୁଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି। କାଉଡିଆମାନେ ନଦୀରୁ ଜଳ ନେଇ ଶିବ ମନ୍ଦିର
ସମକାଳୀନ ଚିତ୍ର ପ୍ରଦର୍ଶନ
ବାଲିଅନ୍ତା: ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ "ଇନର ଥଟ" ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଛି। ଗ୍ୟାଲେରୀ ନିର୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ପୁରୀ ଲୋକସଭା ସାଂସଦ ସମ୍ବିତ
ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଉଦଯାପିତ
ବାଲିଅନ୍ତା: ବାଳକାଟୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚ୍ୟୁସନ୍ ର ଚଳିତ ବର୍ଷର ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ ସ୍ଥିତ ଏସପ୍ଲାନେଡ଼ ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା
ଚିତାଲାଗି ଅମାବାସ୍ୟା
ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟାମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ
ନାଟକ ରାଜଭୋଗ ମଂଚସ୍ଥ
ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ ।
ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର: ରଣପୁର ପ୍ରଜା ଆନେ୍ଦାଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ କବି, ବିପ୍ଳବୀ, ସଂଗ୍ରାମୀ ତଥା ନୟାଗଡ଼ ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍ -୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି
ମା’ ବାଉତୀ ପୀଠରେ ସଫେଇ କାର୍ଯ୍ୟକ୍ରମ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଅଭିଯାନ। ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ମଧ୍ୟ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
ସରକାର ସମ୍ବେଦନଶୀଳ ହୁଅନ୍ତୁ: ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘ
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ଅଜିତ ଦାସ ଓ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟା ହିରନମୟ
ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ବାଲିଅନ୍ତା: ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କୁ ସମ୍ମାନ
ପିକକ ପକ୍ଷରୁ ବୃକ୍ଷ ରୋପଣ
ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ
ନୂତନ ରେଞ୍ଜ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ରେ ନୂତନ ଭାବେ ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ରେଞ୍ଜ ଅଧିକାରୀ ହେମସାଗାର ସାହୁ ଙ୍କୁ ଆଜି ସଇଁନ୍ତଳା ରେଞ୍ଜ ତରଫରୁ କେନ୍ଦୁପତ୍ର ପତ୍ର ରେଞ୍ଜ ସଭାପତି ପ୍ରଶାନ୍ତ
ଚନ୍ଦନଭାଟି ପେକ୍ସରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର: ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ
ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ସିଆଇଏସ୍ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ଧର୍ମପରାୟଣା ମହିଳାଙ୍କ ସାପକାମୁଡ଼ାରେ ମୃତ୍ୟୁ
