କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ

କଳାହାଣ୍ଡି,୦୬.୦୧.(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):– କଳାହାଣ୍ଡି ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତ ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ, କଳାହାଣ୍ଡି ପାୱାର ସଚିନ ପ୍ରକାଶ ଆଜି ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୭୭- ଲାଞ୍ଜିଗଡ଼, ୭୮- ଜୁନାଗଡ, ୭୯- ଧର୍ମଗଡ଼, ୮୦- ଭବାନିପାଟଣା, ୮୧- ନର୍ଲା ନିର୍ବାଚନ ମଣ୍ଡଳିରେ ଥିବା ଭୋଟରଙ୍କ ସଂଖ୍ୟା ପ୍ରକାଶିତ ହୋଇଛି । ଚଳିତ ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଜିଲ୍ଳାରେ ସର୍ବମୋଟ ୧୨୨୦୩୦୪ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ରହିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଳାରେ ୬ ଲକ୍ଷ ୧୦ ହଜାର ୫୦୧ ଜଣ ପୁରୁଷ ଭୋଟର ରହିଥିବା ବେଳେ ୬ ଲକ୍ଷ ୯ ହଜାର ୭୩୭ ଜଣ ମହିଳା ଭୋଟରଙ୍କ ସମେତ ୬୬ ଜଣ କିନ୍ନର ଭୋଟରଙ୍କୁ ମିଶାଇ ମୋଟ ୧୨ ଲକ୍ଷ ୨୦ ହଜାର ୩୦୪ ଜଣ ଭୋଟର ରହିଛନ୍ତି । ୨୦୨୪ ବର୍ଷରେ ୯ ହଜାର ୧୧ ଜଣ ୧୮ ବର୍ଷରୁ ଉର୍ଦ୍ଧ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି । ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳିରେ ୨ ଲକ୍ଷ ୩୪ ହଜାର ୧୭୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୩ ହଜାର ୯୩୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୦ ହଜାର ୨୧୪ ଜଣ ମହିଳା ଓ ୨୦ ଜଣ କିନ୍ନର ଭୋଟର ରହିଛନ୍ତି । ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ଭୋଟର ୨ ଲକ୍ଷ ୪୮ ହଜାର ୮୨୧ ଜଣଙ୍କ ନାମ ଭୋଟର ତାଲିକାରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ୧ ଲକ୍ଷ ୨୫ ହଜାର ୬୯୨ ଜଣ ପୁରୁଷ ଓ ୧ ଲକ୍ଷ ୨୩ ହଜାର ୧୨୬ ଜଣ ମହିଳା ଭୋଟରଙ୍କ ସମେତ ୩ ଜଣ କିନ୍ନର ଭୋଟର ରହିଥିବା ବେଳେ ଧର୍ମଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ୨ ଲକ୍ଷ ୬୪ ହଜାର ୩୪୨ ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୯୯୫ ପୁରୁଷ ରହିଥିବା ବେଳେ ୧ ଲକ୍ଷ ୩୧ ହଜାର ୩୪୧ ଜଣ ମହିଳା ଭୋଟର ଏବଂ ୬ ଜଣ କିନ୍ନର ଭୋଟର ରହିଛନ୍ତି ସେହିପରି ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୮ ହଜାର ୫୩୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୯ ହଜାର ୫୯୬ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୮ ହଜାର ୯୧୮ ଜଣ ମହିଳା ଓ ୧୯ ଜଣ କିନ୍ନର ଭୋଟର ରହିଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୪ ହଜାର ୪୩୫ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୮ ହଜାର ୨୭୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୬ ହଜାର ୧୩୮ ଜଣ ମହିଳା ଓ ୧୮ ଜଣ କିନ୍ନର ଭୋଟର ରହିଛନ୍ତି I ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ଵାନ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଉପସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି, ବିଜେପି ଦଳର ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ସମ୍ପାଦକ ଜୟଶଙ୍କର ନାଏକ, କଂଗ୍ରେସ ଦଳର ପ୍ରତିନିଧି ଉଚ୍ଛବ ସାହୁ,ବିଜେଡି, କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଇ.ଆର.ଓ. ଙ୍କ ଠାରୁ ଏହି ଚୁଡାନ୍ତ ଭୋଟର ତାଲିକା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ( ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ-ଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚାକମ, ଉପ-ଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ନିର୍ବାଚନ ଶାଖାର ଅଧିକାରୀ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page