କଳାହାଣ୍ଡି,୦୬.୦୧.(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):– କଳାହାଣ୍ଡି ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତ ତାଲିକାକୁ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ, କଳାହାଣ୍ଡି ପାୱାର ସଚିନ ପ୍ରକାଶ ଆଜି ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୭୭- ଲାଞ୍ଜିଗଡ଼, ୭୮- ଜୁନାଗଡ, ୭୯- ଧର୍ମଗଡ଼, ୮୦- ଭବାନିପାଟଣା, ୮୧- ନର୍ଲା ନିର୍ବାଚନ ମଣ୍ଡଳିରେ ଥିବା ଭୋଟରଙ୍କ ସଂଖ୍ୟା ପ୍ରକାଶିତ ହୋଇଛି । ଚଳିତ ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଜିଲ୍ଳାରେ ସର୍ବମୋଟ ୧୨୨୦୩୦୪ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ରହିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଳାରେ ୬ ଲକ୍ଷ ୧୦ ହଜାର ୫୦୧ ଜଣ ପୁରୁଷ ଭୋଟର ରହିଥିବା ବେଳେ ୬ ଲକ୍ଷ ୯ ହଜାର ୭୩୭ ଜଣ ମହିଳା ଭୋଟରଙ୍କ ସମେତ ୬୬ ଜଣ କିନ୍ନର ଭୋଟରଙ୍କୁ ମିଶାଇ ମୋଟ ୧୨ ଲକ୍ଷ ୨୦ ହଜାର ୩୦୪ ଜଣ ଭୋଟର ରହିଛନ୍ତି । ୨୦୨୪ ବର୍ଷରେ ୯ ହଜାର ୧୧ ଜଣ ୧୮ ବର୍ଷରୁ ଉର୍ଦ୍ଧ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି । ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳିରେ ୨ ଲକ୍ଷ ୩୪ ହଜାର ୧୭୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୩ ହଜାର ୯୩୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୦ ହଜାର ୨୧୪ ଜଣ ମହିଳା ଓ ୨୦ ଜଣ କିନ୍ନର ଭୋଟର ରହିଛନ୍ତି । ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ଭୋଟର ୨ ଲକ୍ଷ ୪୮ ହଜାର ୮୨୧ ଜଣଙ୍କ ନାମ ଭୋଟର ତାଲିକାରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ୧ ଲକ୍ଷ ୨୫ ହଜାର ୬୯୨ ଜଣ ପୁରୁଷ ଓ ୧ ଲକ୍ଷ ୨୩ ହଜାର ୧୨୬ ଜଣ ମହିଳା ଭୋଟରଙ୍କ ସମେତ ୩ ଜଣ କିନ୍ନର ଭୋଟର ରହିଥିବା ବେଳେ ଧର୍ମଗଡ଼ ନିର୍ବାଚନ ମଣ୍ଡଳିରେ ମୋଟ ୨ ଲକ୍ଷ ୬୪ ହଜାର ୩୪୨ ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୯୯୫ ପୁରୁଷ ରହିଥିବା ବେଳେ ୧ ଲକ୍ଷ ୩୧ ହଜାର ୩୪୧ ଜଣ ମହିଳା ଭୋଟର ଏବଂ ୬ ଜଣ କିନ୍ନର ଭୋଟର ରହିଛନ୍ତି ସେହିପରି ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୮ ହଜାର ୫୩୩ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୯ ହଜାର ୫୯୬ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୮ ହଜାର ୯୧୮ ଜଣ ମହିଳା ଓ ୧୯ ଜଣ କିନ୍ନର ଭୋଟର ରହିଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୪ ହଜାର ୪୩୫ ଜଣ ଭୋଟର ରହିଥିବା ବେଳେ ଏଥିରେ ୧ ଲକ୍ଷ ୧୮ ହଜାର ୨୭୯ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୬ ହଜାର ୧୩୮ ଜଣ ମହିଳା ଓ ୧୮ ଜଣ କିନ୍ନର ଭୋଟର ରହିଛନ୍ତି I ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ଵାନ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଉପସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି, ବିଜେପି ଦଳର ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ସମ୍ପାଦକ ଜୟଶଙ୍କର ନାଏକ, କଂଗ୍ରେସ ଦଳର ପ୍ରତିନିଧି ଉଚ୍ଛବ ସାହୁ,ବିଜେଡି, କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଇ.ଆର.ଓ. ଙ୍କ ଠାରୁ ଏହି ଚୁଡାନ୍ତ ଭୋଟର ତାଲିକା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ( ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ-ଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚାକମ, ଉପ-ଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ନିର୍ବାଚନ ଶାଖାର ଅଧିକାରୀ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।
କଳାହାଣ୍ଡି ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଆସନ୍ତାକାଲି (26 ତାରିଖ) ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ । ଏହି ନୂତନ ଟ୍ରେନ୍ ସେବା
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ଦକ୍ଷିଣ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଅନୁଷ୍ଠାନ ର ନୃତ୍ୟାଙ୍ଗନାମାନେ ଦୁବାଇର AI AJYAL THEATRE ଠାରେ ଓଡ଼ିଶୀ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ