ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟକୁ ସରକାର ଟାଳି ଦେଇଥିବା ଦାବି କରିଛନ୍ତି । ଇରାନ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବା ମାତ୍ରେ ଭାରତରେ ଏଲପିଜି ସିଲିଣ୍ଡର ସଙ୍କଟ ଦେଖା ଯାଇଥିଲା । ମୁମ୍ବାଇ ଠାରୁ ଆରମ୍ଭ କରି ଓଡ଼ିଶାରେ ଲୋକମାନେ ଠିକ ଭାବେ ସିଲିଣ୍ଡର ପାଉ ନଥିବା ଅଭିଯୋଗ କରିଥିଲେ । କିଛି ସ୍ଥାନରେ କମର୍ସିଆଲ ଗ୍ୟାସ ଅଭାବରରୁ ରେଷ୍ଟୁରାନ୍ଟ ଓ ହୋଟେଲରେ ତାଲା ପଡ଼ିଥିବା ରିପୋର୍ଟ ମଧ୍ୟ ଆସିଥିଲା । ସ୍ଥିତି ସାଂଘାତିକ ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଥିଲେ ହେଁ ସରକାର ସବୁ କିଛି ସୁଧାରି ଦେଇଥିବା କହିଛନ୍ତି । ଏଥିସହ ଦିନକରେ ଏଲପିଜି ଉତ୍ପାଦନ ୧୦% ବଢ଼ିଥିବା ମଧ୍ୟ ସରକାର ଦାବି କରିଛନ୍ତି । ସରକାର ମଙ୍ଗଳବାର ଦାବି କରିଛନ୍ତି ଯେ ଦେଶରେ ଏଲିପିଜିର କୌଣସି ଅଭାବ ନାହିଁ । ବ୍ୟବସାୟିକ ସିଲିଣ୍ଡର ଯୋଗାଣକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଏହାକୁ ସାମାଧାନ କରାଯାଇଛି । ଯୋଗାଣରେ ଏବେ ସ୍ଥିରତା ଆସିଛି ।ବିଭିନ୍ନ ରିଫାଇନାରୀ ଏଲପିଜି ଉତ୍ପାଦନ ଆଜି ପ୍ରାୟ ୧୦% ବୃଦ୍ଧି କରିଛନ୍ତି । ସୋମବାର ରାତିରେ ଉତ୍ପାଦନ ପାଇଁ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା ।କଳାବଜାରୀ ଓ ହେରଫେର ରୋକିବାକୁ ଅତିରିକ୍ତ ଭାବେ ପ୍ରଶାସନିକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାରଙ୍କ କହିବା କଥା ଯେ ଏଲପିଜି ବପହଞ୍ଚି ପାରିବ, ତା’ର ବ୍ୟବସ୍ଥା ହୋଇଛି ।ଅସ୍ଥାୟୀ ଭାବେ ଚିନ୍ତା ପ୍ରକାଶ ପାଇଥିଲା । କିନ୍ତୁ ଏବେ ସବୁ ସମସ୍ୟାର ସମାଧାନ କରାଯାଇଛି । ଯୋଗାଣାରେ ସ୍ଥିରତା ବଜାୟୀ ରଖିବା ପାଇଁ ସବୁ ରିଫାଇନାରୀ ୧୦୦% କ୍ଷମତାର ସହ କାମ କରୁଛନ୍ତି । ଲୋକମାନେ ଆଦୌ ବିଚଳିତ କିମ୍ବା ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱସନା ଦିଆଯାଇଛି । ସରକାରୀ ଅଧିକାରୀଙ୍କ କହିବା କଥା ଯେ ଶକ୍ତି ଯୋଗାଣରେ ଭାରତରିଟେଲ ଆଉଟଲେଟକୁ ବିତରଣ ପ୍ରକ୍ରିୟା ତଥା ଯୋଗାଣ ଶୃଙ୍ଖଳିତ କରିବା ଉପରେ ଆଲୋଚନା ହୋଇଥିଲା ।ଖାଉଟିମାନଙ୍କୁ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଣ କ୍ଷେତ୍ରରେ କୌଣସି ସମସ୍ୟା ନଥିବା ନେଇ ତୈଳ କମ୍ପାନୀଗୁଡ଼ିକ ସ୍ପଷ୍ଟ କରିଛନ୍ତି । ସେହିପରି ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ରନ୍ଧନ ଗ୍ୟାସ୍ ଯୋଗାଣ ସ୍ୱାଭାବିକ ରହିଛି । ସୁବିଧାରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବ୍ଧ କରାଇବା ପାଇଁ ସପ୍ଲାଏ ଚେନରେ ସନ୍ତୁଳନ ବଜାୟ ରଖିବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ନିଦେ୍ର୍ଦଶ ଦେଇଛନ୍ତି ।ଏହାସହିତ ଉଭୟ ଯୋଗାଣ ବିଭାଗ ଓ ତୈଳ କମ୍ପାନୀଗୁଡ଼ିକ ବିଭିନ୍ନ ମାଧ୍ୟମରେ ଉପଲବ୍ଧ ସୂଚନା ଜାରି କରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ତୈଳ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରୁଥିବା ଦୈନିକ ରିପୋର୍ଟକୁ ଏଣିକି ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗକୁ ମଧ୍ୟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।ଅନ୍ୟପକ୍ଷରେ ହୋଟେଲ ମାଲିକ ଜେକେ ମହାନ୍ତି କହିଛନ୍ତି ଯେ,ଏଲପିଜି ଅତ୍ୟାବଶ୍ୟକ ସେବାରେ ଆସୁଛି । ହୋଟେଲ, ଢାବା, ରେଷ୍ଟୁରାନ୍ଟ ସମସ୍ତେ ବ୍ୟବସାୟିକ ଗ୍ୟାସ୍ ବ୍ୟବହାର କରୁଛନ୍ତି । ହଠାତ୍ ସରକାର ଏହାକୁ ବନ୍ଦ କରିଦେଲେ ହୋଟେଲ ଇଣ୍ଡଷ୍ଟ୍ରି ବହୁତ ପ୍ରଭାବିତ ହେବ । ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ମେଟ୍ରୋ ସହରଗୁଡ଼ିକରେ ଏହାର ପ୍ରଭାବ ପଡ଼ିସାରିଲାଣି ଓ ଗ୍ୟାସ କଂପାନୀମାନେ ଗ୍ୟାସ ବ୍ୟବହାର କମାଇବା ପାଇଁ ଚିଠି ଲେଖୁଛନ୍ତି । ଆମର ଅଧିକାଂଶ ହୋଟେଲରେ ମାତ୍ର ୭ରୁ ୮ ଦିନ ପାଇଁ ଗ୍ୟାସ ମହଜୁଦ ଅଛି ଓ ଯଦି ସମସ୍ୟାର ସମାଧାନ ନହୁଏ, ତେବେ ସରକାର କୋଇଲା ବା ଚାରକୋଲ ବ୍ୟବହାର ପାଇଁ ଅନୁମତି ଦେବା ଉଚିତ୍ ବୋଲି ସେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ୟାସ ସଙ୍କଟ ହେଲେ ହୋଟେଲ ଶିଳ୍ପ ପ୍ରଭାବିତ ହେଲେ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେବ । ଓଡ଼ିଶାର ହୋଟେଲ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ୫୦ ହଜାର କର୍ମଚାରୀଙ୍କ ଛୁଟି ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର
କଳାହାଣ୍ଡି,୧୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେଦିନକୁ ଦିନ ବଢୁଥିବା ଟ୍ରାଫିକ ଜାମ୍ ଓ ସଡ଼କ ସୁରକ୍ଷା ସମସ୍ୟାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କର୍ମିଟି ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁଶ୍ରୀ ଭର୍ଷିଥା ଅଡେପୁ (ଆଇପିଏସ) ଙ୍କୁ ଏକ
ଆକ୍ରମଣ ପ୍ରତିଆକ୍ରମଣରେ ଜଳୁଛି ମଧ୍ୟପ୍ରାଚ୍ୟ
ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଇରାନକୁ ପୁଣି ଡରେଇଛନ୍ତି ଆମେରିକା ରାଷ୍ଟ୍ରପତି । ହୋର୍ମୁଜ ଜଳପଥରେ ତୈଳ ଯୋଗାଣରେ ବାଧା ଦେଲେ ପରିଣାମ ଭୟାବହ ହେବ
ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ
ଚିଲିକା:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲାଚଟି ସପ୍ତଦୋଳ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ପ୍ରସିଦ୍ଧ ସପ୍ତଦୋଳ ମେଳଣ । ପୌରାଣିକ ତଥା ଐତିହାସିକ ଶୋଲରି ପାହାଡ଼ର ପାଦଦେଶରେ କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି ଏହି ସପ୍ତଦୋଳ ମେଳଣ ଯାତ୍ରା।
ଗ୍ୟାସ ପାଇଁ ସବୁଠି ହାହାକାର
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟକୁ ସରକାର ଟାଳି ଦେଇଥିବା ଦାବି କରିଛନ୍ତି । ଇରାନ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିବା ମାତ୍ରେ ଭାରତରେ ଏଲପିଜି ସିଲିଣ୍ଡର ସଙ୍କଟ ଦେଖା ଯାଇଥିଲା । ମୁମ୍ବାଇ ଠାରୁ
ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ
ଚିଲିକା:ବାଣପୁର ଚିଲିକା ଅଞ୍ଚଳ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସାହିତ୍ୟ ସିନ୍ଦୁରା ପକ୍ଷରୁ ୧୩ଶ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ବାଣପୁର ଵିଧାରପୁରସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ବହୁ ସାରସ୍ଵତ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି
ଶିକ୍ଷାବିତ ଉତ୍କଳ ରତ୍ନ ଶତ୍ରୁଘ୍ନ ନାଥ ଙ୍କ ଶ୍ରାଦ୍ଧ ଦିବସ ପାଳନ
ଭୁବନେଶ୍ଵର ତା ୧୦।୩ , ଶହୀଦ ନଗର ଶିକ୍ଷାବିତ ପ୍ରଫେସର ଶତୃଘ୍ନ ନାଥ ମାର୍ଗ ସ୍ଥିତ ପ୍ରତିମୂର୍ତ୍ତି ନିକଟ ରେ ପ୍ରଫେସର ଶତୃଘ୍ନ ନାଥ ୨୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି।ଏହି ପୂଜ୍ୟ ପୂଜା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଞ୍ଚଳିକ
ପୁଣି କଳାପତାକା ଧରିବ ଭାଷା ଆନ୍ଦୋଳନ
ଭୁବନେଶ୍ୱର - 10/03 ଆଜି ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କଲା ଭାଷା ଆନ୍ଦୋଳନ,ଓଡ଼ିଶା | ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ
।ବାଲିଅନ୍ତା ୧୦/୦୩: - ଭୁବନେଶ୍ୱର ବ୍ଳକ୍ ଅନ୍ତର୍ଗତ ବାଙ୍କୁଆଳ ଖେଳପଡ଼ିଆ ରେ ୧୫ତମ ଜଗବନ୍ଧୁ ସ୍ୱାଇଁ ଓ ପ୍ରଥମ ଆୟୁଷ ସ୍ୱାଇଁ ମେମୋରିଆଲ୍ ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବାଙ୍କୁଆଳ ଗ୍ରାମ୍ୟ କମିଟି ମୁଖ୍ୟ ଉପଦେଷ୍ଟା ଖିରୋଦ
ଲାଞ୍ଜିଗଡ଼ ଗସ୍ତରେ ପଞ୍ଚାୟତିରାଜ ଅତିରିକ୍ତ ସଚିବ
କଳାହାଣ୍ଡି,୧0/୩ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ରବିବାର ଦିନବ୍ଳକର ବିଜେପୁର ଓ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ର ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ
ଅସହାୟ ଗୋଲାପୀଙ୍କୁ ବ୍ଲକ ପ୍ରଶାସନ ର ଅଣ ଦେଖା କାହିଁକି ? ବିଡ଼ିଓଙ୍କ ଦୂର ଦୃଷ୍ଟିରେ ଗୋଲାପୀ
କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସପଲହରା ପଞ୍ଚାୟତ କଣ୍ଡରେଇଗାଁର ଗୋଲାପୀ ସାହୁ(୭୦)। ସେ ଜଣେ ବିଧବା ମହିଳା |ପରିବାର ବୋଲି କେହି ନଥିବାରୁ ରୋଜଗାର କିଛି ନାହିଁ । କେବଳ ମାସକୁ ଭତ୍ତା ହଜାରେ
ପଂଚମ-ଅଷ୍ଟମରେ ଫେଲ୍ ହେଲେ ଦେବାକୁ ପଡ଼ିବ ସପ୍ଲିମେନ୍ଟାରୀ ପରୀକ୍ଷା
ନୂଆଦିଲ୍ଲୀ: ଆରମ୍ଭ ହେଲା ପଞ୍ଚଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ଅର୍ଥାତ ପରୀକ୍ଷାରେ ୩୦ ପ୍ରତିଶତ ମାର୍କ ରଖିଲେ ପାସ
ରନ୍ଧନ ଗ୍ୟାସ ପରେ ଖାଇବାତେଲ ଦରବୃଦ୍ଧି
ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା । ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି । ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ । ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ
ଇରାନ ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା
ନୂଆଦିଲ୍ଲୀ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ
ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦେଲା କଳାହାଣ୍ଡି ଆଦିବାସୀ ମହାସଂଘ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ
କଳାହାଣ୍ଡି,୧0|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ସାମ୍ବିଧାନିକ ପ୍ରକ୍ରିୟା ହିସାବରେ st -sc ଚାକିରିଆ ମାନେ ସଂରକ୍ଷଣ ବ୍ଯତୀତ ସାଧାରଣ ବର୍ଗରେ ଯଦୀ ପ୍ରମୋଶନ ପାଇବା ଯୋଗ୍ୟତା ହାସଲ କରି ପାରିଲେ ସାଧାରଣ ବର୍ଗ ହିସାବରେ ମଧ୍ଯ ପ୍ରମୋଶନ ସୁବିଧା ପାଇବା ସାମ୍ବିଧାନିକ ବ୍ୟବସ୍ଥା
ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ ଅନୁଷ୍ଠିତ
ଭୁବନ: ପବିତ୍ର ଦୋଳ ତଥା ହୋଲି ଅବସରରେ ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଆନୁଷ୍ଠାନିକ ଭାବେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମଧ୍ୟ ସ୍ଥଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାପନା ଏବଂ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇ ତିନି ଦିନ ଧରି
ଭିନ୍ନକ୍ଷମ ସଶକ୍ତିକରଣ ଅଭିଯାନ
କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭିନ୍ନକ୍ଷମମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି। ଏହି ପରିପ୍ରେକ୍ଷିରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ
ଜମିଲା ବାଳକାଟି ପଞ୍ଚୁଦୋଳ ମେଳଣ ୧୨ ରେ ହରିହର ଭେଟ
ବାଲିଅନ୍ତା: ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ପଞ୍ଚୁଦୋଳ ମେଳଣ କମିଟି, ପ୍ରତାପଶାସନ ପଞ୍ଚାୟତ ବାସୀ, ଚାରିଦେଶର ମୁରବୀଙ୍କ ମିଳିତ ସହଯୋଗରେ ରବିବାର ବିଳମ୍ବିତ ରାତିରେ ଜମିଛି ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ। ପ୍ରଥା ଓ ପରମ୍ପରା ଅନୁସାରେ ପ୍ରଥମେ ଏହି ମେଳଣର
କିସ ଆବାସିକ ବିଦ୍ୟାଳୟ ଠାରେ ମହିଳା ଦିବସ ପାଳିତ
କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ବାଦିଲିଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟ ପରିସରରେ "ଆନ୍ତର୍ଜାତୀୟ ମହିଳା ଦିବସ" ମହାସମାରୋହ ରେ ପାଳିତ ହୋଇଯାଇଛି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରତିନିଧି
ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ । ତେହେରାନ ଉପରେ ବର୍ଷୁଛି ମିସାଇଲ । ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି । ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ
ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିପର୍ତନ ର ବାର୍ତବହ ହୋଇପାରିଛି ।୧ କୋଟିରୁ ଅଧିକ ମହିଳାଙ୍କ ଆକାଉନ୍ଟ କୁ ଗଲା ୫,୧୦୬ କୋଟି ରୁ ଅଧିକ ଟଙ୍କା
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଟ୍ରାଫିକ ନିୟନ୍ତ୍ରଣ ପାଇଁ ଡିଏସପି ଙ୍କୁ ଦେଲେ ଦାବିପତ୍ର
ଆଙ୍କୁଲାଚ଼ଟିରେ ସପ୍ତଦୋଳ ମେଳଣ ସମାପନ
ସାହିତ୍ୟ ସିନ୍ଦୁରା ପାଳିଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ