ଚିଲିକା:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲାଚଟି ସପ୍ତଦୋଳ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ପ୍ରସିଦ୍ଧ ସପ୍ତଦୋଳ ମେଳଣ । ପୌରାଣିକ ତଥା ଐତିହାସିକ ଶୋଲରି ପାହାଡ଼ର ପାଦଦେଶରେ କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି ଏହି ସପ୍ତଦୋଳ ମେଳଣ ଯାତ୍ରା। ଦୈତ୍ୟରାଜ ବାଣାସୁରର ତପସ୍ୟା ସ୍ଥଳୀ ଶୋଲରି ଶାମୁକା ସ୍ଥଳୀର ପାଦଦେଶରେ ପାଳିତ ହେଉଥିବା ଏହି ଯାତ୍ରା ଉତ୍ସବ ମହାସମାରୋହରେ ପଞ୍ଚୁପଲ୍ଲୀ ସୀମା ଗ୍ରାମବାସୀ ମାନଙ୍କ ଦ୍ଵାରା ପରିଚାଳିତ ହୋଇଥାଏ। ଚଳିତ ବର୍ଷ ଦର୍ଶକଙ୍କ ସମାଗମ ବେଶ୍ ପରିଲକ୍ଷିତ ହୋଇଥିବାର ଦେଖାଯାଇ ଥିଲା। ସପ୍ତମୀ ଦିନ ରାତ୍ରୀରେ ମାହେନ୍ଦ୍ର ବେଳା ରେ ଗାଦିଶ୍ୱର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ଭାବରେ ଆସୁଥିବା ଶ୍ରୀ ଶ୍ରୀ କଳିଯୁଗେଶ୍ୱର ମହାଦେବ ପାଟ ପଟୁଆର ସହିତ ଆସିଥିଲେ। ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ଠାରୁ ଆଜ୍ଞାମାଳ ନେଇ ଶ୍ରୀ ଶ୍ରୀ କଳିଯୁଗେଶ୍ୱର ଦେବଙ୍କୁ ପାଛୋଟି ଆଣିଥିଲେ କମିଟିର ସଂପାଦକ ଓ ସଦସ୍ୟ ବୃନ୍ଦ । ଉଭୟ ଠାକୁର ନିଜନିଜ ଆସନରେ ଉପବେସନ କରିବା ପରେ ଅନ୍ୟ ଠାକୁର ମାନେ ଯଥାରୀତି ନିଜ ନିଜର ଆସନ ଅଳଙ୍କୃତ କରିଥିଲେ। ଗାଦିଶ୍ୱର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ କଳିଯୁଗେଶ୍ୱର ଦେବ , ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ଆଜ୍ଞାମାଳ, ଶ୍ରୀ ଶ୍ରୀ ସୀଙ୍ଗିନାଥ ଦେବ ସିଙ୍ଗେଶ୍ୱର, ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ ସିଙ୍ଗେଶ୍ୱର,ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ ସିଙ୍ଗେଶ୍ୱର ମଠ ଠାକୁର, ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଦେବ ପାଇକକୁଷଡିହ, ଶ୍ରୀ ଶ୍ରୀ ଗୋପିନାଥ ଦେବ ପ୍ରଣଦେଇପୁର, ଶ୍ରୀ ଶ୍ରୀ ଜଳେଶ୍ଵର ଦେବ ଖଣ୍ଡୁଆଳକୋଟ,ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ ଧୁଆଁଳ, ଶ୍ରୀ ଶ୍ରୀ ରାଧାମୋହନ ଦେବ ପାଇକକୁଷଡିହ,ଶ୍ରୀ ଶ୍ରୀ ରାଧାମୋହନ ଦେବ କୋତରୀ,ଶ୍ରୀ ଶ୍ରୀ ରାଧାମୋହନ ଦେବ ବିଷ୍ଣୁଡ଼ିହ,ଶ୍ରୀ ଶ୍ରୀ ରାଧାମୋହନ ଦେବ ପାରିକଂସାରୀ,ଶ୍ରୀ ଶ୍ରୀ ରାଧାମୋହନ ଦେବ କୁମାଣ୍ଡୋଳ , ଶ୍ରୀ ଶ୍ରୀ ଦଧିବାମନ ଦେବ ଦାମୋଦର ପୁର, ଶ୍ରୀ ଶ୍ରୀ ଗୋପିନାଥ ଦେବ ବ୍ରାହ୍ମଣକୁଷଡିହ, ଶ୍ରୀ ଶ୍ରୀ ପାର୍ବତୀ ଦେବୀ ବ୍ରାହ୍ମଣକୁଷଡିହ, ଶ୍ରୀ ଶ୍ରୀ ବୃନ୍ଦାବନଚନ୍ଦ୍ର ଦେବ ସାମନ୍ତସିଂହାର ପୁର, ଶ୍ରୀ ଶ୍ରୀ ସୋମନାଥ ଦେବ ରାହାଣବେଲି, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ରଘୁନାଥପୁର,ଶ୍ରୀ ଶ୍ରୀ ଗିରିଧାରୀ ଦେବ ରାହାଣବେଲି ଠାକୁର ଉପବେଶନ ହୋଇଥିଲେ। ପ୍ରାୟତଃ ଗ୍ରାମବାସୀ ଠାକୁର ମାନଙ୍କୁ ବେଶ୍ ଭଲ ଭାବରେ ସୁସଜ୍ୱିତ କରି ପାଟ ପଟୁଆର ସହିତ ଆସିଥିଲେ। ଲାଗୁଥିଲା ସତେ ଯେମିତି ସ୍ଵର୍ଗରୁ ଦେବତା ମାନେ ଏଠାରେ ଅବସ୍ଥାପିତ ହୋଇ ଦେବସଭା କରୁଛନ୍ତି। ସିଖରପଦର ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ଓ ସହଯୋଗରେ ଏ ବର୍ଷର ଏହି ସପ୍ତଦୋଳ ଯାତ୍ରା ଉତ୍ସବରେ ଦିନ ତମାମ ଶ୍ରଦ୍ଧାଳୁଙ୍କ ମନୋରଂଜନ ନିମିତ୍ତ ଖାସ୍ କରି ରାମ ନାଟକ ପରିବେଷଣ କରାଯାଉଅଛି। ଭକ୍ତି ଭାବ ଧାରାକୁ ଅକ୍ଷତ ରଖିବାକୁ ଏହି ପ୍ରୟାସ ରାତ୍ରି ପ୍ରାୟ ଦଶଟା ପର୍ଯ୍ୟନ୍ତ ଚାଲିବ। ତେବେ ସପ୍ତଦୋଳ ମେଳଣ ଅପରାହ୍ନ ପାଞ୍ଚଟାରେ ବେଶ୍ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଥିବା ବେଳେ ଠାକୁର ମାନଙ୍କର ବିଦାୟ ମେଲାଣି ବହୁତ ମନଲୋଭା ହୋଇଥିଲା। ୨୨ ବିମାନ ଓ ଚଉଦଳରେ ବିରାଜ ମାନ ଠାକୁର ମାନେ ବିଦାୟ ମେଲାଣି ମାଗି ଯିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦସ୍ପର୍ଶୀ ଥିଲା। ସାତ ଘେରା ମେଲଣ ସରିବା ପରେ ଗାଦିଶ୍ୱର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ଠାରୁ ଜଣକପରେ ଜଣେ ଠାକୁର ଆସନ୍ତା ବର୍ଷ କୁ ଏକାଠି ହେବାକୁ ବିଦାୟ ନେଇ ଫେରିଯାଇଥିଲେ ପୁଣି ବର୍ଷକର ଅପେକ୍ଷାରେ। ଭକ୍ତଙ୍କ ଠାକୁର , କିଛି ଦିନର ଲୀଳା କରି ଫେରିଯିବେ ନିଜ ନିଜର ମନ୍ଦିରକୁ। ପଞ୍ଚୁପଲ୍ଲୀ ସୀମା ସପ୍ତଦୋଳ କମିଟି ଓ ଶିଖରପଦର ଗ୍ରାମବାସୀଙ୍କର ମିଳିତ ସହଯୋଗରେ ସପ୍ତଦୋଳ ଯାତ୍ରା ବେଶ୍ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ ହୋଇଥିବା ଜଣାଯାଇଛି।ବାଲୁଗାଁ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା,ପୋଲିସ୍ ବାହିନୀ ଓ ବାଲୁଗାଁ ଏସ ଡ଼ି ପି ଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ,ଅଗ୍ନିଶମ ବିଭାଗ,ସ୍ଵାସ୍ଥ୍ୟ ବିଭାଗ, ବିଦ୍ୟୁତ୍ତ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପ୍ରଦାନ କରାଯାଇଥିଲା ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ
ଭୁବନେଶ୍ୱର ତା 26/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ପକ୍ଷରୁ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 135 ତମ ଜୟନ୍ତୀ ଓ ସ୍ମୃତିଚାରଣ ଦିବସ ଅନୁଷ୍ଠିତ
ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୁମଧାମ ସହକାରେ ଶନିଓଷା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଶନିଦେବଙ୍କ ଜନ୍ମ ଦିବସକୁ ଶନିଓଷା ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଇଉଥିବାବେଳେ ଏହି ଅବସରରେ
ଓଡ଼ିଶ ଗ୍ରାମରେ ନୂତନ ମହାପାଟ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଅଧିଷ୍ଠିତ ମହାପାଟଙ୍କ ନୂତନ ପୀଠର ପ୍ରତିଷ୍ଠା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ଯୋଗଦେଇଥିବାବେଳେ
ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ।
ଚିଲିକା- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଅଞ୍ଚଳ ବାସୀମାନେ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୪୦ ଜଣରୁ ଉର୍ଦ୍ଧ ନାଗରିକ ଦସ୍ତଖତ ସମ୍ବଳିତ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଯାତ୍ରା
Hindustan Arts and Music society ତରଫରୁ ଆୟୋଜିତ 579th bharat sanskriti yatra 2026 ରେ ଭୁବନେଶ୍ୱର ର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପ୍ରତିମା ମିଶ୍ର , ନିର୍ଦ୍ଦେଶିକା ପ୍ରିୟଙ୍କା ମିଶ୍ର ଏବଂ ତାଙ୍କ ଛାତ୍ରୀ
ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨୪|୪ (ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୧୯ ତାରିଖରୁ ଚାଲିଥିବା ବେଳେ ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିସହ ଅନ୍ତିମ
ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି ଭୀମସେନଜେନାଙ୍କ ୮୯ ବର୍ଷ ବୟସରେ ମହାପ୍ରୟାଣ
ଭୁବନେଶ୍ୱର, ୨୪.୪ : ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି, ନିଖିଳ ଉକ୍ରଳ କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଉପଦେଷ୍ଟା ତଥା ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତି ସମର୍ପିତ ପ୍ରାଣ, ପୂର୍ବତନ ନାଉଗାଁ ହାଟର ପୋଷ୍ଟ ମାଷ୍ଟର ଭୀମସେନ ଜେନାଙ୍କର ଗତକାଲି ପ୍ରତୁ୍ୟଷରେ ଭୁବନେଶ୍ୱରର
ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଖରାଛୁଟି ଘୋଷଣା
[1:46 pm, 24/4/2026] Arabinda Sir Bbsr: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ବାଳକାଟି ବଜାର ଉଛେଦ ପ୍ରସଙ୍ଗ: ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବିଥଇଥାନ ନ କଲେ ଅନଶନ ଚେତାବନୀ
ବାଲିଅନ୍ତା,୨୩|୦୪:-ସରଦେଇପୁର-ନିମାପଡା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଗତ ୩ ମାସ ତଳେ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ବାଳକାଟି ବଜାର ସମେତ ବାଳକାଟି କଲେଜ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୁଡିକ ଉଛେଦ
ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ
ବାଲିଅନ୍ତା/ଭୁବନେଶ୍ୱର : ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ମଞ୍ଚର ୧୦ତମ ବାର୍ଷିକୋତ୍ସବ ପ୍ରସ୍ତୁତ ସଭା ବରିଷ୍ଠ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କ ଆହ୍ବାନ କ୍ରମେ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ
ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ୨୦ଟି ପାଣିକୁଣ୍ଡ ସ୍ଥାପନ । ଉପକୃତ ହେବେ ବୁଲା ପଶୁ, ପକ୍ଷୀ ।
ବାଲିଅନ୍ତା ୨୩/୦୪ (ଗୋବର୍ଦ୍ଧନ ଦାସ ):- ପ୍ରଚଣ୍ଡ ରୌଦ୍ରତାପରେ ବୁଲା ପଶୁ ଓ ପକ୍ଷୀମାନେ ମଧ୍ୟ ପାଣି ପିଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ
ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
[] Arabinda Sir Bbsr6:06 pm, 23/4/2026: ବିଶ୍ୱକଲ୍ୟାଣ ନିମିତ୍ତ ଭୁବନେଶ୍ୱର ସ୍ଥିତ ବମିଖାଲ ଠାରେ ଶ୍ରୀ ଶ୍ରୀ ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ 20 ତାରିଖ ରୁ ଆରମ୍ଭ ହୋଇ 23 ତାରିଖରେ ସମାପନ ହୋଇଛି
ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଅନନ୍ତ ବାସୁଦେବ ମନ୍ଦିର।
ବାଲିଅନ୍ତା / ଭୁବନେଶ୍ୱର ୨୩/୦୪:- ରାଜଧାନୀ ଭୁବନେଶ୍ଵର ବିନ୍ଦୁସାଗର ନିକଟରେ ଅନନ୍ତ ବାସୁଦେବ ମନ୍ଦିର। ଉକ୍ତ ମନ୍ଦିର ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମନ୍ଦିର ମାଳିନୀ ସହର କୁହଜୁଥିବ ବେଳେ ମନ୍ଦିରର
ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମିର 4 ଜଣ
ଭୁବନେଶ୍ବର: ଆସନ୍ତା 24 ଋ 26 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ର ଉତ୍କଳ କରାଟେ ସ୍କୂଲ ରେ ରାଜ୍ୟ ସ୍ତରୀୟ କାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ବଲାଙ୍ଗିର ରେଲ୍ଵେ ଷ୍ଟେସନ ଛକ ସ୍ଥିତ
ବାଲୁଗାଁ ଠାରେ ଚିଲିକା ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ।
ଚିଲିକା,୨୨।୪:ଚଳିତ ଅପ୍ରେଲ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଚିଲିକା ପୁସ୍ତକ ମେଳା ଆୟୋଜନ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି
- ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା - ରାଜସ୍ୱ ମନ୍ତ୍ରୀ - ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ପ୍ରଶାସନକୁ ଦାୟିତ୍ଵ - ଜନଗଣନାରେ କାର୍ଯ୍ୟରେ ସହାୟତା କରି ସଠିକ ତଥ୍ୟ ପ୍ରଦାନ କରିବାକୁ
ସ୍ୱର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା।
ଚିଲିକା,୨୨।୪:ବରିଷ୍ଠ ପତ୍ରକାର, ଚ଼ିଲିକା ସାମ୍ବାଦିକ ସଂଘର ଉପଦେଷ୍ଟା,ସମାଜସେବୀ ସ୍ୱର୍ଗତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା ଜନ୍ମମାଟି ଅଚ୍ୟୁତ ରାଜପୁର ଶାସନର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକ ପାଳିତ
ଭୁବନେଶ୍ୱର, ୨୧.୪: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଜାନକୀ ବାବୁଙ୍କ ଏକାଦଶ ଶ୍ରାଦ୍ଧବର୍ଷିକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜାନକୀ ବାବୁ
ଲୁମିନସ୍ ଇନ୍ଫୋୱେଜ୍ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଅନ୍ତା: ଏପ୍ରିଲ ୧୮: ଲୁମିନସ୍ ଇନ୍ଫୋୱେଜ୍ ପକ୍ଷରୁ ଶନିବାର ଭୁବନେଶ୍ୱର କ୍ଲବ୍ରେ ଏହାର ୨୬ତମ ପ୍ରତିଷ୍ଠା ଦିବସ ଉଦ୍ୟାପିତ ହୋଇଥିଲା। ସଂସ୍ଥାର ବିକାଶ ଓ ନବୀନତାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଚିହ୍ନିତ ହୋଇଛି। ଅବସରରେ ସଂସ୍ଥାପକ ଓ
ଟଙ୍କପାଣିଙ୍କ ପୀଠରେ ଶ୍ରୀରାମ ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା, ୨୧/୪/୨୬ (ଗୋବର୍ଦ୍ଧନ ଦାସ): ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ଗ୍ରାମସ୍ଥିତ ମା’ ଟଙ୍କପାଣିଙ୍କ ପୀଠ ପରିସରରେ ଶ୍ରୀରାମ ମନ୍ଦିରର ୧୪ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ,
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ