ନୂଆଦିଲ୍ଲୀ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ ଇସ୍ରାଏଲ୍ । ତେବେ ଯୁଦ୍ଧ ବିଭୀଷିକା ଭିତରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସଂକଟକୁ ନେଇ ପ୍ରକାଶ ପାଇଛି ଉଦବେଗ । ଏପଟେ ମଧ୍ୟପ୍ରାଚ୍ୟ ସ୍ଥିତି ଓ ଭାରତ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଇରାନ ଆକାଶରେ ଏହା କଳାହାଣ୍ଡିଆ ମେଘ ନୁହେଁ । ଚତୁର୍ଦ୍ଦିଗ ଢାଙ୍ଗି ଦେଇଛି କଳା ଧୂଆଁ । ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା । କାର ଛାତ, ରାସ୍ତାଘାଟ ପୂରା ଅଞ୍ଚଳରେ ଛାଇ ଯାଇଛି ମୋଟା ପରସ୍ତ । ଇରାନର ୩୦ଟି ତୈଳ ଭଣ୍ଡାର ଉପରେ ଇସ୍ରାଏଲର ଅଗ୍ନିବର୍ଷା ପରେ, ଜାରି ହୋଇଛି ବିଷାକ୍ତ ଧୂଆଁ ଓ ଏସିଡ୍ ବର୍ଷା ସତର୍କତା । ଆଖି ପୋଡ଼ାଜଳା, ଫୁସଫୁସ ସମସ୍ୟା ଆଦି ଆଶଙ୍କାରେ ମାସ୍କ ପିନ୍ଧୁଛନ୍ତି ଲୋକେ ।ଇରାନକୁ କଳା ଧୂଆଁ ଡରାଉଥିବା ବେଳେ, ଲେବାନନବାସୀଙ୍କ ନିଦ ହଜାଇଛି ଧଳା ଫସଫରସ । ଯୁଦ୍ଧରେ ନିଷିଦ୍ଧ ଧଳା ଫସଫରସ ଅସ୍ତ୍ର ପ୍ରୟୋଗ କରି ଇସ୍ରାଏଲ୍ ଯୁଦ୍ଧ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ୮ଶହ ଡିଗ୍ରୀ ଉତ୍ତାପ ବିଶିଷ୍ଟ ଏହି ରାସାୟନିକ ପଦାର୍ଥ ହାଡ଼ ମାଂସକୁ ବି ତରଳାଇ ଦିଏ । ଲେବାନନରେ ଏବେ ସୁଦ୍ଧା ୪ଶହ ମୃତ୍ୟୁ ଘଟିଥିବା ବେଳେ ଇରାନରେ ୧୩ଶହ ଜଣଙ୍କ ଜୀବନ ଗଲାଣି । ସେପଟେ ୧୦ ଦିନର ଯୁଦ୍ଧରେ ଇରାନର ୨୫ଟି ହସ୍ପିଟାଲ ଧ୍ୱଂସ ହେବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ଆଜି ସଂସଦରେ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ରାଜ୍ୟସଭାରେ ବିବୃତି ରଖି କହିଛନ୍ତି, ଭାରତୀୟ ଦୂତାବାସ ଜରିଆରେ ଫସିଥିବା ଭାରତୀୟ ନାଗରିକଙ୍କୁ ସହାୟତା କରାଯାଉଛି । କୂଟନୈତିକ ଆଲୋଚନା ଉପରେ ଭାରତ ଗୁରୁତ୍ୱ ଦେଇଆସୁଛି । ତୈଳ ଯୋଗାଣ ସ୍ଥିତି ନେଇ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ସରକାରଙ୍କ ପ୍ରାଥମିକତା । ତେବେ ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର । ଆୟତୁଲ୍ଲା ଖାମେନେଇଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଇରାନ ନୂଆ ସର୍ବୋଚ୍ଚ ନେତା ଘୋଷଣା କରିଥିବା ବେଳେ, ଖୁବଶୀଘ୍ର ଆମେରିକୀୟ ସେନା ଇରାନ ସୀମା ଡେଇଁ ସ୍ଥଳଭାଗରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଯୌତୁକ ପ୍ରଥା ବିରୋଧରେ ସଚେତନତା ତାଲିମମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ
ଭବାନୀପାଟଣା, ୯/୯/୨୦୨୬ (ଜନ୍ମେଜୟ ନାଏକ):ସମାଜରୁ ଯୌତୁକ ପ୍ରଥା ଭଳି ଏକ ଗୁରୁତର ସାମାଜିକ କୁପ୍ରଥାର ମୂଳୋତ୍ପାଟନ ସହିତ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଆଇନଗତ ଅଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା ଓ
ବଉଳାବନ୍ଧରେ ଶ୍ରୀସତ୍ୟସାଇ ସଂଗଠନର ବାର୍ଷିକ ଉତ୍ସବ ପାଳିତ ।
ଚିଲିକା, ୯।୯:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଚଳିତ ବର୍ଷ ଶ୍ରୀ ସତ୍ୟସାଇ ଭଜନ କେନ୍ଦ୍ରର ଦ୍ୱିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ଓ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ
ଡିଜିପି ଚୟନ ପ୍ରକ୍ରିୟା ରେ ନୂଆ ମୋଡ଼
ଓଡ଼ିଶାରେ ପୂର୍ଣ୍ଣକାଳୀନ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚାଲିଥିବା ଆଇନଗତ ବିବାଦର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ କରିବେ। ଏହା ସହ ମାମଲାରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କ ଯୋଗଦାନ
ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତା
ଧର୍ମଗଡ ୮/୯: ଜନ୍ମେଜୟ ନାଏକଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଓ
ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବି
ପିଚୁ ରାସ୍ତା, ବିଶୁଦ୍ଧ ପାନୀୟଜଳ ଓ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଗ୍ରାମବାସୀଙ୍କ ଦାବି; ଦାବି ପୂରଣ ନହେଲେ ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀଧର୍ମଗଡ଼:7/9/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ଥନଟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
୩୫୯ ଜଣଙ୍କ ପଞ୍ଜୀକରଣ, ୫୦ ଜଣଙ୍କୁ ଉଦ୍ୟମ ପ୍ରମାଣପତ୍ର; ଭିନ୍ନକ୍ଷମଙ୍କୁ ମିଳିଲା ବିଭିନ୍ନ ସହାୟତାଧର୍ମଗଡ ୮/୯: (ଜନ୍ମେଜୟ ନାଏକ): ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାର ସୁବିଧା, ଚିକିତ୍ସା ସେବା, ଭତ୍ତା ଓ ଆବଶ୍ୟକ ସହାୟକ ଉପକରଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା
ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।
ଚିଲିକା, ୮।୯:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମଙ୍ଗଳବାର ଦିନ ବୋଲଗଡ଼ ସଦର ମହକୁମା ସ୍ଥିତ ସରକାରୀ ପି.ଏମ.ଶ୍ରୀ.ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ
ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତକଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ
ଧର୍ମଗଡ଼, ୭/୯/୨୦୨୬:(ଜନ୍ମେଜୟ ନାଏକ)ଧର୍ମଗଡ଼ ଅନ୍ତର୍ଗତ ଡୁମେରଗୁଡ଼ା ଠାରେ ମାଁ ବସ୍ତରେନ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ଅନନ୍ୟ ପ୍ରଚାରକ ତଥା ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ
‘ଶିବମ୍ ଶିକ୍ଷାନୁଷ୍ଠାନ “ରେ ଗୁରୁଦିବସ ପାଳନ/ମା, ମାଟି ଓ ମାତୃଭାଷା ପାଇଁ କାର୍ଯ୍ୟ କରନ୍ତୁ ଆଜିର ଯୁବପୀଢ଼ି
ଭୁବନେଶ୍ୱର ପ୍ରତିବର୍ଷ ପରି ଚଳିତ ବର୍ଷ "ଶିବମ୍ ଇନଷ୍ଟିଟ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ "ରେ ଗୁରୁଦିବସ ପାଳିତ ହୋଇଯାଇଛି l ମହାନ ଶିକ୍ଷାବିତ, ପ୍ରାକ୍ତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ
ସମସ୍ୟାରେ ଜର୍ଜରିତ ପୁରୀ ରେଡ଼କ୍ରସ, ସମାଧାନ କେବେ?ବୈଠକ ଅନୁଷ୍ଠିତ
ପୁରୀ, ୬/୯: ସମୁଦ୍ର କୂଳରେ ଗାନ୍ଧୀପାର୍କ ରେ ପୁରୀ ରେଡକ୍ରସ୍ ର ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହେ ରୁ ଅଧିକ ପୁରୀ ରେଡକ୍ରସ୍ ର ସଦସ୍ୟ ଓ
ପୁରସ୍କାର ବିତରଣ ଉତ୍ସବ
ଭଦ୍ରକ: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରିପୋଷଣ ପାଇଁ ପଞ୍ଚମ ଶ୍ରେଣୀରୁ ମହାବିଦ୍ୟାଳୟ ପର୍ୟ୍ୟନ୍ତ ପ୍ରତିବର୍ଷ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା କରି ଜିଲ୍ଲାସ୍ତରୀୟ କୃତ୍ତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରେ I
ବୋଲଗଡ଼ ବ୍ଲକସ୍ତରୀୟ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନଙ୍କୁ ସମ୍ବଦ୍ଧନା
ଚିଲିକା, ୬।୯: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ୱରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କର ସମ୍ବର୍ଦ୍ଧନା ଉତ୍ସବ
ବନ୍ୟା ଯୋଦ୍ଧା ସମ୍ମାନ ପ୍ରଦାନଆଶାର ଦିଶା ଫାଉଣ୍ଡେସନ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର; ଜୟଦେଵ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ । ଏହି ସଂଗଠନ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅନେକ କର୍କଟ ପିଡୀତଙ୍କ ମୁହଁରେ ହସ ଫୁଟେଇ ପାରିଛି । ଚଳିତ
ଜଙ୍ଗଲ ଜମିରେ ‘ଅଫିସ୍’—ଶେଷରେ ଚାଲିଲା ବୁଲଡୋଜର…
ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଓ ଗ୍ୟାଙ୍ଗ୍ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସହ ସମ୍ପର୍କିତ ଅବୈଧ ନିର୍ମାଣକୁ ଭାଙ୍ଗିଛି ବନ ବିଭାଗ।ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ୍ ଅଫିସ୍ ଉପରେ ଶେଷରେ ଚାଲିଛି ପ୍ରଶାସନର
ଜାଗୃତିକା ତରଫରୁ ନନ୍ଦ ଉତ୍ସବ ପାଳିତ ।
ଚିଲିକା, ୫ ।୯: ପ୍ରତିବର୍ଷ ପରି ଚଳିତ ବର୍ଷ ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ 'ଆଶିଷ ଭବନ' ଠାରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର
୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬
ବାଲିଅନ୍ତା ୦୫/୦୯( ଗୋବର୍ଦ୍ଧନ ଦାସ):-ଶାନ୍ତିସ୍ତୁପ, ଗ୍ରୀନ ଜୟଦେବ ଟ୍ରଷ୍ଟ ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ଅବସରରେ ନିର୍ମାଣ କଲେଜ ଅଡିଟୋରିୟମରେ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ
କୁମାଣ୍ଡଳ ଯୁବ ଜ୍ୟୋତି ହାଇସ୍କୁଲରେ ଗୁରୁଦିବସ ପାଳିତ
ଚିଲିକା, ୫ । ୯: ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡଳସ୍ଥ ଯୁବଜ୍ୟୋତି ହାଇସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା 'ଗୁରୁଦିବସ' ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଅତିଥିମାନେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପ
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ଚିଲିକା, ୫ । ୯:ଆଜି ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ବିଭାଗ ତରଫରୁ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପରିଡା, କୃଷି ସହାୟକ କୃଷ୍ଣ ଚନ୍ଦ୍ର
ବାଲିଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ଚିଲିକା, ୫।୯:ଗଣଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ କ୍ରମେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଲିଡିହି ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ସେଠୀଙ୍କ ସଭାପତିତ୍ବରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଅଛି। ସର୍ବ ପ୍ରଥମେ ଅଥିତି ଗୁରୁଜୀ ମାନଙ୍କୁ
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
ଚିଲିକା, ୪।୯:ବାଲୁଗାଁସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ବ ବିଦ୍ୟାଳୟରେପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ପ୍ରଭାତରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ବ୍ରହ୍ମା କୁମାରୀ ସରିତା ଭଉଣୀ ଓ ଲତା ଭଉଣୀ ତଥା ଭାଇ ମାନଙ୍କ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଯୌତୁକ ପ୍ରଥା ବିରୋଧରେ ସଚେତନତା ତାଲିମମହିଳାଙ୍କ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱ
ବଉଳାବନ୍ଧରେ ଶ୍ରୀସତ୍ୟସାଇ ସଂଗଠନର ବାର୍ଷିକ ଉତ୍ସବ ପାଳିତ ।