ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଆମଦାନୀରେ ସମସ୍ୟା । ସେପଟେ ତେଲ ଦାମକୁ ନେଇ ଚିନ୍ତାରେ ଖାଉଟି । ବ୍ୟବସାୟୀ ମହାସଂଘ କହିଲା ଦାମ ବଢ଼ିଛି, ହେଲେ ରାଜ୍ୟରେ ମହଜୁଦ ଅଛି ମାସକର ତେଲ । ବ୍ୟସ୍ତ ନହେବାକୁ ଖାଉଟିଙ୍କୁ ନିବେଦନ । ରନ୍ଧନ ଗ୍ୟାସ ପରେ ଭାରି ପଡିଲା ଖାଇବା ତେଲ ଦରବୃଦ୍ଧି । ହାଣ୍ଡିଶାଳରେ ଉପରେ ମହଙ୍ଗାମାଡ଼ । ରିଫାଇନ୍ ଓ ପାମୋଲିନ ତେଲ ଲିଟର ପିଛା ହାରାହରି ୫ରୁ ୬ ଟଙ୍କା ବୃଦ୍ଧି । ଚିନ୍ତାରେ ଖାଉଟି । ଇରାନ ଆମେରିକା ଯୁଦ୍ଧର ସିଧାସଳଖ ପ୍ରଭାବ ପଡିଛି ଖାଇବା ତେଲ ଉପରେ । ରାଜ୍ୟରେ ବଢିଛି ଆମଦାନୀ ହେଉଥିବା ପାମୋଲିନ୍ ଏବଂ ରିଫାଇନ୍ ତେଲର ମୂଲ୍ୟ । ମାଲେସିଆ, ଇଣ୍ଡୋନେସିଆ ଭଳି ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ରରୁ ଭାରତକୁ ଆମଦାନୀ ହେଉଥିବା ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ଲିଟର ପିଛା ହାରାହାରି ୫ରୁ ୬ ଟଙ୍କା ବୃଦ୍ଧି ପାଇଛି । ଗତ ସପ୍ତାହରେ ରାଜ୍ୟରେ ପାମୋଲିନ୍ ତେଲ ଲିଟର ପିଛା ୧୪୦ ଟଙ୍କା ଥିବା ବେଳେ ଏବେ ତାହା ୧୪୫କୁ ବୃଦ୍ଧି ପାଇଛି । ଠିକ୍ ସେହିପରି ରିଫାଇନ ତେଲ ୧୬୦ ଟଙ୍କା ଥିବା ବେଳେ ତାହା ବଢି ୧୬୬ ଟଙ୍କା ହୋଇଛି । ଆଉ କିଛି ଜାଗାରେ ଖୁଚୁରା ବ୍ୟବସାୟୀମାନେ ଏହାକୁ ୧୭୦ ଟଙ୍କାରେ ବି ବିକ୍ରି କରୁଥିବା ଦେଖାଯାଇଛି । ଆଉ ଏସବୁର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି । ଏଭଳି ଦରବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଘରର ବଜେଟ ବିଗାଡିଦେବ ବୋଲି ଗୃହିଣୀମାନେ କହିଛନ୍ତି । ଖାଇବା ତେଲର ଦରବୃଦ୍ଧି ଯୋଗୁଁ କେବଳ ଯେ ଘରର ବଜେଟ ବିଗିଡି ଯାଇଛି ତାହା ନୁହେଁ । ପାମୋଲିନ୍ ଏବଂ ରିଫାଇନ୍ ତେଲ ଉପରେ ଛୋଟ ଛୋଟ ଜଳଖିଆ ଦୋକାନୀ ଏବଂ ହୋଟଲ ଗୁଡିକ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ । ତେବେ କଣ ପାଇଁ ଖାଇବା ତେଲ ବଢୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ବ୍ୟାବସାୟିକ କାରବାର ପ୍ରଭାବିତ ହୋଇଛି । ଯୁଦ୍ଧ ସ୍ଥିତିକୁ ଦେଖି ବୀମା କଂପାନୀଗୁଡିକ ପରିବହନ କରୁଥିବା ଜାହାଜ ଗୁଡିକର ଇନସୁରାନ୍ସ କରୁନାହାନ୍ତି । ସେହିପରି ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହି ଦୁଇ ଦେଶରୁ ଭାରତକୁ ଖାଇବା ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଏଥିସହ ରମଜାନ ମାସ ଚାଲିଥିବାରୁ ମାଲେସିଆ, ଇଣ୍ଡୋନେସିଆରୁ ଯୋଗାଣ ହ୍ରାସ ପାଇଛି । ତାସହିତ ଲୋକମାନେ ଦରବୃଦ୍ଧି ଆଶଙ୍କାରେ ଅଧିକ ମାତ୍ରାରେ ତେଲ କିଣୁଥିବାରୁ ସଂକଟ ସ୍ଥିତି ଦେଖାଦେଇଛି । ରାଜ୍ୟ ବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ, ପ୍ରତିଦିନ ରାଜ୍ୟରେ ୧୨ଶହରୁ ୧୫ଶହ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ଏବେ ଯଥେଷ୍ଟ ସଂଖ୍ୟାରେ ଖାଇବା ତେଲ ଗଚ୍ଛିତ ଅଛି । ତେଣୁ ଭୟଭୀତ ହେବାର ଆଶଙ୍କା ନାହିଁ । ତେବେ ଅସାଧୁ କାରବାରକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆମଦାନୀକାରୀ ସଂସ୍ଥା ଏବଂ ବ୍ୟବସାୟୀ ସଂଘଙ୍କ ସହ ଆଲୋଚନା କରିବା ଉଚିତ୍
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ଅତୁଳନୀୟ ପ୍ରତିଭାର ଅଧିକାରୀ
ଭୁବନେଶ୍ୱର ତା 26/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ପକ୍ଷରୁ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 135 ତମ ଜୟନ୍ତୀ ଓ ସ୍ମୃତିଚାରଣ ଦିବସ ଅନୁଷ୍ଠିତ
ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଖୁବ୍ ଧୁମଧାମ ସହକାରେ ଶନିଓଷା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଶନିଦେବଙ୍କ ଜନ୍ମ ଦିବସକୁ ଶନିଓଷା ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଇଉଥିବାବେଳେ ଏହି ଅବସରରେ
ଓଡ଼ିଶ ଗ୍ରାମରେ ନୂତନ ମହାପାଟ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଅଧିଷ୍ଠିତ ମହାପାଟଙ୍କ ନୂତନ ପୀଠର ପ୍ରତିଷ୍ଠା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ଯୋଗଦେଇଥିବାବେଳେ
ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ।
ଚିଲିକା- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଅଞ୍ଚଳ ବାସୀମାନେ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୪୦ ଜଣରୁ ଉର୍ଦ୍ଧ ନାଗରିକ ଦସ୍ତଖତ ସମ୍ବଳିତ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଯାତ୍ରା
Hindustan Arts and Music society ତରଫରୁ ଆୟୋଜିତ 579th bharat sanskriti yatra 2026 ରେ ଭୁବନେଶ୍ୱର ର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପ୍ରତିମା ମିଶ୍ର , ନିର୍ଦ୍ଦେଶିକା ପ୍ରିୟଙ୍କା ମିଶ୍ର ଏବଂ ତାଙ୍କ ଛାତ୍ରୀ
ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨୪|୪ (ଗୋବର୍ଦ୍ଧନ ଦାସ):ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡ଼କଣ୍ଟୁଣିଆରେ ସୁଦର୍ଶନ ଦାରୁସ୍ଥଳୀରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୧୯ ତାରିଖରୁ ଚାଲିଥିବା ବେଳେ ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିସହ ଅନ୍ତିମ
ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି ଭୀମସେନଜେନାଙ୍କ ୮୯ ବର୍ଷ ବୟସରେ ମହାପ୍ରୟାଣ
ଭୁବନେଶ୍ୱର, ୨୪.୪ : ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି, ନିଖିଳ ଉକ୍ରଳ କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଉପଦେଷ୍ଟା ତଥା ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ପ୍ରତି ସମର୍ପିତ ପ୍ରାଣ, ପୂର୍ବତନ ନାଉଗାଁ ହାଟର ପୋଷ୍ଟ ମାଷ୍ଟର ଭୀମସେନ ଜେନାଙ୍କର ଗତକାଲି ପ୍ରତୁ୍ୟଷରେ ଭୁବନେଶ୍ୱରର
ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଖରାଛୁଟି ଘୋଷଣା
[1:46 pm, 24/4/2026] Arabinda Sir Bbsr: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
ବାଳକାଟି ବଜାର ଉଛେଦ ପ୍ରସଙ୍ଗ: ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ଦାବିଥଇଥାନ ନ କଲେ ଅନଶନ ଚେତାବନୀ
ବାଲିଅନ୍ତା,୨୩|୦୪:-ସରଦେଇପୁର-ନିମାପଡା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଗତ ୩ ମାସ ତଳେ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ବାଳକାଟି ବଜାର ସମେତ ବାଳକାଟି କଲେଜ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୁଡିକ ଉଛେଦ
ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ
ବାଲିଅନ୍ତା/ଭୁବନେଶ୍ୱର : ଗେହ୍ଲାମଣି ପ୍ରହଲ୍ଲାଦ ସ୍ମୃତି ସାରସ୍ଵତ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ମଞ୍ଚର ୧୦ତମ ବାର୍ଷିକୋତ୍ସବ ପ୍ରସ୍ତୁତ ସଭା ବରିଷ୍ଠ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କ ଆହ୍ବାନ କ୍ରମେ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ
ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ୨୦ଟି ପାଣିକୁଣ୍ଡ ସ୍ଥାପନ । ଉପକୃତ ହେବେ ବୁଲା ପଶୁ, ପକ୍ଷୀ ।
ବାଲିଅନ୍ତା ୨୩/୦୪ (ଗୋବର୍ଦ୍ଧନ ଦାସ ):- ପ୍ରଚଣ୍ଡ ରୌଦ୍ରତାପରେ ବୁଲା ପଶୁ ଓ ପକ୍ଷୀମାନେ ମଧ୍ୟ ପାଣି ପିଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ
ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
[] Arabinda Sir Bbsr6:06 pm, 23/4/2026: ବିଶ୍ୱକଲ୍ୟାଣ ନିମିତ୍ତ ଭୁବନେଶ୍ୱର ସ୍ଥିତ ବମିଖାଲ ଠାରେ ଶ୍ରୀ ଶ୍ରୀ ସକଳେସ୍ୱର ମହାଦେବ ଓ ହନୁମାନଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ 20 ତାରିଖ ରୁ ଆରମ୍ଭ ହୋଇ 23 ତାରିଖରେ ସମାପନ ହୋଇଛି
ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଅନନ୍ତ ବାସୁଦେବ ମନ୍ଦିର।
ବାଲିଅନ୍ତା / ଭୁବନେଶ୍ୱର ୨୩/୦୪:- ରାଜଧାନୀ ଭୁବନେଶ୍ଵର ବିନ୍ଦୁସାଗର ନିକଟରେ ଅନନ୍ତ ବାସୁଦେବ ମନ୍ଦିର। ଉକ୍ତ ମନ୍ଦିର ବର୍ଷ ବର୍ଷ ଧରି ଲୁହା ପାଇପ୍ ଘେରରେ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମନ୍ଦିର ମାଳିନୀ ସହର କୁହଜୁଥିବ ବେଳେ ମନ୍ଦିରର
ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମିର 4 ଜଣ
ଭୁବନେଶ୍ବର: ଆସନ୍ତା 24 ଋ 26 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ର ଉତ୍କଳ କରାଟେ ସ୍କୂଲ ରେ ରାଜ୍ୟ ସ୍ତରୀୟ କାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ବଲାଙ୍ଗିର ରେଲ୍ଵେ ଷ୍ଟେସନ ଛକ ସ୍ଥିତ
ବାଲୁଗାଁ ଠାରେ ଚିଲିକା ପୁସ୍ତକ ମେଳା ପ୍ରସ୍ତୁତି ବୈଠକ ।
ଚିଲିକା,୨୨।୪:ଚଳିତ ଅପ୍ରେଲ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଚିଲିକା ପୁସ୍ତକ ମେଳା ଆୟୋଜନ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି
- ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା - ରାଜସ୍ୱ ମନ୍ତ୍ରୀ - ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ପ୍ରଶାସନକୁ ଦାୟିତ୍ଵ - ଜନଗଣନାରେ କାର୍ଯ୍ୟରେ ସହାୟତା କରି ସଠିକ ତଥ୍ୟ ପ୍ରଦାନ କରିବାକୁ
ସ୍ୱର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା।
ଚିଲିକା,୨୨।୪:ବରିଷ୍ଠ ପତ୍ରକାର, ଚ଼ିଲିକା ସାମ୍ବାଦିକ ସଂଘର ଉପଦେଷ୍ଟା,ସମାଜସେବୀ ସ୍ୱର୍ଗତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା ଜନ୍ମମାଟି ଅଚ୍ୟୁତ ରାଜପୁର ଶାସନର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକ ପାଳିତ
ଭୁବନେଶ୍ୱର, ୨୧.୪: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଜାନକୀ ବାବୁଙ୍କ ଏକାଦଶ ଶ୍ରାଦ୍ଧବର୍ଷିକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜାନକୀ ବାବୁ
ଲୁମିନସ୍ ଇନ୍ଫୋୱେଜ୍ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଅନ୍ତା: ଏପ୍ରିଲ ୧୮: ଲୁମିନସ୍ ଇନ୍ଫୋୱେଜ୍ ପକ୍ଷରୁ ଶନିବାର ଭୁବନେଶ୍ୱର କ୍ଲବ୍ରେ ଏହାର ୨୬ତମ ପ୍ରତିଷ୍ଠା ଦିବସ ଉଦ୍ୟାପିତ ହୋଇଥିଲା। ସଂସ୍ଥାର ବିକାଶ ଓ ନବୀନତାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଚିହ୍ନିତ ହୋଇଛି। ଅବସରରେ ସଂସ୍ଥାପକ ଓ
ଟଙ୍କପାଣିଙ୍କ ପୀଠରେ ଶ୍ରୀରାମ ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଅନ୍ତା, ୨୧/୪/୨୬ (ଗୋବର୍ଦ୍ଧନ ଦାସ): ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ଗ୍ରାମସ୍ଥିତ ମା’ ଟଙ୍କପାଣିଙ୍କ ପୀଠ ପରିସରରେ ଶ୍ରୀରାମ ମନ୍ଦିରର ୧୪ତମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ,
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଓଡ଼ିଶ ଗ୍ରାମରେ ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ