ଡ. ସୁନୀଲ କୁମାର ପଟ୍ଟନାୟକ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ

ଚିଲିକା : ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ନାଚୁଣୀ କଲେଜର ନୂତନ ଅଧ୍ୟକ୍ଷ ଭାବେ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଛନ୍ତି।ସେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟସ୍ଥ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ ପାଛୋଟି ନେଇଥିଲେ। ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ କଲେଜର ଶିକ୍ଷାର ଉନ୍ନତି ଓ ଭିତ୍ତିଭୂମିର ଅଗ୍ରଗତି କରିବେ ବୋଲି ଆମ ସମ୍ବାଦଦାତାଙ୍କୁ ସାକ୍ଷାତ କାରରେ କହିଥିଲେ। ଅଧ୍ୟକ୍ଷ ଭାବେ ତାଙ୍କର ଯୋଗଦାନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି। ପ୍ରକାଶ ଆଉ କି ଉଚ୍ଚ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ୨୦୧୬ ମସିହା ଠାରୁ୨୦୨୫ ମସିହା ପର୍ଯ୍ୟନ୍ତ(କେବଳ ୨୦୨୩ ମସିହାର ୧୦ ମାସ ଛାଡିଦେଲେ)ଦୀଘ ୯ ବର୍ଷ ଧରି ନାଚୁଣୀ କଲେଜରେ କେହି ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇ ନ ଥିଲେ। ୯ ବର୍ଷ ଧରି ୭ ଜଣ ଭାରପ୍ରାପ୍ତ ଅଧ୍ୟକ୍ଷ ମାନଙ୍କ ଦ୍ୱାରା କଲେଜ ପରିଚାଳିତ ହେଉଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page