ଦୋଳ ଉତ୍ସବ ରେ ମଞ୍ଚସ୍ଥ ହେଲା “ରାଧା ମାଜିଷ୍ଟ୍ରେଟ କୃଷ୍ନ ମୁଦାଲା

ଭବାନୀପାଟଣା, ୧୬/୦୩, ଉତ୍କଳ ବୁଲେଟିନ,
(ଜଗନ୍ନାଥ ନାଏକ) : ଭବାନୀପାଟଣା ପୌରପରିଷଦ ଅନ୍ତର୍ଗତ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ଦୋଳ ଉତ୍ସବ ଗତ 6 ଦିନ ଧରି ପଡାର ବିଭିନ୍ନ ଛକ ରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଚତୁର୍ଥ ସନ୍ଧ୍ୟାରେ ଶିଶୁ କଳାକାର ମାନଙ୍କୁ ନେଇ ଭଜନ ଡେନ୍ସ ଏବଂ ରାଧା ମାଜିଷ୍ଟ୍ରେଟ ଓ କୃଷ୍ନ ମୁଦାଲା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧକ୍ଷତା କରିଥିବା ବେଳେ ଆଲୋକ ସାହୁ ମଞ୍ଚ ପରିଚାଳନା କରିଥିଲେ । ମନ୍ଦିର ଟ୍ରଷ୍ଟିର ସଦସ୍ଯ ଇଂ ନିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ର ଅବସରପ୍ରାପ୍ତ ସହ ନିର୍ଦ୍ଦେଶକ ରଜତ ପ୍ରଧାନ, ସ୍କୁଲ ଛକ କମିଟ ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ କମ୍ଭୂ ପାଣି ପରିଛା, ମନ ମୋହନ ପ୍ରଧାନ, ଶମ୍ଭୁନଗର କମିଟି ସଭାପତି ପ୍ରଦୀପ ପ୍ରଧାନ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ ଏବଂ ଭାଗିରଥି ବିଶ୍ଵାଳ, ବନମାଳୀ ନାୟକ, ଦଣ୍ଡାସି ବେହେରା ଶତ୍ରୁଘ୍ନ ପ୍ରଧାନ, ଅଭିମନ୍ୟୁ ପ୍ରଧାନ ପ୍ରମୂଖ ଙ୍କୁ ମରଣୋତ୍ତର ଭାବେ ଅତିଥିମାନେ ସମ୍ମାନୀତ କରିଥିଲେ. ପଞ୍ଚମ ଦିବସ ରେ ଗୌନ୍ତିଆ ଘର ସମ୍ମୁଖରେ ପ୍ରଭୁ ବିଶ୍ରାମ ନେଇ ହୋଲି ଦିନ ସୁରଥ ମହାଖୁଡ ଙ୍କ ଘରେ ଦହି ଖାଇ ନଗର ପରିକ୍ରମା କରି ହୋଲି ରେ ମସଗୁଲ ହୋଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page