ବଡ଼ଘୁମେର ଠାରେ ନୂତନ ପଂଚାୟତ ଗୃହ ସ୍ଥାପନ କଲେ ଧର୍ମଗଡ ବିଧାୟକ

କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ଦିନର ଅପେକ୍ଷା ପରେ ନୂତନ ଗ୍ରାମପଞ୍ଚାୟତ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ୍ୟା ବବିତା ପଟ୍ଟଯୋଷୀ, ଧର୍ମଗଡ ବିଡିଓ ସଦାସିବ ନାଏକ,ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ-୨ ଶଙ୍କର ପ୍ରସାଦ ଯୁଏଡ, ସମିତି ସଭ୍ୟା କୌଶଲ୍ୟା ନାଏକ, ଡେପୁଟି କଲେକ୍ଟର ନୂଆପଡା ଶ୍ରୀ ଗରିବ ଦୀପ ,ବଡ଼ ଘୁମେର ଗୌନ୍ତିଆ ଲକ୍ଷ୍ମୀକାନ୍ତ ଗୋପାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ ସ୍ଥାନୀୟ ସରପଞ୍ଚ ଜନ୍ମେଜୟ ଗୋପାଳ । ଏହି କାର୍ଯ୍ୟକ୍ରମଟିକୁ ସୁଧୀର ରଞ୍ଜନ ଗୋପାଳ ପରିଚାଳନା କରିଥିଲେ । ଗତ ୨୦୧୭ ମସିହାରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । ହେଲେ ସ୍ଥାନ ନିରୁପଣକୁ ନେଇ ସ୍ଥାନୀୟ ପଞ୍ଚାୟତର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ମାମଲା ହାଇକୋର୍ଟ ରେ ପହଞ୍ଚିଥିଲା । କୋର୍ଟ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ଵ ଦେଇଥିବା ବେଳେ ସମସ୍ୟା ସମାଧାନ ହେବାକୁ ଅନେକ ବର୍ଷ ବିତି ଯାଇଥିଲା । ବଡଘୁମେର ପଞ୍ଚାୟତ ମାନ୍ୟତା ପାଇବା ପରେ ମଧ୍ଯ ପଞ୍ଚାୟତ ର ନିଜସ୍ବ ଗୃହ ନଥିବାରୁ ସ୍ଥାନୀୟ ଲୋକେ ଅନେକ ହଇରାଣ ହେଉଥିଲେ । ଏଥିରେ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ହସ୍ତକ୍ଷେପ କରି ପ୍ରଶାସନ ଏବଂ ସରକାରୀ ସ୍ତରରେ ଚାପ ପ୍ରୟୋଗ କରିବା ପରେ ଜିଲ୍ଲାପାଳ କଳାହାଣ୍ଡି ଏହାକୁ ଗୁରୁତର ସହ ନେଇ ଥିଲେ । ପରେ ତହସିଲଦାର ଧର୍ମଗଡ ତରଫରୁ ବଡ଼ଘୁମେର ଓ ଖୁଟୁଲୁଗୁଡା ଯୋଗାଯୋଗ ପାଇଁ ମଧ୍ୟବର୍ତ୍ତୀ ସ୍ଥଳ ମୌଜା-ଖୁଟୁଲୁଗୁଡା ଖାତାନଂ-୩୦୬ ପ୍ଲଟ ନମ୍ବର-୧୭୯୯ ଓ ୧୯୦୯ ରୁ ରକବା ୦୧ ଏକର ଜାଗା ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା |ଆଜି (ରବିବାର )ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ବଡ଼ଘୁମେର ଓ ଖୁଟୁଲୁଗୁଡା ର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଓ ଜନପ୍ରତିନିଧି, ବିଜେପି ର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ମାନ୍ୟବର ବିଧାୟକଙ୍କୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମ କୁ ସମସ୍ତ ଗ୍ରାମ ପଞ୍ଚାୟତବାସୀ ସହଯୋଗ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page