ମଦ ବୋତଲରେ ଆକ୍ରମଣ, ଜଣେ ଗିରଫ

ବାଲିଅନ୍ତା,୬|୪:ମଦ ବୋତଲରେ ଆକ୍ରମଣ ଘଟଣାରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଥାନା ମହାତ୍ମାଗାନ୍ଧୀ ମାର୍ଗ ଅଞ୍ଚଳର ରାଜେଶ କୁମାର ଦାଶ l ଖବରନେବାରେ ଜଣାପଡିଛି ଟି.ପ୍ରସାଦ ରାଓ ଗତକାଲି ରାତିରେ ତାଙ୍କ ସମ୍ପର୍କୀୟାଙ୍କ ଘରକୁ ଯାଇ ରାତ୍ରୀଭୋଜନ କରୁଥିଲେ l ଏହି ସମୟରେ ସମ୍ପର୍କିୟାଙ୍କ ଭାଇ ରାଜେଶ ହଠାତ୍ ଟି. ରାଓଙ୍କୁ ପଛରୁ ଏକ ମଦ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିଲେ l ଫଳରେ ସେ ଗୁରୁତର ଆହତ ହୋଇ ରକ୍ତସ୍ରାବ ହୋଇଥିଲା। ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ରାଜେଶ ପୁନର୍ବାର ଭଙ୍ଗା ବୋତଲ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ।
ପରେ ଗୁରୁତର ଆହତ ଟି. ରାଓଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page