ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବୀରତ୍ୱର ବାର୍ତ୍ତା ଦେବ ନମାମି ମନ୍ଦାକିନୀ


ଭୁବନେଶ୍ୱର ତା 07/04/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାସଙ୍ଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଏପ୍ରିଲ 14 ତାରିଖ ଦିନ ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଅବସରରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ “ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବ “ଅନୁଷ୍ଠିତ ହେବ l ପ୍ରାତଃ 7 ଟା 30 ମିନିଟ ସମୟରେ ବିଶ୍ୱମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ଅନ୍ୟ ମହାପୁରୁଷଙ୍କ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ l ଓଡିଶାର ବିଲୁପ୍ତ ପ୍ରାୟ ହୋଇଥିବା ଲୋକକଳା, ସଂସ୍କୃତି,ବୋଲିବାଣୀ, ଢ଼େଗ ଢମାଣୀ, ଦାସକାଠିଆ, ପାଲା, ସଂଗୀତ, ଭଜନ, କୀର୍ତ୍ତନ ସାମରିକ ରଣକୌଶଳ, କ୍ରୀଡା, ପାଇକଙ୍କ ବୀରତ୍ୱ ପ୍ରମୁଖ ଓଡିଶାର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାରସ୍ୱତ ସାଧକଙ୍କୁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ -2026″ପ୍ରଦାନ କରାଯିବା ସହିତ ଆଗାମୀ ପୀଢ଼ିଙ୍କୁ ଆମ ମହାନ ସଂସ୍କୃତି, ପରମ୍ପରା, ବୀରତ୍ୱ ପ୍ରମୁଖ ସମ୍ପର୍କରେ ଅବଗତ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି l ସଂସ୍କୃତି ପୁରୁଷ ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଭାଷାପ୍ରାଣ ସୀତା ବଲ୍ଳଭ ମହାପାତ୍ର,ଶତାୟୁ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ବିବେଦୀ,ବିଶିଷ୍ଟ ସମାଜସେବୀ ଡ଼ ପ୍ରଦୀପ କୁମାର ବିଶ୍ୱାଳ, କଟକ ଜିଲ୍ଲା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ସଭାପତି ସୁନୀଲ କୁମାର ମିଶ୍ର, ମୁଖପାତ୍ର ପତ୍ରକାର ଅରବିନ୍ଦ ତ୍ରିପାଠୀ, ବିଜୟ ପରିଡା, ସଂଯୋଜକ ନାରାୟଣ ଓଝା, ସମିତା ମହାରଣା, ବିଜୟ ପ୍ରଧାନ, ନବ କିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଯିବି, ଭାଷାପ୍ରାଣ, ସାଂସ୍କୃତିକ ସଂଗଠନ ସମୂହ, ଗଣମାଧ୍ୟମ ଉପସ୍ଥିତ ରହିବେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page