ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ ଅବିସ୍ମରଣୀୟ

ସାହିତ୍ୟିକା, ସମାଜସେବୀକା ସରୋଜିନୀଙ୍କୁ ଶହୀଦ ରଘୁନାଥ ସ୍ମୃତି ସମ୍ମାନ
ଭୁବନେଶ୍ୱର ତା 18/07/26
ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ଶହୀଦ ରଘୁ -ଦିବାକର ସ୍ମୃତିସଂସଦ ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ ହୋଇଥିବା ଯୁବ ବିପ୍ଲବୀ, କବି, ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରଘୁନାଥ ମହାନ୍ତିଙ୍କ 116 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେଡି ସାଂସ୍କୃତିକ ସାମୁଖ୍ୟର ମୁଖ୍ୟ ସଂଯୋଜକ, କବି ପ୍ରବୀର ମହାନ୍ତି, ଭାଷାପ୍ରାଣ ରମେଶ ପାତାଳ ସିଂ, ମନୋରଞ୍ଜନ ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଉପସ୍ଥିତ ରହିବା ସହ ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ, ବୀରତ୍ୱ ତଥା ଅତ୍ୟାଚାରୀ ରାଜା ଓ ବ୍ରିଟିଶମାନଙ୍କ ବିରୋଧରେ ରଣପୁର

ପ୍ରଜାଙ୍କୁ ରକ୍ଷା କରିବା ପାଇଁ ଯେଉଁ ଦୃଢ ସଂକଳ୍ପ ପୂର୍ବକ କାର୍ଯ୍ୟ କରିଥିଲେ ତାହାର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ସାହିତ୍ୟିକା, ସମାଜସେବୀକା ସରୋଜିନୀ ମିଶ୍ରଙ୍କୁ “ଶହୀଦ ରଘୁନାଥ ମହାନ୍ତି ସ୍ମୃତିସମ୍ମାନ ଅତିଥି ମାନଙ୍କ ଦ୍ୱାରା -2026″ପ୍ରଦାନ କରାଯାଇଥିଲା l ଆଗାମୀ “ନମାମି ମନ୍ଦାକିନୀ ନବ ବର୍ଷ ମହୋତ୍ସବ “ଅବସରରେ ବ୍ରଜ ବନ୍ଧୁ ପରିଡାଙ୍କ ନାମରେ ସ୍ମୃତି ସମ୍ମାନ ଆୟୋଜନ କରାଯିବା ନେଇ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ଶହୀଦ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ସ୍ବର୍ଗତ ବ୍ରଜବନ୍ଧୁ ପରିଡାଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l କାର୍ଯ୍ୟକ୍ରମକୁ ବରିଷ୍ଠ ଭାଷାପ୍ରାଣ ରଙ୍ଗାଧର ସାହୁ,ସମାଜସେବୀକା ସମିତା ମହାରଣା, ବିଶ୍ୱଜିତ ପରିଡା, ସୀତାଂଶୁ ଶେଖର ମହାରଣା ପରିଚାଳନା କରିଥିବା ବେଳେ ଅମିତପାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page