ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “

ହେ ବୁଦ୍ଧ! ତୁମକୁ ପ୍ରଣାମ “ଲୋକାର୍ପିତ ହେବା ସହିତ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ “ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକା ସରୋଜିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଐତିହାସିକ, ଗବେଷକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ, ପୁସ୍ତକ ରଚୟିତା ଜୟଶ୍ରୀ ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି ଉପସ୍ଥିତ ରହିବା ସହ ତଥାଗତ ବୁଦ୍ଧଙ୍କ ଦର୍ଶନ, ଚିନ୍ତନ ମାର୍ଗଦର୍ଶନକୁ ଆଜିର ଯୁବପୀଢ଼ି ଆଗେଇ ନେବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ l

ଡ଼ଃତ୍ରିପାଠୀ ବୁଦ୍ଧଙ୍କ ସମ୍ପର୍କରେ ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟଅତିଥି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ ଏ ପର୍ଯ୍ୟନ୍ତ ଓଡିଶା ଇତିହାସ ସମ୍ପର୍କରେ ଉପଯୁକ୍ତ ଓ ଯୁକ୍ତି ସଙ୍ଗତପୂର୍ଣ୍ଣ ଉପସ୍ଥାପନା ସହିତ ଲେଖନୀ ସଠିକ ଭାବେ ହୋଇନାହିଁ l ଏହା ଗମ୍ଭୀର ଚିନ୍ତାର ବିଷୟ ବୋଲି କହିବା ସହିତ ବୁଦ୍ଧଙ୍କ ସମ୍ପର୍କରେ ଆଜିର ଯୁବପୀଢ଼ି ଜାଣିବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହେବା ସହିତ କବି ଓ ସାରସ୍ୱତ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା

ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ମାନଙ୍କ କବି ସଞ୍ଜୟ ନିଃସଙ୍କ, ପ୍ରିୟରଞ୍ଜନ ସାହୁ, ନବ କିଶୋର ପ୍ରଧାନଙ୍କ ସହିତ ସାମ୍ବାଦିକ, ସମାଜସେବୀ ଡ଼ଃ ପ୍ରମୋଦ କିଶୋର ପରିଡା, ସମାଜସେବୀ କ୍ରିଷ୍ଣା ସାହୁ, ନୃତ୍ୟ ନିର୍ଦେଶକ ପ୍ରିୟାଂଶୁ ପ୍ରିୟଦେବ,ପ୍ରତାପ ଚନ୍ଦ୍ର ଦାସ ମେମୋରୀୟାଲ ଟ୍ରଷ୍ଟ l ଅତିଥି ପରିଚୟ ଟ୍ରଷ୍ଟ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟ ଉପଦେଷ୍ଟା ତଥା ସାମ୍ବାଦିକ ମଦନ ମୋହନ ପାଢ଼ୀ l

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମାଜସେବୀ ନାରାୟଣ ଖୁଣ୍ଟିଆ, ସାମ୍ବାଦିକ ରମେଶ କୁମାର ମହାପାତ୍ର, ପ୍ରଜ୍ଞା ପଟନାୟକ ପ୍ରମୁଖ ଭୁବନେଶ୍ୱର ରୁ ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page