ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରକୁ ବାହୁଡ଼ିଲେ ମହାବାହୁ

ଭୁବନେଶ୍ୱର ତା 16ରିଖ l ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ସୁସଜ୍ଜିତ ରଥରେ ୟୁନିଟ 6 ରାଧାକୃଷ୍ଣ ମନ୍ଦିର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ବା ମାଉସୀ ମା ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଂଚି ଯାଇଛନ୍ତି l ଦୀର୍ଘ ପ୍ରାୟ 35ବର୍ଷ ଧରି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି l ଆଜି ଭୋରରୁ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପୂଜା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବେଶ ଶୃଙ୍ଗାର ସକାଳ 7 ଟା ସୁଦ୍ଧା ଶେଷ ହୋଇଥିଲା l ତାପରେ ବଲ୍ଲଭ ବା ସକାଳ ଧୂପ, ରଥ ପ୍ରତିଷ୍ଠା ସହ ଖିଚୁଡ଼ି ଭୋଗ ଦିନ 11 ଟା ସୁଦ୍ଧା ସରିଯାଇଥୁଲା

l ପରେ ପରେ ମଙ୍ଗଳl ର୍ପଣ ଓ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା l ମଦନ ମୋହନ, ରାମକୃଷ୍ଣ ବିଜେ ଓ଼ ଚିତାଲାଗି ଦିନ 1 ଟା ସୁଦ୍ଧା ଶେଷ ହୋଇ ଦିନ 2 ଟାରେ ଛେରା ପଂହଁରା ଓ଼ ଚାର ମାଳ ଫିଟା ଯାଇଥିଲା l ମଧ୍ୟାହ୍ନରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କମିଟି ତରଫରୁ ଖିଚୁଡ଼ି, ଡାଲମା ଓ଼ ଖଟା ଆଦି ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା l ଅଶ୍ୱ ଓ଼ ସାରଥୀ ସ୍ଥାପନ ପରେ ଦିନ 4ଟା ରେ ରଥ ଟଣା ଆରମ୍ଭ ହୋଇଥିଲା l ଭୁବନେଶ୍ୱର କ୍ଲବ, ପଛପଟେ ଦେଇ ୟୁନିଟ 6 ରାଧାକୃଷ୍ଣ ମନ୍ଦିରସ୍ଥ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ପୂର୍ବରୁ ରଥ ପହଂଚି ଥିଲା l ସନ୍ଧ୍ୟା ରେ ବିଗ୍ରହ ମାନଙ୍କୁ ପହଣ୍ଡିରେ ଆଡପ ମଣ୍ଡପକୁ ନିଆଯାଇଥିଲା l ଆଡପ ମଣ୍ଡପରେ ଆସନ୍ତା କାଲିଠୁ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଦେବେ l

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ,ଭୂବନେଶ୍ୱର

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page