ବାଲିଅନ୍ତା, ୧୫/୦୬/(ଗୋବର୍ଦ୍ଧନ ଦାସ):- ଶିଶୁପାଳଗଡ଼ ଦୁର୍ଗାପୂବଜା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ-୨୦୨୬ ର ଦ୍ୱିତୀୟ ସଂନ୍ଧ୍ୟାରେ ପୁରୀ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ବାବେ କାର୍ଯ୍ୟକର୍ମକୁ ଆରମ୍ଭ କରିଥିଲେ।ଓଡ଼ିଆ ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ଗଣ ପର୍ବ ରଜକୁ ପାଳନ କରିବା ଦଧିବାମନ ଦେବ ସେବା ସମବାୟ ସମିତି ଏକ ଉତ୍ତମ ପ୍ରୟାସ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ୨୯ ନ ଜୋନ ସୁବାସ କୁମାର ସୁନ୍ଦରାୟ,ସମାଜସେବୀ ସୁଧୀର ଚମ୍ପତିଙ୍କ, ଶିଶୁପାଳଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ରଶ୍ମିରଞ୍ଜନ ଶ୍ରୀଚନ୍ଦନ ଉପସ୍ଥିତ ରହି ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ମହୋତ୍ସବ ଅବସରରେ ରଜଦୋଳି, ପୁଚି ଖେଳ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା, ପାରମ୍ପରିକ ପିଠା ପ୍ରଦର୍ଶନୀ ଏବଂ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରେ ଦେବଦାସୀ ଓଡ଼ିଶୀ ନୃତ୍ୟ ରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଯୁବ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ହାଇ ଗୋ ହାଇ ଗୋ ଟିକେ ସୁନ, ହାଣ୍ଡିଆ ବାଲି ଆଦି ଅନେକ ସୁପର ହିଟ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ ।ଶେଷରେ ଯୁବ ୟୁଟ୍ୟୁବର କମେଡିଆନ କାଳିଆ ଷଣ୍ଢ, ପାଗା ଓ ସାଥି କଳାକାରମାନେ ନିଜର କମେଡି ମାଧ୍ୟମରେ ଦର୍ଶକମାନଙ୍କୁ ହସାଇ ହସାଇ ବେଦମ କରିଥିଲେ। ଶେଷରେ ଆୟୋଜକ ସମିତି ପକ୍ଷରୁ ସମସ୍ତ ଅତିଥି, କଳାକାର ଓ ଦର୍ଶକମାନଙ୍କୁ କୃତଜ୍ଞତା ଜଣାଯାଇଥିଲା