ଚାନ୍ଦବାଲି :- ପ୍ରତ୍ଯେକ ବର୍ଷପରି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଖେରଙ୍ଗଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି | ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ବିଷୟ ରଖାଯାଇଛି ଯେ Yoga for Healthy Ageing ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ସେହି ବିଷୟରେ ଯୋଗଶିକ୍ଷକ ବୁଝାଇଥିଲେ ଯେ ଯୋଗ’ ଶବ୍ଦର ମୂଳ ସଂସ୍କୃତ ଧାତୁ ‘ଯୁଜ୍’ (Yuj) ରୁ ଆସିଛି, ଯାହାର ଅର୍ଥ ହେଉଛି ଯୋଡ଼ିବା, ମିଶାଇବା କିମ୍ବା ଏକାଠି କରିବା ।
ଆଧ୍ୟାତ୍ମିକ ଏବଂ ବ୍ୟାବହାରିକ ଦୃଷ୍ଟିକୋଣରୁ ଯୋଗର ବିଭିନ୍ନ ଅର୍ଥ ରହିଛି, ଶରୀର ଓ ମନର ସଂଯୋଗ: ଏହା ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସନ୍ତୁଳନ ସ୍ଥାପନ କରିଥାଏ ।

ଆତ୍ମା ଓ ପରମାତ୍ମାଙ୍କ ମିଳନ ଧର୍ମ ଓ ଦର୍ଶନରେ ଏହା ବ୍ୟକ୍ତିଗତ ଚେତନାକୁ ବିଶ୍ୱ ଚେତନା ସହିତ ମିଶାଇବାକୁ ବୁଝାଏ । ଚିତ୍ତ ବୃତ୍ତି ନିରୋଧ ମହର୍ଷି ପତଞ୍ଜଳିଙ୍କ ଅନୁଯାୟୀ, ମନର ବିଭିନ୍ନ ଚିନ୍ତାଧାରା ଏବଂ ବୃତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବା ହିଁ ଯୋଗ ଅଟେ | ଯୋଗପ୍ରୋଟୋକଲ ଦ୍ବାରା ଆବଶ୍ଯକତା ଥିବା ୩ଟିସ୍ତରରେ ଆସନ ଏବଂ ପ୍ରାଣାୟମ ଅଭ୍ଯାସ କରାଯାଇ ଅନେକ ଔଷଧୀୟ ବୂକ୍ଷ୍ଯ ରୋପଣ ସହିତ ରାସ୍ତାକଡରେ ଲିମ୍ବ,ଜାମୁ,ଅଁଳା ଆହୁରୀ ଅନେକ ବୂକ୍ଷ୍ଯ ରୋପଣ କରାଯାଇଥିଲା ପରେପରେ ଜଳପାନ କରାଯାଇ ଶାନ୍ତିପାଠ ହୋଇ କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |