ବାଲିଅନ୍ତା,୨0|୬(ଗୋବର୍ଦ୍ଧନ ଦାସ):ଓଡିଶାରେ ଶାସକ ବିଜେପି ସରକାରଙ୍କ ୨ ବର୍ଷ ଫୁର୍ତ୍ତି ଅବସରରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ସମିତି ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଶକ୍ତିକରଣ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅପରାଜିତା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ମହାରଣା, ସରପଞ୍ଚ ଭଗବାନ ବେହେରା, ରଶ୍ମିତା ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ଦାସ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ସୌମ୍ୟଦର୍ଶିନୀ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏବଂ ମହିଳା ଯୋଗଦେଇଥିଲେ l

ଏହି ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର କୃତୀ ଛାତ୍ରଛାତ୍ରୀ ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା।