ବାଲିଅନ୍ତା୨୪/୦୬( ଗୋବର୍ଦ୍ଧନ ଦାସ):ରାଜ୍ୟ ସରକାରଙ୍କର ସଫଳତାର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଅନ୍ତା ବ୍ଲକ ପରିସରରେ ୫ ଦିନ ଧରି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଲାଭ ବଣ୍ଟନର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ ସଭାପତିତ୍ବ କରିଥିବା ବେଳେ ସାଂସଦ ପ୍ରତିନିଧି ବିଜୟ ମହାରଣା, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅପରାଜିତା ସ୍ୱାଇଁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ସୌମ୍ୟଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାସ, ସରପଞ୍ଚ ଭଗବାନ ବେହେରା, ବିଶ୍ବଜିତ ଭୋଇ, ରଶ୍ମିତା ସାହୁ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ଆଜିର ଏହି ବ୍ଲକ ସ୍ତରୀୟ ଉତ୍ସବରେ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟlଦେଶ ବଣ୍ଟନ, ନୂତନ ଭତ୍ତା ପ୍ରଦାନ, ଅଙ୍ଗନବାଡି କର୍ମଚାରୀଙ୍କୁ ମୋବାଇଲ ଫୋନ ବଣ୍ଟନ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ କାର୍ଡ ବଣ୍ଟନ, ଲେବର କାର୍ଡ ବଣ୍ଟନ ଇତ୍ୟାଦି ବଣ୍ଟନ କରାଯାଇଛି । ଅଜିର ଏହି ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ ଧାରାକୁ ଆହୁରି ତ୍ଵରାନ୍ଵିତ କରିବା ଓ ପ୍ରତ୍ଯେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରଙ୍କ ସହାୟତା ପହଞ୍ଚାଇବାକୁ ପ୍ରଶାସନ ତରଫରୁ ଦୃଢ ପ୍ରତିଶୃତି ଦେଇଥିଲେ ।