ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ

​ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ​ମିଳିଥିବା ସୂଚନା ଅନୁଯାୟୀ, ଆଜି ସମରା ଗ୍ରାମର ରୋହିତ ପ୍ରଧାନ ଏବଂ କେନ୍ଦ୍ରୁମୁଡ଼ି ଗ୍ରାମର ଜୟସିନୀ ସାହୁ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ଜରୁରୀ ରକ୍ତର ଆବଶ୍ୟକତା ପଡ଼ିବାରୁ ତାଙ୍କ ପରିବାର ଲୋକେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ସହଯୋଗ ମାଗିଥିଲେ । ​ଖବର ପାଇବା ମାତ୍ରେ ଯୁବ ସମାଜର ସଦସ୍ୟ ଓମ୍ ପ୍ରକାଶ ନାୟକ ଓ ବ୍ୟାସଦେବ ସାହୁ ତୁରନ୍ତ ଭୀମଭୋଇ ବ୍ଲଡ୍ ବ୍ୟାଙ୍କରେ ପହଞ୍ଚି ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ​ଏହି ଅବସରରେ ବଲାଙ୍ଗୀର ଜିଲ୍ଲା କୁଲୁତା ସମାଜ ସଭାପତି ତଥା ପ୍ରକୃତି ବନ୍ଧୁ ଅସୀମ କୁମାର ଭୋଇ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ସମ୍ମାନ ପତ୍ର ଏବଂ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଏହାସହ ପରିବେଶ ସୁରକ୍ଷା ଓ ସଚେତନତା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ​ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବ୍ଲଡ୍ ବ୍ୟାଙ୍କ କାଉନସିଲର୍ ଶେଖ ଅସରଫ୍ ଓ ନିତୁ ପୁଟେଲ ଉପସ୍ଥିତ ରହି ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page