ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ

ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ୱାଗତ ସମ୍ବର୍ଧନା ପ୍ରଦାନ କରାଯାଇଛି । ଜୟଦେବ ମାଟିର ବାଳକାଟି ଅଞ୍ଚଳର ଗର୍ବ ଗୌରବ ମାର୍ଶଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରା ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଭାବରେ ଅଞ୍ଚଳରେ ତାଙ୍କର… Continue reading ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ

ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଏହି ଦିବ୍ୟ ରଥର ନିର୍ମାଣରେ ନିୟୋଜିତ ମହାରଣା ସେବାୟତମାନଙ୍କ ନିଷ୍ଠା ଓ କଳାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାଞ୍ଚନ ଫାଉଣ୍ଡେସନ ସଭାପତି ଶ୍ରୀ ଞ୍ଜନ କୁମାର… Continue reading ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ

ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ ଘଟଣା ବର୍ତମାନ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ନିନ୍ଦିତ କରି ଚାଲିଛି l ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ନିର୍ଦେଶକ ଓ କିଛି ତଳିଆ ଅଧିକାରୀଙ୍କୁ ସସ୍ପେଣ୍ଡ କରି ମାମଲା କୁ ପ୍ରଶମିତ କରି ବାକୁ ଚେଷ୍ଟl… Continue reading ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”

ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ କଳାହାଣ୍ଡିର ଶ୍ରୀରାମକୃଷ୍ଣ ଆଶ୍ରମକୁ “ଗାନ୍ଧୀଗୌରବ ସମ୍ମାନ-୨୦୨୬” ପ୍ରଦାନ କରାଯିବ ବୋଲି ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।… Continue reading ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”

ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।

ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି । ପ୍ରଥମ ଦିବସର ପ୍ରାରମ୍ଭରେ ଭାରତର ଆଧ୍ୟାତ୍ମିକ ପତାକାକୁ ଉତ୍ତୋଳନ କରା ଯାଇଥିଲା । ଏହାକୁ ଉତ୍ତୋଳନ କରିଥିଲେ ସାଧକ ପ୍ରଭାତ କୁମାର ନାୟକ।ଏହାପରେ ଜ୍ଞାନ ମନ୍ଦିର ପରିସରେ ଥିବା ଶ୍ରୀ ଅରବିନ୍ଦଙ୍କ ରିଲକ୍ସ ସେଣ୍ଟର… Continue reading ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।

ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ

​ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ​ମିଳିଥିବା ସୂଚନା ଅନୁଯାୟୀ, ଆଜି ସମରା ଗ୍ରାମର ରୋହିତ ପ୍ରଧାନ ଏବଂ କେନ୍ଦ୍ରୁମୁଡ଼ି ଗ୍ରାମର ଜୟସିନୀ ସାହୁ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ଜରୁରୀ… Continue reading ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ

ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ

ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ‘ଏ ମନ କାଶୀ ବୃନ୍ଦାବନ ‘ ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ ବାଣପୁର ବ୍ଳକର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ। ସମ୍ମାନୀତ ଅତିଥି ଭାବେ ନନ୍ଦପୁର ପଞ୍ଚାୟତର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସମାଜସେବୀ ସନ୍ତୋଷ ପାଇକରାୟ, ପ୍ରଦୀପ ରାଉଳ ଓ ସିଲୁ ପଲେଇ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ… Continue reading ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ

You cannot copy content of this page