ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଏହି ଦିବ୍ୟ ରଥର ନିର୍ମାଣରେ ନିୟୋଜିତ ମହାରଣା ସେବାୟତମାନଙ୍କ ନିଷ୍ଠା ଓ କଳାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାଞ୍ଚନ ଫାଉଣ୍ଡେସନ ସଭାପତି ଶ୍ରୀ ଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ରଥ କାରିଗରଙ୍କୁ ଉତ୍ତରୀୟ, ଥଣ୍ଡାପାନୀୟ ଓ କ୍ସ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଆଜୀବନ ଟ୍ରଷ୍ଟି ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ଚକ୍ରଧର ନାୟକ, ଯୁବ ସମାଜସେବୀ ପ୍ରଦୀପ୍ତ କୁମାର ମହାନ୍ତି, ସହଦେବ ସାହୁ, ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରା, ବ୍ରଜବନ୍ଧୁ ଠାକୁର ଓ ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅଥିତି ମାନେ ଯୋଗଦେଇ “ମହାପ୍ରଭୁଙ୍କ ରଥ ନିର୍ମାଣ କେବଳ କାଠ ଓ ଲୁହାର କାମ ନୁହେଁ, ଏହା ଭକ୍ତି, ପରମ୍ପରା ଓ ଶିଳ୍ପ କୌଶଳର ସମନ୍ୱୟ। ଏହି ନୀରବ ସାଧକମାନେ ହିଁ ରଥଯାତ୍ରାର ପ୍ରକୃତ ନାୟକ। ସେମାନଙ୍କ ଝାଳବୁହା ପରିଶ୍ରମ ବିନା ଜଗନ୍ନାଥ ସଂସ୍କୃତି ଅଧୁରା।”

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page