ସୁଶିଳାପ୍ରଭା ସ୍ମୃତି ସମ୍ମାନ ୨୦୨୫-୨୬ ପ୍ରଦାନ ଉତ୍ସବ |

ବାଲିଅନ୍ତା ୨୮/୦୬(ଗୋବର୍ଦ୍ଧନ ଦାସ):– ୨୦୨୫ଏବଂ ୨୦୨୬ ମସିହା ନିମନ୍ତେ ଶିଶୁସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବଂକିମ ଚନ୍ଦ୍ର ନାୟକ ଏବଂ ଶ୍ରୀମତୀ ତନୟା ଦାସଗୋସ୍ୱାମୀ ଙ୍କୁ ସୁଶୀଳାପ୍ରଭା ସ୍ମୃତିସମ୍ମାନ ପ୍ରଦାନ କରାଯାଇଛି। ବାଳକାଟୀ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଶିଶୁସାହିତ୍ୟିକ ବିଧୁଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ପ୍ରଫେସର ଡ. ନରେନ୍ଦ୍ର ପ୍ରସାଦ ଦାସ, ଡ. ରେଖା ଦାସ, ବୋଉ ଫାଉଂଡେସନର ପ୍ରତିଷ୍ଠାତା ଶ୍ରୀ ଅତିସ ମହାନ୍ତି, ସ୍ମୃତି କମିଟିର ଅଧ୍ୟକ୍ଷ ଡ. ରଜନୀ ରଞ୍ଜନ ଦାଶ ଓ ଆବାହକ ଡ. ମାଧବ ବେହୁରା ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ସୁଶିଳାପ୍ରଭାଙ୍କ ସ୍ମୃତିକୁ ମନେ ପକେଇବା ସହ ଓଡ଼ିଆ ସାହିତ୍ୟ ପ୍ରତି ଭଲପାଇବା ଉପରେ ଅତିଥି ମାନେ ନିଜର ଅଭି ଭାଷଣର ଦେଇଥିଲେ ।

ଅନ୍ୟାନ୍ୟଙ୍କ ମଧ୍ୟରେ ପୂର୍ଣଚନ୍ଦ୍ର ମହାରଣା,ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଅରୁଣ ଚନ୍ଦ୍ର ମହାନ୍ତି, କମଳିନୀ ମଲ୍ଲିକ,କବି ବିପିନ ମହାନ୍ତି,ପ୍ରାଚୀଧାରା ସମ୍ପାଦକ ଭଗବାନ ସାହୁ, ରଞ୍ଜନ ମହାପାତ୍ର ବାଲିପାଟଣା ପ୍ରେସ କ୍ଲୁବ ସଭାପତି ଦିଲ୍ଲୀପ ଓଝା, ଅଭିମନ୍ୟୁ ନାୟକ,ସମ୍ବାଦ ସହସମ୍ପାଦକ ସୁରେଶ ସ୍ୱାଇଁ,ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ କଣ୍ଠଶିଳ୍ପୀ ଉଦିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଅଞ୍ଚଳର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ୱାଗତ ଭାଷଣ ଦେଇଥିଲେ ଶଙ୍କର ସାହୁ।କମିଟିର ଉପସଭାପତି ଯାମିନୀ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page