ବାଲିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଚିଲିକା, ୧।୭: ବାଣପୁର ବ୍ଲକ ଅନ୍ତର୍ଗତ ବାଲିଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ୩୦ ତାରିଖ ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ମାନଙ୍କ ତରଫରୁ ଦିଆଯାଇଅଛି । ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ଧୂପ ପୁଷ୍ପ ଅର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସର୍ବ ପ୍ରଥମେ ଅବସର ନେଉଥିବ ଶିକ୍ଷକଙ୍କୁ ପାଛୋଟି ନେଇ ମଞ୍ଚାସୀନ କରିବା ପରେ ଉତ୍ତରୀୟ ଓ ପୁଷ୍ପ ହାର ପ୍ରଦାନ କରାଯାଇଥିଲା ।

ଏହାପରେ ଛାତ୍ରଛାତ୍ରୀମାନେ ତାଙ୍କ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ କବିତା ଗାନ କରିବା ସହ ତାଙ୍କ ଉପରେ କହିଥିଲେ । ଉକ୍ତ ସଭାରେ ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ଲେଙ୍କା, ଶିକ୍ଷକ ପ୍ରଦୀପ କୁମାର ସାହୁ,ରବୀନ୍ଦ୍ରନାଥ ସାହୁ, ମାନସ କୁମାରପଲେଇ ଓ ସୁଶ୍ରୀ ତନୁଜା ଘଡେଇ ପ୍ରମୁଖ ଯୋଗ ଦେଇ ଅବସର ନେଇଥିବା ଶିକ୍ଷକ ସନ୍ତୋଷ କୁମାର ଷଡଙ୍ଗୀଙ୍କୁ ଜଣେ କର୍ତ୍ତବ୍ୟନିଷ୍ଠ , ସମାୟାନୁବର୍ତ୍ତିତା ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଅବିହିତ କରିବା ସହ ତାଙ୍କର ଅବସରକାଳୀନ ଜୀବନ ଆନନ୍ଦମୟ ଓ ନିରୋଗ ମୟ ହେଉ ବୋଲି ଉଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହାପରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଉପଢୌକନ , ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page