ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବାଲିଅନ୍ତା 1/07(ଗୋବର୍ଦ୍ଧନ ଦାସ)- ପ୍ରତାପ ଶାସନ ଡିଗ୍ରୀ କଲେଜର ବରିଷ୍ଠ ଅଧ୍ୟାପକ ତଥା ଇତିହାସ ବିଭାଗ ମୁଖ୍ୟ ଚିତ୍ରସେନ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ କଲେଜ ଛାତ୍ର ସଂସଦ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା | ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଗଙ୍ଗାଧର ରାଉତ ସଭାପତିତ୍ବ କରିଥିଲେ | କଲେଜର ଛାତ୍ରଛାତ୍ରୀ, ପୁରାତନ ଛାତ୍ରୀଙ୍କ ସମେତ ବରିଷ୍ଠ ଅଧ୍ୟାପକ ସମ୍ବିତ ମିଶ୍ର କଲେଜର ମୁଖ୍ୟ କିରାଣୀ ସଂଜୀବ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତଙ୍କ ସାହୁଙ୍କ ଛାତ୍ରଙ୍କ ପ୍ରତି ସ୍ନେହ ଭଲ ପାଇବା ଓ ଶିକ୍ଷା ପ୍ରତି ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ |

ଛାତ୍ର ସଂସଦ ଉପଦେଷ୍ଟା ହେମନ୍ତ କୁମାର ଦାଶ ସଭା ପରିଚାଳନା କରିଥିଲେ | ଅପରାହ୍ନରେ କଲେଜ ଷ୍ଟାପଙ୍କ ତରଫରୁ ଆଉ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା | ଅଧକ୍ଷ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଶ୍ରୀଯୁକ୍ତ ସାହୁଙ୍କ 36 ବର୍ଷ ର କଲେଜ ପାଇଁ କର୍ମ ନିଷ୍ଠା,ଦାୟିତ୍ୱବୋଧତା ଉପରେ ଆଲୋକପାତ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page