ଧଉଳି ଥାନା ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ବାଲିଅନ୍ତା,୧|୭(ଗୋବର୍ଦ୍ଧନ ଦାସ):ଯୁବଶକ୍ତି ହେଉଛି ସମସ୍ତ ଜାତିର ଶକ୍ତି ଓ ସମ୍ପଦ l ଯୁବକ ମାନେ ସୁସ୍ଥ ସମାଜ ଓ ଦେଶ ବିକାଶର ପ୍ରମୁଖ ସାରଥୀ l ତେଣୁ ଯୁବକଯୁବତୀ ମାନେ ନିଶାମୁକ୍ତ ଭାରତ ଅଭିଯାନ ସାମିଲ ହେବା ଅତ୍ୟାବଶ୍ୟକ l ଦେଶର ଏହି ଆହ୍ୱାନକୁ ସ୍ୱାଗତ ଜଣାଇ ଧଉଳି ଥାନା ପକ୍ଷରୁ “ନିଶାମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସମାଜ, ପରିବାର ଓ ବନ୍ଧୁମାନଙ୍କୁ ନୁହେଁ ନିଜକୁ ମଧ୍ୟ ନିଶାମୁକ୍ତ ରଖିବାପାଇଁ ଶତଚେଷ୍ଟା କରିବା l ଏବଂ ପରିବର୍ତ୍ତନ ନିଜ ଠାରୁ ଆରମ୍ଭ କଲେ ହିଁ ନିଶମୁକ୍ତ ସମାଜର ସୁଧାର ଆସିବ ବୋଲି ଥାନା ଅଧିକାରୀ ଉପସ୍ଥିତ ଯୁବସମାଜକୁ କହିଥିଲେ l ନିଶାମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତେ ଶପଥ ନେଇଥିଲେ l ଏଥିରେ ଥାନା ଏସ. ଆଇ ମନ୍ମଥ ବେହେରା, ପ୍ରବୀର କୁମାର ଲେଙ୍କା, ବିଭୁ ନାରାୟଣ ସାହୁ, ଜ୍ୟୋସ୍ନା ପଟ୍ଟନାୟକ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page